-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Aug-2025
(ଚିନ୍ତାମଣି ନେତାମ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କରଙ୍ଗାମାଳ ଗ୍ରାମରେ ଥିବା ଲୋଚନ ଜଗତ ଡିଗ୍ରୀ କଲେଜରେ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ୭୯ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି. ଉକ୍ତ ଉତ୍ସବର ମୂକ୍ଷ୍ୟ ଅକର୍ଷଣ ଥିଲା ୧୦୦ ମିଟର ଲମ୍ବର ତ୍ରିରଙ୍ଗା ପତାକାର ଧରି କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ଵାଧୀନତାର ବାର୍ତ୍ତା ଅଞ୍ଚଳରେ ପ୍ରଚାରିତ କରିଥିଲେ. ଏଥି ସହିତ ଚାରି ଆଡେ଼ ଫୁଲ ଓ ମାନଚିତ୍ର ଅଙ୍କନ କରି ସୁସଜିତ କରିଥିଲେ ଯାହା କି ଅନେକ ପର୍ବପରି ଏ ପର୍ବ ସ୍ମରଣୀୟ ହୋଇ ରହିବ. ଆଜିର ଏହି ସ୍ଵାଧୀନତା ଦିବସକୁ କଲେଜର ନିର୍ମାତା ଶ୍ରୀଯୁକ୍ତ ତୁଳସୀ ରାମ ଜଗତଙ୍କ ଶୁବିଚାର କ୍ରମେ କଲେଜର ଅଧକ୍ଷ ଶ୍ରୀଯୁକ୍ତ ଭରତ ଚରଣ ସାହୁଙ୍କ ନେତୃତ୍ବରେ ୭୯ ତମ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା. କଲେଜର ଅଧ୍ୟାପକ ଶ୍ରୀଯୁକ୍ତ ଗୌରାଙ୍ଗ ଜାଗତ ଓ ଶ୍ରୀଯୁକ୍ତ ପ୍ରେମଲାଲ ତାଣ୍ଡି ପତାକା ଉତ୍ତୋଳନ କରିଥିବା ବେଳେ କଲେଜର ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ସହ ସ୍ଲୋଗାନ୍ ଓ ପରେ ପରେ ସ୍ଵାଧୀନ ସମ୍ପର୍କରେ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ମାନେ ନିଜ ନିଜ ଅଭିଭାଷଣ ରଖିଥିଲେ। ଏହି ମହାନ ଦିବସରେ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ କଲେଜ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଗାଁ ଗାଁ ପରିକ୍ରମା କରିଥିବାରୁ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଭୂୟସୀ ପ୍ରସଂଶା କରିଥିଲେ.