-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
11-Aug-2025
ବରୀ(ରଞ୍ଜିତ ମହାନ୍ତି):ସାଇକେଲ୍ ଶୋଭାଯାତ୍ରାକୁ ଅତିଥ ପତାକା ଦେଖାଇ ଇ ଶୁଭାରମ୍ଭ କରୁଛନ୍ତି ।
‘ଫିଟ ଇଣ୍ଡିଆ’ ଦ୍ବାରା ସାଇକ୍ଲିଙ୍ଗ ଅନ ୱିଲ କାର୍ଯ୍ୟକ୍ରମ ବରୀ ବ୍ଲକ୍ ରତ୍ନଗିରି ପଞ୍ଚାୟତ ଅଧୀନ ଅଲିଆବାଦ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ସାଇକ୍ଲିଙ୍ଗ କରି ପିଲା କିଭଳି ନିଜକୁ ସୁସ୍ଥ ରଖିପାରିବେ ଏବଂ ଏଥିରେ ଅଧିକରୁ ଅଧିକ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବରୀ ଅଞ୍ଚଳର ବହୁ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରି ସାଇକେଲ ଚଳାଇ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ସାଇକେଲ ଚାଳନାର ଉପାଦେୟତା ଓ ସାଇକେଲ ଚଳାଇ ଶରୀରକୁ ସୁସ୍ଥ ରଖିବା କ୍ଷେତ୍ରରେ
ସଚେତନ କରିଥିଲେ। କାର୍ଯ୍ୟକ୍ରମରେ କଟକ ଟକ ସାଇକେ ଇକେଲ ଅଥରିଟି ଅଫ ଇଣ୍ଡିଆର ଅଧ୍କାରୀ ୟୁରାଇ ପାତ୍ର, ଏକେ ମୁସ୍ତାଦ, ବରୀ ପଞ୍ଚାୟତର ସରପଞ୍ଚ ସୋନାଲି ସିଂହ, ବରୀ-ରାମଚନ୍ଦ୍ରପୁର ଥାନା ଏଏସ୍ଆଇ ଲମ୍ବୋଧର ଜେନା, ରତ୍ନଗିରି ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ମଧୁସ୍ମିତା ଜେନା, ଅଲିଆବାଦ ଗ୍ରାମର ସୁସୁମ ଦାସ, ଦୁର୍ଯ୍ୟୋଧନ ଶାନ୍ତି, ଶ୍ରୀକାନ୍ତ ଦାସ, ମୁରଲୀଧର ଜେନା, କମଳାକାନ୍ତ ଦାସ, ଅମୀୟ ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଯୁବ ସାମାଜିକ କର୍ମୀ ତରୁଣ କୁମାର ଦାସ ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ପୁରୋଧା ଥିଲେ।