-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
13-Aug-2025
ବଲାଙ୍ଗୀର(ପ୍ରେରଣା ଖବର): ପୁଇଁତଲା ବ୍ଲକ ଅନ୍ତର୍ଗତ ବୁବେଲ ନିଧିସାଗର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସଂସ୍କୃତ ସପ୍ତାହ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ର ସଂସ୍କୃତ ଶିକ୍ଷୟତ୍ରୀ ଡ. ଆଭା ଆର୍ଯ୍ୟା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ବୃକ୍ଷରୋପଣ,ସଂସ୍କୃତ ଶ୍ଳୋକ,ସଂଗୀତ,ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗିରିଜା ବାଙ୍କୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁଇଁତଲା ବ୍ଲକ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ସଂସ୍କୃତ ଭାଷା ଭାରତୀୟ ମାନଙ୍କର ହୃଦୟର ଭାଷା ଓ ଏହାର ସୁରକ୍ଷା ମାନବ ସଂସ୍କୃତି ର ସୁରକ୍ଷା ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ପର୍ଶୁରାମ ସାହୁ ସଂସ୍କୃତ ପରି ଶ୍ରୁତି ମଧୁର ଭାଷା ବିଶ୍ୱରେ ବିରଳ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ସ୍ୱାଗତ ଭାଷଣ ଶିକ୍ଷକ ମିଥୁନ କୁଅଁର ଦେଇଥିବା ବେଳେ କାର୍ଯ୍ୟକ୍ରମ ର ସଂଯୋଜନା ଶିକ୍ଷୟତ୍ରୀ ଯୋଗେଶ୍ୱରୀ କୁମ୍ଭାର ଓ ଧନ୍ୟବାଦ ଦେଇଥିଲେ ଶିକ୍ଷକ ସୁଭାଶିଷ ମିଶ୍ର।ଶେଷରେ ମୁଖ୍ୟ ଅତିଥି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ।