-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||     

HOME   ଜିଲ୍ଲା

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ସାକ୍ଷରତା ଦିବସ ପାଳିତ

09-Sep-2025



ଢେଙ୍କାନାଳ(ପ୍ରେରଣା ଖବର):  ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା ) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ଵ ସାକ୍ଷରତା ଦିବସ -୨୦୨୫ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡ୍ ରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଏହି ସଭାରେ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । କହିଲେ ଯେ ୨୦୨୫ ମସିହା ସମସ୍ତଙ୍କର ସର୍ବାଙ୍ଗୀନ ବିକାଶର ବର୍ଷ ହେଉ ଓ ସାକ୍ଷରତା ସଚେତନତା ହିଁ ସୁରକ୍ଷା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଅନ୍ୟତମ ବିଶିଷ୍ଟ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପୂର୍ବତନ ମନ୍ତ୍ରୀ ଡ.ନୃସିଂହ ଚରଣ ସାହୁ ସ୍ଵୀୟ ବକ୍ତବ୍ୟରେ ଆମ ଅଞ୍ଚଳର ସାକ୍ଷରତା,ମୋ ଦାୟୀତ୍ଵ।ସାକ୍ଷରତା ସଚେତନତା ହିଁ ସୁରକ୍ଷା ଓ ସୁରକ୍ଷା ହିଁ ଜୀବନ ରକ୍ଷା,ସମସ୍ତ ସାକ୍ଷରତାର ଉନ୍ନତିରେ ହିଁ ସମାଜର ପ୍ରଗତି ସମ୍ଭବ ବୋଲି ଦୃଢ଼ ମତପୋଷଣ କରିଥିଲେ। ଅନ୍ୟତମ ମୁଖ୍ୟବକ୍ତା ଭାବରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଯୋଗଦାନ କରି ସାକ୍ଷରତା ହିଁ ସର୍ବୋତ୍ତମ ଫଳଦାୟୀ ଜୀବନ।ସମ୍ପୂର୍ଣ୍ଣ ହିଁ ସମ୍ପଦ ଏବଂ ଏକ ପ୍ରଗତିଶୀଳ ସମାଜ ଗଠନ ପାଇଁ ଏକାନ୍ତ ଆବଶ୍ୟକ ବୋଲି ଦୃଢ଼ ମତପୋଷଣ କରିଥିଲେ।ଉଫୁନାର ମହାସଚିବ ଡ଼ଃ ଦୀପାୟନ ପଟ୍ଟନାୟକ କହିଲେ ଯେ ସାକ୍ଷରତା ଦିବସ ସାକ୍ଷରତା ହାରକୁ ଦେଶ ତଥା ବିଶ୍ୱରେ ବୃଦ୍ଧି କରିବା ପାଇଁ ଉଦ୍ଧିଷ୍ଟ।ବାଂଲାଦେଶ ଶିକ୍ଷା ମନ୍ତ୍ରାଳୟ ଉପରୋକ୍ତ କାର୍ଯ୍ୟକ୍ରମକୁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ସାକ୍ଷରତା ହାରକୁ ଚଳିତ ବର୍ଷ ଏହାକୁ ପ୍ରତିଜ୍ଞା ରୂପେ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଉଛି। ପୂର୍ବତନ ଜିଲ୍ଲା ବିଚାରପତି ଭିକାରୀ ଚରଣ ରାଉତ କହିଲେ ଯେ ଜଣେ ନାରୀ ସାକ୍ଷର ହେଲେ ଗୋଟେ ପରିବାର ଶିକ୍ଷିତ ହେବ।ସାକ୍ଷର ମାନେ ନୁହେଁ ଯେ ଖାଲି ଦସ୍ତଖତ କରିବା,ଏହାର ବୃହତ୍ ଉଦ୍ଦେଶ୍ୟ ହେଉଛି ନିଜ ମାତୃଭାଷାରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ବିଜ୍ଞ ହେବା ଏବଂ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା।