-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
23-Aug-2025
କୋକସରା (ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, କାଉଡୋଳା ଗ୍ରାମ ସ୍ଥିତ ପଞ୍ଚାୟତ ମିଟିଂ ଗୃହରେ ଆତ୍ମଶକ୍ତି ଟ୍ରଷ୍ଟ ଦ୍ବାରା ପରିଚାଳିତ ହେଉଥିବା ନାଗରିକ ବିକାଶ ସଂଗଠନ ଗ୍ରୀଷ୍ମ ଅବକାଶରେ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ଅଭିଯାନ କମାଲ ଶିବିରର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କୋକସରା ବ୍ଲକ ଉପାଧ୍ଯକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି କାଉଡୋଳା ପଞ୍ଚାୟତ ସ୍ଥିତ ପିଇଓ ରୋହିତ କୁମାର ଠାକୁର ଉପସ୍ଥିତ ଥିଲେ ଏବଂ ନାଗରିକ ବିକାଶ ସଙ୍ଗଠନର ଜିଲ୍ଲା ସଂଯୋଜକ ଅନିଲ କୁମାର ଦାସ କୋକସରା ବ୍ଲକ ସଂଯୋଜକ ଉପେନ୍ଦ୍ର ସୁନାନୀ ଜନ ସାଥୀ ତ୍ରିନାଥ ବେଶ୍ରା, ମୁକ୍ତା ଠାକୁର, ଉର୍ମି ଲିଡର ପ୍ରେମଶିଳା ପାଣିଗ୍ରାହୀ ତଥା ଅରୁଣ୍ୟ ସରାବୁ ଚିନ୍ତା ମଣି ମାଝୀ ପ୍ରମୂଖ ଯୋଗଦାନ କରି ଉପସ୍ଥିତ ସ୍ଵେଚ୍ଛାସେବୀ ମାନଙ୍କୁ ତାଙ୍କର ଏପରି ମହାନତା ପାଇଁ ସମସ୍ତେ ସାଧୁବାଦ୍ ଜଣାଇଥିଲେ ।
କୋକସରା ବ୍ଳକ ରେ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରି ଆସୁଥିବା 71 ଜଣ ଯୁବ ସ୍ବେଚ୍ଛାସେବୀ ମାନଙ୍କୁ ସ୍ଥାନୀୟ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଏବଂ କାଉଡୋଳା ଗ୍ରାମ ପଞ୍ଚାୟତ ପି ଇ ଓ ରୋହିତ କୁମାର ଠାକୁର ଅଂଶଗ୍ରହଣ କରିଥିଲେ ଏବଂ ପ୍ରମାଣ ପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ ।ଏହି ଉଦଯାପନୀ ଉତ୍ସବକୁ ନାଗରିକ ବିକାଶ ସଂଗଠନର ଜନ ସାଥୀ ତ୍ରିନାଥ ବେଶ୍ରା ପରିଚାଳନା କରିଥିବା ବେଳେ ଜିଲ୍ଲା ସଂଯୋଜକ ଧନ୍ୟବାଦ୍ ଅର୍ପଣ କରିଥିଲେ।