-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
11-Aug-2025
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବକଟି ପଞ୍ଚାୟତ ସଭା ଗୃହରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରିକିତା ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ପରିଚାଳିତ ଶିବିର ରେ ମୁଖ୍ୟ ଅତିଥି ଭାବେ ଏ ବି ଡି ଓ ରୁଦ୍ରପ୍ରସାଦ ସୁନା , ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ମିଶ୍ର , ଆଗଲପୁର ସ୍ବାସ୍ଥ୍ୟ ବିଭାଗ କେନ୍ଦ୍ର ଅଧିକାରୀ ଧୀରେନ୍ଦ୍ର ମେହେର ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଅଭିଯୋଗ କେନ୍ଦ୍ର ରେ ସମୁଦାୟ 24 ଟି ଦରଖାସ୍ତ ର ଶୁଣାଣି ହୋଇ ଥିଲା l ଏହି ଶିବିର ମୁଖ୍ୟତଃ ଆବାସ ଘର ନିର୍ମାଣ ପରେ ବୋନସ ପାଇବାରୁ ବଞ୍ଚିତ l ଅନ୍ତଦ୍ୱୟ କାର୍ଡ , ଜମି ଉନ୍ନତିକରଣ ,ଭତ୍ତା ଉପରେ ଅଭିଯୋଗ ପଞ୍ଜିକୃତ ହୋଇଥିଲା l ବ୍ଲକ ର ଜ୍ଞାନରଂଜନ ସା, ଆଲୋକରଂଜନ ମିଶ୍ର , ସୁନିଲ ସାହୁ ,ସୁଶାନ୍ତ ମହାକୁର , ଧୁବଳ କିଶୋର ମଲ୍ଲିକ , ସୌଭାଗ୍ୟ ପଧାନ , ଅଭିରାମ ସାହୁ , ଜେ.ଇ ଶ୍ରୀ ରାଓ , ତଥା ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ସୁଶିଲ ସେଠ , ଏ ଡି ଇ ଓ ବିଜୟ ସାହୁ , ଜି ଆର ଏସ ମାଲ୍ୟବନ୍ତ ଦ୍ୟାରି ପ୍ରମୁଖ ଉପସ୍ଥିତ ରହି ଉକ୍ତ ଶିବିର କୁ ସହଯୋଗ କରିଥିଲେ l