କାଲିଫର୍ଣିଆ ଦେଶରେ ୨୫ ମିଲିୟନ ଡ଼ଲାର ନିରକ୍ଷରତା ଦୂରୀକରଣ ପାଈଁ ବଜେଟରେ ପ୍ରାବଧାନ କରାଯାଇଛି।ବିଶେଷକରି ଓଡିଶାରେ ସାକ୍ଷରତା ହାରକୁ ବୃଦ୍ଧିପାଇଁ ଜଣେ ଶିକ୍ଷିତ ଲୋକ ଦଶ ଜଣ ନିରକ୍ଷର ଲୋକଙ୍କୁ ସାକ୍ଷର କରିବା ପାଇଁ ନିଜର ଲକ୍ଷ୍ୟ ରଖିବା ଆବଶ୍ୟକତା ଅଛି ବୋଲି ବକ୍ତାମାନେ କହିଥିଲେ।ଭାରତ ସରକାର ତଥା ରାଜ୍ୟ ସରକାରମାନେ ସାକ୍ଷରତା ହାରକୁ ବୃଦ୍ଧି କରିବା ପାଇଁ ଅଧିକ ବଜେଟ ରଖିବା ପାଇଁ ବକ୍ତାମାନେ ଆହ୍ୱାନ କରିଥିଲେ।
ଏହି ଅବସରରେ କର୍କଟ ରୋଗ ବିକିରଣ ପରାମର୍ଶଦାତା ଡା.ସମରେନ୍ଦ୍ର ଦାଶ ବିଭିନ୍ନ ପ୍ରକାର କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଇଫୁନାର ଜାତୀୟ ଓ ଉଫୁନାର ରାଜ୍ଯ ପରିଷଦ ପକ୍ଷରୁ ପୁଷ୍ପ ଗୁଚ୍ଛ,ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଉଫୁନାର ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ,ଶିକ୍ଷାବିତ୍ ଗୋଲକ ବିହାରୀ ବେହେରା,ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ

ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ,ଅବୈତନିକ ସମ୍ବାଦଦାତା,ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମାଜସେବୀ ସରୋଜ ଶତପଥୀ,ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ,ନିରକ୍ଷରତା ଏକ ସାମାଜିକ ବ୍ୟାଧି ତେଣୁ ଆଜି ସମସ୍ତ ଜନସାଧାରଣ ସାକ୍ଷର ହେବା ଦରକାର।ଆଜି ବିଶ୍ଵ ସାକ୍ଷରତା ଦିବସ ଅବସରରେ ସଚେତନତା ଦ୍ବାରା ସୁସ୍ଥ ନିରାମୟ ଜୀବନ ଗଠନ ପାଇଁ ନିଜ ଦାୟିତ୍ବ ପ୍ରତି ସଚେତନ ରହିବାର ଉପଯୁକ୍ତ ଦିବସ।ସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ ସାରା ବିଶ୍ୱରେ ସାକ୍ଷରତା ହାର ବୃଦ୍ଧି ଦିଗରେ ଜନସଚେତନତା ସୃଷ୍ଟି କରିବା ହେଉଛି ସାକ୍ଷରତା ଦିବସ ପାଳନର ଉଦ୍ଦେଶ୍ୟ।କହିଥିଲେ ଯେ,ସେପ୍ଟେମ୍ବର ୮ ତାରିଖକୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ । ଦେଶକୁ ପ୍ରଗତିଶୀଳ କରିବା ପାଇଁ ସାକ୍ଷରତା ହେବା ଜରୁରୀ ଅଟେ।ନିଜ ଭବିଷ୍ୟତ କିଭଳି ହେବ ତାହା ମଧ୍ୟ ସାକ୍ଷରତା ଉପରେ ନିର୍ଭର କରେ ।ତୃଣମୂଳ ସ୍ତରରେ ସାକ୍ଷରତାରୁ ବଞ୍ଚିତ ହେଉଥିବା ଗରିବ ଶିଶୁ ତଥା ବ୍ୟକ୍ତି ବିଶେଷଙ୍କ ଉପଯୁକ୍ତ ଶିକ୍ଷା ପାଇଁ ଆଗେଇ ଆସିବା ଏବଂ ସମାଜରେ ଶିକ୍ଷାର ପ୍ରଚାର ପ୍ରସାର କରିବା,ଆଜିର ଦିନରେ ଏହା ସମସ୍ତଙ୍କର ସଂକଳ୍ପ ହେଉ।