-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
07-Aug-2025
ବରପାଲି (ସୁଦାମ ଦୀପ)
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପ୍ରକୃତି ବନ୍ଧୁ ଅନ୍ତର୍ଯ୍ୟାମୀ ପଣ୍ଡାଙ୍କୁ
ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ରେ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ବୈଠକରେ ସମ୍ମାନିତ କରାଯାଇଥିଲା ।ଜୀବନ କାଳ ମଧ୍ୟରେ ୭୪ଥର ରକ୍ତଦାନ କରିବା ସହ ଆଜକୁ ଦଶ ହଜାରରୁ ଉର୍ଦ୍ଧ୍ଵ ବୃକ୍ଷ ରୋପଣ କରି ସମଗ୍ର ଜିଲ୍ଲା ପାଇଁ ଖୁସି ଆଣି ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀଯୁକ୍ତ ପଣ୍ଡା ନିଜ ଦେହକୁ ଦାନ କରି ଭୁବନେଶ୍ୱରରୁ ଦଧିଚି ସମ୍ମାନରେ ସମ୍ମାନିତ ହୋଇଥିଲେ।ଗତ ବୁଧବାର ଦିନ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ନକୁଳ ସେଠଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପଦ୍ମପୁର ଅଞ୍ଚଳ କଲେଜ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ଵର ଦାଶ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରେଡକ୍ରସ୍ ଅନୁଭୂତି ସଂପର୍କରେ କହିବା ସହ ଶ୍ରୀଯୁକ୍ତ ପଣ୍ଡାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏ ଖୁସିର ମୁହୂର୍ତ୍ତରେ ଜିଲ୍ଲା ରେଡକ୍ରସ ସଂଯୋଜକ ପ୍ରଫେସର ପରମାନନ୍ଦ ରଥ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସମେତ ପରିଚାଳନା କମିଟୀର ସଦସ୍ୟ ବୃନ୍ଦ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନେ ଶୁଭେଚ୍ଛା ଜଣାଇଥିଲେ।