-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||     

HOME   ଜିଲ୍ଲା

ଘେରିବନ୍ଧ ସ୍କୁଇସ୍ ଗେଟ୍ ପରିଚାଳନା ତ୍ରୁଟି; ଧୋଇଗଲା ଧାନ, ଚିନ୍ତାରେ ଚାଷୀ

06-Aug-2025



ବରୀ(ରଞ୍ଜିତମହାନ୍ତି): ବ୍ରାହ୍ମଣୀ-କେଲୁଅ ଘେରିବନ୍ଧ ବରୀ ଦ୍ବୀପାଞ୍ଚଳର ବନ୍ୟା ସମସ୍ୟା ଦୂର କରିବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିଲା। ବିରୂପା ନଦୀ ମୁହାଣରେ ଗମୁ ଓ ମହାକାଳ ପଡ଼ାରେ ୨ଟି ବଡ଼ବଡ଼ ସୁଇସ୍ ଗେଟ୍ ରହିଛି। ମାତ୍ର ପ୍ରତିବର୍ଷ ଏହାର ପରିଚାଳନା ଗତ ତ୍ରୁଟି ପାଇଁ ତଳ ଅଞ୍ଚଳ ଯଥା ମହାକାଳପଡ଼ା, ଗମୁ, ରତ୍ନଗିରି ଓ ଅମଠପୁର ଆଦି ୪ଟି ପଞ୍ଚାୟତର ଜମିଗୁଡିକ ପାଣିରେ ବୁଡ଼ି ଯାଇ ବ୍ୟାପକ ଫସଲ ହାନି ଘଟିଥାଏ। ଚଳିତ ଥର ମଧ୍ୟ ସମାନ ଅବସ୍ଥା ଦେଖା ଦେଇଛି। ନଦୀମାନଙ୍କରେ ପାଣି ଆସିବା ପୂର୍ବରୁ ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥାଏ। ଏହି ସମୟରେ ବର୍ଷା ପାଣି ଉପର ବିଲରୁ ଗଡ଼ି ଆସି ସୁଇସ୍ ଗେଟ୍ ପର୍ଯ୍ୟନ୍ତ ଜମା ହୋଇ ରହିଥାଏ। ବର୍ଷା ଆରମ୍ଭରୁ ସୁଇସ୍ ଗେଟ୍ ଖୋଲିବାର ଆବଶ୍ୟକ‌ତା ରହିଛି। କାରଣ ଏହି ସମୟରେ ଗେଟ୍ ତଳ ପଟକୁ ଥ‌ିବା ବିରୂପା ନଦୀର ଜଳ ପତ୍ତନ କମ୍ ଥାଏ । ଗେଟ୍ ଖୋଲିଲେ ଉଚ୍ଚରୁ ବର୍ଷା ପାଣି ଗଡ଼ି କମ୍ ଜଳ ପତ୍ତନ ଥୁବା ନଦୀ ଭିତରକୁ ଅତି ସହଜରେ ପ୍ରବେଶ କରିପାରିବ। ମାତ୍ର କୌଣସି ବର୍ଷ ସମୟରେ ଏହି ଗେଟ୍ ଖୋଲେ ନାହିଁ। ଦ୍ଵିତୀୟତଃ ଏହି ଗେଟ୍ ଖୋଲା ବ୍ୟବସ୍ଥାଟି ମନୁଷ୍ୟକୃତ କରାଯାଇଥିବାରୁ ଗୋଟିଏ କବାଟ ଖୋଲିବାକୁ ୬୵୭ଜଣ ଲୋକଙ୍କ ଆବଶ୍ୟକତା ପଡ଼ୁଥିବାରୁ ବର୍ଷା ସମୟରେ ଏହା ସମ୍ଭବ ହେଉନାହିଁ। ବର୍ଷା ଛାଡ଼ିଲେ ଉପର ମୁଣ୍ଡର ବର୍ଷା ପାଣି ଅବା ହୀରାକୁଦ ଡ୍ୟାମ ପାଣି ବିରୂପା ନଦୀରେ ଆସିବାର ଦେଖ୍ ବିଭାଗୀୟ କର୍ମକର୍ତ୍ତା, ଯନ୍ତ୍ରୀ ଆଉ ଘେରିବନ୍ଧ ଫାଟକ ଖୋଲନ୍ତି ନାହିଁ । କାରଣ ଏହି ସମୟରେ ଫାଟକ ଖୋଲିଲେ ଜଳ ନିଷ୍କାସନ ବଦଳରେ ଜଳ ପ୍ରବେଶ କରିଯିବ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୨୦ ଦିନ ହେଲା ଚାଷ ଜମିରେ ୫ରୁ ୬ ଫୁଟ ପାଣି ଜମି ରହିଛି। ଧାନଗଛ ଗୁଡିକ ବୁଡ଼ି ରହିବା ଫଳରେ ପଚି ସମ୍ପୂର୍ଣ ନଷ୍ଟ ହୋଇଗଲାଣି। ଏଥିପାଇଁ ଅଞ୍ଚଳବାସୀ ଜଳସମ୍ପଦ ବିଭାଗକୁ ଦାୟୀ କରି ଶୀଘ୍ର ଏହାର ତଦନ୍ତ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାପାଇଁ ଦାବି କରିଛନ୍ତି। ବର୍ଷା ସମୟରେ ଯଦି ସବୁ ଫାଟକ ଖୋଲି ଦିଆ ଯାଇଥାନ୍ତା ଏଭଳି ପରିସ୍ଥିତି ହୋଇନଥାନ୍ତା ବୋଲି ଚାଷୀ ପର୍ଶୁରାମ ବିଶ୍ଵାଳ, ଧୀରେନ ବିଶ୍ବାଳ, ବୁଲା ସେଠୀ, ରଞ୍ଜନ ନାୟକ, ଗୁରୁଚରଣ ନାୟକ, ଦାଶରଥ୍ ମହାପାତ୍ର ପ୍ରମୁଖ ମତ ଦେଇଛନ୍ତି। ମନୁଷ୍ୟକୃତ ବଦଳରେ ଏଠାରେ ଯାନ୍ତ୍ରିକ ଫାଟକ ଖୋଲାଯିବାର ବ୍ୟବସ୍ଥା କରାଗଲେ ପ୍ରତି ବର୍ଷ ଜଳ ନିଷ୍କାସନ ହୋଇପାରିବ ବୋଲି ସାଧାରଣରେ କୁହାଯାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026

You Might Also Like