ସୁସ୍ଥ ସମାଜର ଗଠନ ଓ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ଶିକ୍ଷା ଅପରିହାର୍ଯ୍ୟ।ଆସନ୍ତୁ,ଆଜି “ଆନ୍ତର୍ଜାତୀୟ ସାକ୍ଷରତା ଦିବସ” ଅବସରରେ ସାକ୍ଷରତାର ମହତ୍ତ୍ୱ ପ୍ରତିପାଦନ କରି ବ୍ୟକ୍ତିଗତ ତଥା ସାମାଜିକ ସ୍ତରରେ ସାକ୍ଷରତା ହାର ବଢ଼ାଇବା ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ମଧ୍ଯ ଦୃଢ଼ ଆହ୍ଵାନ ଦେଇଥିଲେ।ଗୋଟିଏ ପୁସ୍ତକ,ଗୋଟିଏ କଲମ,ଗୋଟିଏ ପିଲା ଏବଂ ଜଣେ ଶିକ୍ଷକ ଜଗତକୁ ପରିବର୍ତ୍ତନ କରିପାରିବେ। କରୋନା ମହାମାରୀ ବିଶ୍ୱ ସାରା ଶିକ୍ଷା ଏବଂ ଶିକ୍ଷାଦାନ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି।ଆନ୍ତର୍ଜାତୀୟ ସାକ୍ଷରତା ଦିବସରେ,କେବଳ ବୟସ ପ୍ରାଵଧାନ ନ ଦେଖି ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବା ଏବଂ ଏକ ସଶକ୍ତ ସମାଜ ଗଠନ ପାଇଁ ସବୁବେଳେ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ଆମ କେନ୍ଦ୍ର ସରକାର ସର୍ବଦା ପ୍ରୟାସରତ।ବର୍ତ୍ତମାନର ନୂତନ ଶିକ୍ଷାନୀତି ବିଶେଷ ଭାବରେ ଧନ୍ଦାମୂଳକ,ପ୍ରାଦ୍ୟୋଗିକ ଓ ଡିଜିଟାଲ ରୂପରେ ମାନବସମ୍ବଳକୁ ରୋଜଗାରଭିତ୍ତିକ ଓ କୌଶଳଯୁକ୍ତ ଆତ୍ମନିର୍ଭରଶୀଳ ପରିବାର,ସମାଜ ଓ ଦେଶ ତଥା ବିଶ୍ୱ ଗଠନ କରିବାରେ ପୂର୍ଣ୍ଣ ସହାୟକ ହେବ ବୋଲି ମଧ୍ଯ ଦୃଢ଼ ଆଶା କରିଥିଲେ। ଚାଲନ୍ତୁନା,ଆଜି ଠାରୁ ଆମେ ଆତ୍ମନିର୍ଭରଶୀଳ ବିଶ୍ଵ ଆଡକୁ ଏକ ପାଦ ଆଗେଇବା,
ସର୍ବ ମୂଳେ ସାକ୍ଷରତା,ଏହି ନୀତିକୁ ଆପଣାଇ ଆଜି ସାହି,ବସ୍ତିର ଆବାଳ ବୃଦ୍ଧବନିତାଙ୍କୁ,ପିଲାମାନଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରିବା ପାଇଁ ଶପଥ ନେଇ ଏବଂ ପ୍ରତି ସପ୍ତାହରେ ଦୁଇ ଦିନ ଶିକ୍ଷା ଦାନ କରାଯିବ ବୋଲି ଧାର୍ଯ୍ୟ କରିବା ସହିତ ପିଲା ମାନଙ୍କ ପାଇଁ “ଉତ୍ସର୍ଗ ପାଠଶାଳା” ଖୋଲାଯାଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ବହି,ଖାତା,ସିଲଟ ଓ ଅନ୍ୟ ପାଠ୍ୟ ଉପକରଣ ମଧ୍ଯ ଯୋଗାଇ ଦିଆଯିବା ଦରକାର ବୋଲି ଦୃଢ଼ ମତପ୍ରକାଶ କରିଥିଲେ।ଶିକ୍ଷା ଦ୍ବାରା ସାମୂହିକ ବିକାଶ ସମ୍ଭବ ହୋଇପାରିଥାଏ।ଶିକ୍ଷାଦ୍ୱାରା ଜଣେ ସାକ୍ଷର ହୋଇଥାଏ।ଜଣେ ସାକ୍ଷର ବିଭିନ୍ନ ସରକାରୀ ଯୋଜନାର ଲାଭ ସହଜରେ ଗ୍ରହଣ କରି ପାରିଥାଏ।ତେଣୁ,ସାକ୍ଷରତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଇଥାଏ ।