-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
16-Aug-2025
ବଲାଙ୍ଗୀର(ପ୍ରେରଣା ଖବର): ଜେ.ଏସ.ଏମ. ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ କଲେଜରେ ୭୯ତମ ସ୍ୱାଧୀନତା ଦିବସ ବିଶେଷ ଉତ୍ସାହ ଓ ଦେଶଭକ୍ତିର ସହ ପାଳନ କରାଯାଇଛି । ଧ୍ୱଜାରୋହଣ, ପ୍ରେରଣାଦାୟକ ଉଦ୍ବୋଧନ, ପୁରସ୍କାର ବିତରଣ, ସାଂସ୍କୃତିକ ପ୍ରଦର୍ଶନ ଓ ରାସ୍ତା-ନାଟକ ସହିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସମସ୍ତେ ଉପଭୋଗ କରିଥିଲେ । ସକାଳ ୬ଟା ରେ ଜେ.ଏସ.ଏମ. ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ଥାନୀୟ କୋଶଳ କଳା ମଣ୍ଡପ ପଡିଆ ଠାରୁ କଲେଜ ପର୍ଯ୍ୟନ୍ତ ସ୍ଲୋଗାନ ସହିତ ପ୍ରଭାତଫେରି କରାଯାଇଥିଲା l ପରେ କଲେଜ ପରିସରରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡ଼ା. ସୁଜ୍ଞାନେନ୍ଦ୍ର ମିଶ୍ର, ସ୍ତ୍ରୀରୋଗ ଓ ପ୍ରସୂତିରୋଗ ବିଶେଷଜ୍ଞ ତଥା ସ୍ୱରାଜ ହସ୍ପିଟାଲ ବଲାଙ୍ଗୀର ର ଅଧ୍ୟକ୍ଷ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମାଜ ପ୍ରତି ଦାୟିତ୍ୱ ପାଳନ ଓ ଦେଶ ଉନ୍ନତିରେ ସକ୍ରିୟ ଅବଦାନ ରଖିବା ପାଇଁ ପ୍ରେରିତ କରିଥିଲେ l ସମ୍ମାନିତ ଅତିଥି ଭାବେ ସମାଜସେବୀ ବିଷ୍ଣୁ ପ୍ରସାଦ କେଡିଆ ଯୋଗ ଦେଇ ଥିଲେ l କଲେଜ ଅଧ୍ୟକ୍ଷ ସି.ଏ. ଶ୍ରୀକାନ୍ତ ଶର୍ମା, ନିର୍ଦ୍ଦେଶକ ପିତବାସ ପଣ୍ଡା, ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ସାହୁ ଏବଂ ବାଣିଜ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ସୁବ୍ରତ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ପରେ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।
ସ୍ୱାଧୀନତା ସେନାନୀ ଓ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବଲାଙ୍ଗିର ଦୁର୍ଗା ମନ୍ଦିର ସାମ୍ନାରେ ଥିବା ୱେଣ୍ଡିଙ୍ଗ ଜୋନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ରାସ୍ତା-ନାଟକ ଓ ସାଂସ୍କୃତିକ ପ୍ରଦର୍ଶନ ହୋଇଥିଲା । ଏଥିରେ ଦେଶଭକ୍ତିମୂଳକ ଗୀତ, ନୃତ୍ୟ ଓ ଏକ ନାଟକ ପ୍ରସ୍ତୁତ ହୋଇଥିଲା ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିବା ପାଇଁ ବିଶିଷ୍ଟ ଅତିଥି ଓଡିଶା ପୋଲିସ ନିରୀକ୍ଷକ ଶ୍ରୀମତୀ ଅନିତା ପଧାନ ଓ ସହାୟକ ଉପନିରୀକ୍ଷକ ଦୟାନନ୍ଦ ସାରଙ୍ଗୀ ଉପସ୍ଥିତ ଥିଲେ ।
ଶିକ୍ଷା ବିଭାଗର ଅଧ୍ୟାପିକା ସୁଶ୍ରୀ କୃଷ୍ଣ କୁମାରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।