-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
07-Aug-2025
ନୂଆପଡ଼ା (ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ବୋଡ଼େନ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ କେଶରାଜପୁର ଠାରେ ଭି ଏମ ଡି ସି ମିଟିଂ ରେ ଅଧ୍ୟକ୍ଷତା କରିଥିବା ସହ ବିଦ୍ୟାଳୟର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ,ବି ଡି ଓ ସୁଶାନ୍ତ କୁମାର ରଣା ମଧ୍ୟ ଯୋଗଦାନ କରିଥିଲେ।ପରେ ପଳସଦା ପଞ୍ଚାୟତ ବୁଢ଼ାପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ସେଠାକାର ଶିକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା,ଖାଦ୍ୟର ମାନ ନିରୀକ୍ଷଣ,ପ୍ଲାଷ୍ଟିକ ବର୍ଜନ ପାଇଁ ଉପଦେଶ ପ୍ରଦାନ,ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ ।ପୁଣି ଡୁର୍କା ମୁଣ୍ଡା ଗ୍ରାମରେ ହିତାଧିକାରୀ ଗଙ୍ଗାରାମ ବାଗଙ୍କ ନରେଗା କାର୍ଯ୍ୟର ଟି ସି ବି କାର୍ଯ୍ୟ ପରିଦର୍ଶନ ସମୟରେ ୧୦ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ ।ଉଭୟ ହିତାଧିକାରୀ ଓ ଶ୍ରମିକ ମାନଙ୍କୁ ଦାଦନ ନ ଯାଇ ନିଜ ଗ୍ରାମରେ କାର୍ଯ୍ୟ କରି ଲାଭବାନ ହେବାକୁ ବିଭିନ୍ନ ପ୍ରକାର ମାର୍ଗ ଦର୍ଶନ କରିଥିଲେ ।ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ତାଙ୍କ ସହିତ ବି ଡି ଓ ସୁଶାନ୍ତ କୁମାର ରଣା,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ,ଏ ପି ଓ ରବିନାରାୟଣ ରାଉତ,ସହକାରୀ ଯନ୍ତ୍ରୀ ଯୋଗେଶ୍ୱର ନାଏକ,କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାହୁ,ସହକାରୀ ଯନ୍ତ୍ରୀ ଦୀନବନ୍ଧୁ ଶବର,ପଞ୍ଚାୟତ ନିର୍ବାହୀ ଅଧିକାରୀ ହିରନ୍ୟ ମୟୀ ଚଲାନ,ଜି ଆର୍ ଏସ ରେଣୁକା ମାଝୀ,ବି ଏଫ୍ ଟି ତୁଳସିରାମ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ ।