-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
16-Aug-2025
ବଲାଙ୍ଗିର(ଦେବାଶିଷ ବହିଦାର): ସରକାରୀ ମହିଳା ମହାବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ଜୟନ୍ତୀ ସମାରୋହରେ ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝା ସଭାପତିତ୍ୱ କରିଥିବା ବେଳେ ଡଃ ସଦାଶିବ ମଲ୍ଲିକ, ନିରଞ୍ଜନ ସେଟ୍, ରତିକାନ୍ତ ନାଏକ। ଡଃ ସିଦ୍ଧେଶ୍ୱର ପଧାନ,ଡଃ ସରୋଜ କୁମାର ଜଗଦଲା ପ୍ରମୁଖ ମଞ୍ଚାସୀନ ଥିଲେ ।
ଗଙ୍ଗାଧର ଆମ ମାଟିର ଜଣେ ଅନନ୍ୟ ସାରସ୍ଵତ ସାଧକ। ତାଙ୍କ ଲେଖନୀରେ ଭାରତୀୟ ସାଂସ୍କୃତିକ ବିଭବ ସବୁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ। ତାଙ୍କ ରଚନା ସମୂହରେ ନାରୀ ଚରିତ୍ରର ମହନୀୟତା ସମ୍ମୁଜ୍ବଳ, ପ୍ରକୃତିର ସାର୍ଥକ ରୂପକାର କବି ଗଙ୍ଗାଧର ବୋଲି ଉପସ୍ଥିତ ଆଲୋଚକମାନେ ମତବ୍ୟକ୍ତ କରିଥିଲେ ।
ପ୍ରାରମ୍ଭରେ ଗୁରୁଶ୍ରୀ ନିରଂଜନ ବେହେରା, ପ୍ରଭଂଜନ ମିଶ୍ର ତଥା ଅଧ୍ୟୟନରତ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ବିଶ୍ୱ ଦେଖ ମଧୁମୟ ଗାନ କରିଥିଲେ । ଉକ୍ତ ସାରସ୍ଵତ ଆଲୋଚନାଟିକୁ ରତିକାନ୍ତ ନାଏକ ସଂଚାଳନ କରିଥିବାବେଳେ ଶେଷରେ ଅଧ୍ୟାପକ ବିପ୍ଳବ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସମାରୋହରେ ବହୁ ଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ ।