-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||     

HOME   ଜିଲ୍ଲା

ଖଲିଆପାଲିର ସନ୍ଥକବିଙ୍କ ସମାଧିପୀଠକୁ ସଂସ୍କୃତିମନ୍ତ୍ରୀଙ୍କ ପରଦର୍ଶନ

16-Aug-2025



ସନ୍ଥକବି ଭୀମଭୋଇଙ୍କ କଳାକୃତିର ଡିଜିଟାଇଜେସନ ହେବ-ସଂସ୍କୃତିମନ୍ତ୍ରୀ

ସୋନପୁର(ପ୍ରେରଣା ଖବର): ଚଳିତବର୍ଷ ସନ୍ଥକବି ଭୀମ ଭୋଇଙ୍କ ୧୭୫ତମ ଜନ୍ମଜୟନ୍ତୀ ପାଳନ ଅବସରରେ ତାଙ୍କର ସାହିତ୍ୟ କଳାକୃତିଗୁଡିକର ଡିଜିଟାଇଜାସେନ କରାଯିବ। ଏହା ସହିତ ଖଲିଆପାଲି ସ୍ଥିତ ତାଙ୍କର ସାଧନା,ସିଦ୍ଧି ଓ ସମାଧି ପୀଠ ର ସର୍ବାଙ୍ଗୀନ ବିକାଶ କରାଯିବ ବୋଲି ସ୍ୱାଧୀନତା ଦିବସରେ ପୀଠକୁ ପରିଦର୍ଶନରେ ଆସି ରାଜ୍ୟସରକାରଙ୍କ ସଂସ୍କୃତି, ଭାଷା ସାହିତ୍ୟ, ଉଚ୍ଚଶିକ୍ଷା ଓ କ୍ରୀଡାବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଶୁକ୍ରବାରଦିନ ମନ୍ତ୍ରୀ ସୁବର୍ଣ୍ଣପୁରଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟଅତିଥି ଭାବରେ ପତାକାଉତ୍ତୋଳନ ପରେ ଖଲିଆପାଲି ସ୍ଥିତ ଭୀମଭୋଇଙ୍କ ସମାଧିପୀଠ, ଚରଦାର ଚରଦେଇ ପୀଠ, କୋଟସମଲେଇ ସ୍ଥିତ ପାତାଳୀଶ୍ରୀକ୍ଷେତ୍ରକୁ ପରିଦର୍ଶନ କରିଥିଲେ। ତାଙ୍କ ସାଙ୍ଗରେ ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ, ଏସପି ନାରାୟଣ ନାୟକ, ଉପଜିଲ୍ଲାପାଳ ଡ.ସୌମ୍ୟାଶ୍ରୀ ରଥ ପ୍ରମୁଖ ଯୋଗଦେଇଥିଲେ।

ଖଲିଆପାଲିଠାରେ ଭୀମଭୋଇ ସମାଧିପୀଠ ଟ୍ରଷ୍ଟ ପକ୍ଷରୁ ମେନେଜିଂଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ମହାଦେବ ବଗର୍ତ୍ତି, ମିଲୁ ବଗର୍ତ୍ତି, ସୁମନ୍ତ ପଟେଲ, ମିଲୁ ତାଣ୍ଡି, ଅଶୋକ ବଡମାଳି ପ୍ରମୁଖ ଅତିଥିଗଣଙ୍କୁ ଭବ୍ୟସ୍ୱାଗତ କରିଥିଲେ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସନ୍ଥକବୀଙ୍କ ପାଦୁକାମନ୍ଦିର ଓ ମ୍ୟୁଜିୟମକୁ ପରିଦର୍ଶନ କରିବା ସହିତ ସମାଧିମନ୍ଦିରରେ ଜଗତରକଲ୍ୟାଣ ପାଇଁ ଦୀପଦାନ କରିଥିଲେ । ସମାଧିପୀଠର ସନ୍ୟାସୀ ବାବା,ସାଧୁ ପ୍ରଣବାନନ୍ଦ ଦାସଙ୍କ ସହ ମହିମାଭକ୍ତଙ୍କ ମହିମାଡାକରେ ପୀଠ କମ୍ପି ଉଠିଥିଲା। ମ୍ୟୁଜିୟମରେ ସନ୍ଥକବିଙ୍କ ସ୍ତୁତିଚିନ୍ତାମଣୀ ସମେତ ଅନ୍ୟାନ୍ୟ ପାଣ୍ଡୁଲିପି ଦେଖି ମନ୍ତ୍ରୀ ଭାବବିହ୍ୱଳ ହୋଇପଡିଥିଲେ  । ଏହାର ସଂରକ୍ଷଣ ପାଇଁ ସରକାର ପଦକ୍ଷେପ ନେବେ ଓ ଏହାର ଡିଜିଟାଇଜେସନ କରାଇବେ ବୋଲି କହିଥିଲେ। ଏହା ସହିତ ସମାଧିପୀଠ ଟ୍ରଷ୍ଟର ଏକ ୱାବସାଇଟ ଖୋଲିବା,ପୀଠର ସାମଗ୍ରୀକ ବିକାଶ ପାଇଁ ଏକ ଡିପିଆର ପ୍ରସ୍ତୁତ କରାଇବାକୁ ଜିଲ୍ଲାପାଳ ଡ.ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋନପୁର ପଟୁ ଖଲିଆପାଲିକୁ ଆସୁଥିବା ରାସ୍ତାରେ ନନ୍ଦନମାଳ ଛକରେ ଏକ ବଡ ମହିମାଗେଟ ନିର୍ମାଣ କରିବାକୁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ କରି ଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସୁବର୍ଣ୍ଣପୁର ଭାଜପା ଜିଲ୍ଲାସଭାପତି ବେଣୁଧର ଦାସ,ପୂର୍ବତନ ସଭାପତି ପ୍ରମୋଦ ମହାପାତ୍ର,ନବକୃଷ୍ଣ ଦନ୍ତା,ଓକିଲ ସେଠ,ବିଷ୍ଣୁପ୍ରସାଦ କେଡିଆ, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ବେଣୀମାଧବ ବେଦବାକ, ବଟକୃଷ୍ଣ ନେଗୀଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ପ୍ରାରମ୍ଭରେ ଖଲିଆପାଲି ପ୍ରାଥମିକ ଓ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଟ୍ରଷ୍ଟପକ୍ଷରୁ ସନ୍ଥକବିଙ୍କ ଗ୍ରନ୍ଥାବଳୀ, ମେମେଣ୍ଟୋ ଓ ଉପଢୌକନ ଦେଇ ମନ୍ତ୍ରୀ ଓ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପୀଠର ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସିଏ ମୁକେଶ ଅଗ୍ରୱାଲ, ପୀଠର ସଂପାଦକ ଜନ୍ମେଜୟ ସ୍ୱାଇଁ, ସାମ୍ବାଦିକ ଅଶୋକ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026

You Might Also Like