ଏହା ହେଉଛି ଏକ ଅନ୍ତର୍ଜାତୀୟ ଉତ୍ସବ। ପ୍ରତିବର୍ଷ ୮ ସେପ୍ଟେମ୍ବରରେ ଏହା ପାଳନ କରାଯାଏ।୨୬ ଅକ୍ଟୋବର ୧୯୬୬ରେ ୟୁନେସ୍କୋର ସାଧାରଣ ସମ୍ମିଳନୀର ୧୪ ତମ ଅଧିବେଶନରେ ଏହି ଦିବସ ପାଳନ ପାଇଁ ଘୋଷିତ ହୋଇଥିଲା। ୧୯୬୭ ମସିହାରେ ଏହା ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା।ଏହାର ଉଦ୍ଦେଶ୍ୟ ହେଉଛି ବ୍ୟକ୍ତି ସମ୍ପ୍ରଦାୟ ଏବଂ ସମାଜ ପାଇଁ ସାକ୍ଷରତାର ମହତ୍ତ୍ବକୁ ଉପଲବ୍ଧି କରିବା। ପୃଥିବୀରେ ପ୍ରାୟ ୭୭୫ ନିୟୁତ ଲୋକଙ୍କଠାରେ ସର୍ବନିମ୍ନ ସାକ୍ଷରତା ଦକ୍ଷତା ଅଭାବ ରହିଛି। ୫ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଏପର୍ଯ୍ୟନ୍ତ ସାକ୍ଷର ହୋଇ ନାହାନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ମହିଳା ଅଛନ୍ତି।ୟୁନେସ୍କୋର ଶିକ୍ଷା ପାଇଁ ବିଶ୍ବସ୍ତରୀୟ ମନିଟରିଂ ରିପୋର୍ଟ ୨୦୦୬ ଅନୁଯାୟୀ ,ଦକ୍ଷିଣ ଏସିଆରେ ସର୍ବନିମ୍ନ ଆଞ୍ଚଳିକ ବୟସ୍କ ସାକ୍ଷରତା ହାର ୫୮.୬ % ରହିଛି। ଏହା ପଛକୁ ସବ୍ ସାହାରା ଆଫ୍ରିକାର ସାହାରାରେ ଏହା ୫୯.୭ %ରହିଛି। ବିଶ୍ବରେ ସର୍ବନିମ୍ନ ସାକ୍ଷରତା ହାର ଥିବା ଦେଶଗୁଡ଼ିକ ହେଉଛି ବୁର୍କିନା ଫାସୋ (୧୨.୮%), ନାଇଜର (୧୪.୪ %) ଏବଂ ମାଲି (୧୯ %)। ଏହି ରିପୋର୍ଟରେ ନିରକ୍ଷରତା ଏବଂ ଭୟଙ୍କର ଦାରିଦ୍ର୍ୟ ମଧ୍ୟରେ ଥିବା ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ। ଏହିଦିବସ ପାଳନ ଅବସରରେ ସାକ୍ଷରତା ଦ୍ବାରା ସମାଜରେ କିଭଳି ପରିବର୍ତ୍ତନ ଅଣାଯାଇ ପାରିଥାଏ ସେ ସମ୍ପର୍କରେ ବିଶ୍ବବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥାଏ।ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଉପଲକ୍ଷେ ଚଳିତ ବର୍ଷ -୨୦୨୫ ର ଥିମ୍ ରହିଛି – ” ଡିଜିଟାଲ ଯୁଗରେ ସାକ୍ଷରତାକୁ ପ୍ରୋତ୍ସାହିତ କରିବା”। ଉକ୍ତ ସଭାରେ ଉଫୁନାର ମହାସଚିବ ଦିପାୟନ ପଟ୍ଟନାୟକ ସ୍ୱୀୟ ବକ୍ତବ୍ୟରେ କହିଥିଲେ ଯେ ଉଫୁନା ଜାତିସଂଘର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ଦୃତ ସାକ୍ଷରତା ବୃଦ୍ଧିକୁ ପାଇଁ ସଚେତନତାର ପ୍ରଚାର ଓ ପ୍ରସାର କରିବା ସଙ୍ଗେ ସଙ୍ଗେ ବିଶ୍ୱରେ ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ଭାବରେ ଏଥିପ୍ରତି ସଚେତନତା କାର୍ଯ୍ୟକ୍ରମ ଅବ୍ୟାହତ ରଖିଛି।ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଓ ସମ୍ମାନୀୟ ବକ୍ତାବୃନ୍ଦ ଜାତିସଂଘର ସାକ୍ଷରତା ହାର ବୃଦ୍ଧିର ସୁପ୍ରଭାବ ଭଳି

