-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
05-Sep-2025
ଭୀମଟାଙ୍ଗି, ଭୀମେଶ୍ଵର ମନ୍ଦିର ପାର୍କ ଭ୍ରମଣକାରୀ ସଂଘ ତରଫରୁ ପାର୍କ ପରିସରରେ ଗୁରୁଦିବସ ପାଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଏଥିରେ ସଂଘର ସାଧାରଣ ସଂପାଦକ କାମଦେବ ରଣସିଂହ ସଭାପତିତ୍ଵ କରି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ମହିଳା ବିଭାଗ ଯୋଗଗୁରୁ ପଙ୍କଜିନି ପାତ୍ର ଏବଂ ପୁରୁଷ ବିଭାଗ ଯୋଗ ପ୍ରଶିକ୍ଷକ ହୃଷିକେଶ ଶତପଥି ମହୋଦୟଙ୍କୁ ଯଥାକ୍ରମେ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।ସମାଜସେବୀ ବଂଶୀଧର ପଣ୍ଡା ଏବଂ ମଦନମୋହନ ଦାଶ, ଗୌରହରି ପଣ୍ଡା, ରଶ୍ମିତା ମହାପାତ୍ର, ଗୁରୁଦିବସ ସମ୍ପର୍କରେ ଭାଷଣ ପ୍ରଦାନ କରିଥିଲେ।ପ୍ରାକ୍ତନ ପ୍ରଧାନଶିକ୍ଷକ ଶଙ୍କର ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିବା ସ୍ଥଳେ ବସନ୍ତ କୁମାର ନାୟକ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡଃ ପୀତା ମ୍ୱର ପାଢୀ, ବିଷ୍ଣୁଚ଼ରଣ ପ୍ରଧାନ ବିଶ୍ୱନାଥ ବେହେରା,ଇଂ ସୁଧାଂଶୁ ଶେଖର ହରିଚ଼ନ୍ଦନ, କଳ୍ପନା ପଟ୍ଟନାୟକ, ରୀନା ପାଢୀ, ବିଦ୍ୟୁଲତା ପାଣି, ସଂଯୁକ୍ତା ଗୁରୁ, ନମିତା ରାଜଗୁରୁ, କିରଣବାଳା ରାଉତରାୟ, ସୁବର୍ଣ୍ଣବତୀ ପରିଡା, ଜ୍ୟୋସ୍ନା ରାଉତରା, ଲୋକନାଥ ମିଶ୍ର, ଶୀତାସୁଂ ଶେଖର ବାବୁ, ବିଜୟ କୁମାର ଦାସ, ହୃଦାନନ୍ଦ ଦାସ,ଶରତ ସାମନ୍ତରା, ଧୃବଚ଼ରଣ ପାତ୍ର, ପ୍ରଶାନ୍ତ ମୁଦୁଲି,ଅଜୟ କୁମାର ସାହୁ, ମହାଦେବ ଗରାବଡୁ, ବନବିହାରୀ ରଥ,ଆୟୁର୍ଦେହୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।