-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
05-Sep-2025
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକାର ମୁକ୍ତିତୀର୍ଥ ପାପକ୍ଷୟ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ଚାଲିଥିବା ଭାଗବତ ପୁରାଣ ଶୁକ୍ରବାର ଉଦଯାପିତ ହୋଇଯାଇଛି।ଏଥିରେ ଇଞ୍ଜିନିୟର ପ୍ରମୋଦ ଆଚାର୍ଯ୍ୟ ଓ ତାଙ୍କ ଧର୍ମପତ୍ନୀ ମୌସୁମୀ ନେପାକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପୁରୋହିତ ଭାବେ ସର୍ବେଶ୍ଵର ପୁରୋହିତ ଦାୟିତ୍ଵ ତୁଲାଇ ଥିଲେ ।୨୫ଜଣ ବ୍ରାହ୍ମଣ ଅଖଣ୍ଡ ଭାଗବତର ପ୍ରଥମ ସ୍ଵନ୍ଧ ରୁ ଦ୍ଵାଦଶ ସ୍ୱନ୍ଧ ପର୍ଯ୍ୟନ୍ତ ପଠନ କରିଥିଲେ।ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ସହ ଭାଗବତରେ ବର୍ଣ୍ଣିତ ବିଷୟ ବସ୍ତୁ ଶୁଣିବା ପାଇଁ ବହୁ ଭାଗବତ ପ୍ରେମୀ ଉପସ୍ଥିତ ଥିଲେ।