-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2025
ଡୁଙ୍ଗୁରିପାଲି। ତା-୦୪/୦୯/୨୦୨୫
ଜିଲ୍ଲା ସ୍ବାସ୍ଥ୍ୟ ସମିତି ସୁବର୍ଣ୍ଣପୁର ଅନୁକୁଲ୍ୟ ରେ ବାଲୁଙ୍କେଶ୍ୱର ଆଦିବାସୀ ଉଚ୍ଚବିଦ୍ୟାଳୟ,ସର୍ଗୁଲ ଠାରେ ପ୍ରଧାନ ଶିକ୍ଷକ କୃଷ୍ଣପ୍ରୀୟା ସାହାଣୀ ଙ୍କ ସଭାପତିତ୍ବରେ ଏକ ନିଶାମୁକ୍ତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନିଶା ମୁକ୍ତ ଶିକ୍ଷାନୁଷ୍ଠାନର ଆବଶ୍ୟକତା ସମ୍ପର୍କରେ ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ରୋଜି ଘିବେଲା ଆଲୋକପାତ କରିଥିଲେ। କିଶୋର କିଶୋରୀ ମାନଙ୍କୁ ନିଶା ଠାରୁ ଦୂରରେ ରହିବାକୁ। ସ୍ୱାସ୍ଥ୍ୟ କର୍ମୀ ଶଶାଙ୍କ ବିଶି,ରିକିମା ପଧାନ,ମଞ୍ଜୁ ପଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ କୁ ବ୍ଲକ ର ଶ୍ରେଷ୍ଠ ନିଶା ମୁକ୍ତ ଶିକ୍ଷାନୁଷ୍ଠାନ ଭାବେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପ୍ରମାଣ ପତ୍ର ଓ ମାନ ପତ୍ର ପ୍ରଦାନ କରାଯାଇଥିଲା ଏଥିରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୋମନାଥ ହାତୀ,ସୁନିଲ କୁମାର ସାହୁ,ପ୍ରଫୁଲ୍ଲ କୁମାର ସାହୁ, ନିମାଇଁ ଚରଣ ମଲ୍ଲିକ ,ସନ୍ତୋଷ ମେହେର,ବଳଦେବ ସ୍ୱାଇଁ,ଧନପତି ସାହୁ ଉପସ୍ଥିତ ଥିଲେ। ଶିକ୍ଷକ ,ଗୋପାଳ କୃଷ୍ଣ ସାହୁ, ଧନ୍ୟବାଦ ଅର୍ପଣ କରିଥିଲେ।