-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
13-Aug-2025
(ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସଙ୍କ ମିଳିତ ଆନୁକୁଲ୍ୟରେ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନ ଠାରେ ନିଶାମୁକ୍ତ ଅଭିଯାନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷ ଶ୍ରୀମାନ ଅବନୀ କୁମାର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଅତିକ୍ ଅହମ୍ମଦ ଖାନ, ଅଧ୍ୟାପକ ସନ୍ତୋଷ କୁମାର ମୁଣ୍ଡ ,ଜାତୀୟ ସେବା ସଂସ୍ଥାର କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ, ଯୁବ ରେଡକ୍ରସ୍ କାଉନସିଲର ନେତ୍ରାମ ହଂସ ପ୍ରମୁଖ ମଞ୍ଚାସିନ ଥିଲେ ।ନୂଆପଡ଼ା ଜିଲ୍ଲାକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଅତିଥିମାନେ ମତପୋଷଣ କରିଥିଲେ ।ଅଧ୍ୟାପକ ଡଃ କର୍ଣ୍ଣ ସଭାର ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।ନୂଆପଡ଼ା ଜିଲ୍ଲା କୁ ନିଶାମୁକ୍ତ କରି ସୁସ୍ଥ ଓଡ଼ିଶା ଗଠନ କରିବା ପାଇଁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସମେତ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଅତିଥିଙ୍କ ମାର୍ଗ ଦର୍ଶନର ଟିପ୍ପଣୀ ପ୍ରଦାନ କରି ଅଧ୍ୟାପକ ନେତ୍ରାମ୍ ହଂସ ଧନ୍ୟବାଦ ଅର୍ପଣ କରିଥିଲେ।