ବହୁମୁଖୀ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ।ଅନ୍ୟତମ ମଞ୍ଚାସୀନ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମାଜସେବୀ ସରୋଜ ଶତପଥୀ,ଇଂ ଅବିନାଶ ଦାସ,ଡ.ସମୀର କୁମାର ସାହୁ,ବସନ୍ତ ବିଶ୍ୱାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ବିଶ୍ବ ସାକ୍ଷରତା ଦିବସର ଚଳିତ ବର୍ଷର ଥିମ୍ ରହିଛି – ” ଡିଜିଟାଲ ଯୁଗରେ ସାକ୍ଷରତାକୁ ପ୍ରୋତ୍ସାହିତ କରିବା”।ତେଣୁ,ସାକ୍ଷରତା ସଚେତନତା ହିଁ ଉତ୍ତମ ବିଶ୍ୱ ଗଠନ ଓ ଏହାର ସର୍ବୋତ୍ତମ ସର୍ବାଙ୍ଗୀନ ବିକାଶର ଚାବିକାଠି ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବାହାଦୂର ପାଟ୍ଟସାହାଣୀ,କବି ଗୋଲକ ବିହାରୀ ନାୟକ, ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ,ଅବୈତନିକ ସମ୍ବାଦଦାତା,ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ଅବସରପ୍ରାପ୍ତ ଅଧ୍ୟାପିକା ଡ଼.ମାନସୀ କର,ମୈତ୍ରେୟୀ ଶୁଭଦା,ନଜରୁଲ୍ ଇସ୍ ଲାମ୍,ଲୋକନାଥ ମହାପାତ୍ର, ଡ.ଅନୁପମା ମିଶ୍ର ପ୍ରମୁଖ କବିବୃନ୍ଦ ସ୍ୱରଚିତ କବିତା ପାଠ କରିଥିଲେ।ସେମାନଙ୍କ ମଧ୍ୟରେ ପ୍ରେମାନନ୍ଦ ଶତପଥୀ, ଶିକ୍ଷାବିତ୍ ବିଶ୍ଵନାଥ ମହାପାତ୍ର,ଲକ୍ଷ୍ମୀଧର ଶତପଥି,ଡ.ସମୀର କୁମାର ସାହୁ,ପ୍ରାକୃତିକ ଚିକିତ୍ସା ବିଶାରଦ ପୀତବାସ ସାହୁ, ବିପିନ ବିହାରୀ ବେହେରା,ଶ୍ୟାମ ସୁନ୍ଦର ସାହୁ,ଦେବ ପ୍ରସାଦ ମିଶ୍ର,ଦିଲ୍ଲୀପ କୁମାର ସାହୁ,ଗୋକୁଳ ଚନ୍ଦ୍ର ପଣ୍ଡା,ବିନୟ ପାତ୍ର, ବିଚିତ୍ରାନନ୍ଦ ମହାନ୍ତି ପ୍ରମୁଖ ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟ ମଧ୍ୟ ଯୋଗଦାନ କରି ସ୍ଵୀୟ ମନ୍ତବ୍ୟ ରଖିଥିଲେ।ବରିଷ୍ଠ ଶିକ୍ଷାବିତ୍,ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ବିଶ୍ଵ ସାକ୍ଷରତା ଦିବସ -୨୦୨୫ ପାଇଁ ଦୁଇଟି ଇଂରାଜୀ ଓ ଗୋଟିଏ ଓଡ଼ିଆ ସନେଟ୍ ପାଠ କରିଥିଲେ।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ସାଧାରଣ ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲାବେଳେ ପରିଶେଷରେ ଉତ୍କଳ ସର୍ବୋଦୟ ମଣ୍ଡଳ ସମ୍ପାଦକ ଇଂ ଲଳିତ ମୋହନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବାପରେ ସଭାପତି ସଭା ସାଙ୍ଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026

You Might Also Like