-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
02-Sep-2025
ତୁଷୁରା (ପଞ୍ଚାନନ ନାଏକ): ମାଁ ବୀଣାପାଣି ଆର୍ଟ୍ସ ହବ୍ ପଦ୍ମପୁର ଆନୁକୁଲ୍ୟରେ ନୂଆଁଖାଇ ଭେଟଘାଟ୍ ୨୦୨୫ ଶିକ୍ଷା କେନ୍ଦ୍ରର ମୁଖ୍ୟ କିରଣ କୁମାର ବାଗଙ୍କ ଅଧ୍ୟକ୍ଷତାରେ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ଯାପକ ବିଶ୍ବନାଥ ବାଙ୍କ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆଶୁକବି ଡ଼. ହେମନ୍ତ କୁମାର ଦାଶ ଯୋଗ ଦେଇ ନୂଆଁଖାଇ ର ବିଶେଷତ୍ଵ ତଥା ଆମର ଭାଷା ଓ ସଂସ୍କୃତି କେତେ ଯେ ମହାନ, ସେ ସମ୍ପର୍କରେ ଆଲୋକପାତ କରି ଥିଲେ। ଶିକ୍ଷକ ମୁକେଶ ଯାଦବ ସଭା ସଞ୍ଚାଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବକବି ସହଦେବ ମେହେର ଓ ଯଶୋବନ୍ତ କୁମ୍ଭାର ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ। ଶିକ୍ଷକ ଉମେଶ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଇଂରାଜୀ ଶିକ୍ଷକ ଆଦିତ୍ୟ ବନଛୋର ନିଜସ୍ଵ ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।