-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
11-Sep-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନାର ଆଇଆଇସି ଇନିସ୍ପେକ୍ଟର ବାଲ୍ମିକ ପ୍ରଧାନଙ୍କୁ ହରଭଙ୍ଗା ଥାନାକୁ ବଦଳି ହୋଇଥିବାରୁ ସୋମବାର ଦିନ ଥାନାରେ ଏକ ବିଦାୟକାଳୀନ ସମୂର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ଏସ୍ଆଇ ମାଧବ ଚନ୍ଦ୍ର ଟାକ୍ରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଆଦିବାସୀ ନେତା ସାମନ୍ତ ମାଝୀ,ଶିକ୍ଷକ ନେତା ନିଳାଚଳ ଭୋଇ, ଉଦ୍ୟୋଗପତି କରୁଣାକର ସାହୁ, ସାମାଜିକ କର୍ମୀ ଅଶୋକ ସାହୁ, ପ୍ରଭାତ ସାହୁ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଘଣ୍ଟାପଡ଼ା ଥାନାକୁ ଆଇଆଇସି ନିଯୁକ୍ତିର ୨ ମାସ ପୂର୍ବରୁ ଶ୍ରୀ ପ୍ରଧାନଙ୍କୁ ବଦଳି ହୋଇଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା ଏବଂ ଆଗାମୀ ଦିନରେ ଜଣେ ଦକ୍ଷ ଆଇଆଇସିଙ୍କୁ ନିଯୁକ୍ତି କରିବାପାଇଁ ଜିଲ୍ଲା ଆରକ୍ଷୀ ଅଧ୍ଯକ୍ଷକଙ୍କୁ ନିବେଦନ କରାଯାଇ ଶ୍ରୀ ପ୍ରଧାନଙ୍କୁ ଉପଢ଼ୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏସଆଇ ଶ୍ରୀ ଟାକ୍ରି ବିଦାୟ ଭାଷଣ ଦେଇଥିବା ସ୍ଥଳେ ଏସଆଇ ବିଶ୍ୱାମିତ୍ର ଲୋଇ ଧନ୍ୟବାଦ ଦେଇଥିଲେ। ଉକ୍ତ ସଭାରେ ସମସ୍ତ ପୋଲିସ କର୍ମଚାରୀ ଓ ଆଇଆରବି ଜବାନ ଉପସ୍ଥିତ ରହି ସହଯୋଗ କରିଥିଲେ।