-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

ଯଦି ବମ୍ବେ ହାଇକୋର୍ଟର ଚତୁର୍ଥ ବେଂଚ ଖୋଲାଯାଇପାରିଲା ତା ହେଲେ କୋଶଳାଂଚଳରେ କାହିଁକି ହାଇକୋର୍ଟ ବେଂଚ ହେବ ନାହିଁ ?

04-Aug-2025



ବଲାଙ୍ଗୀର(ଦେବାଶିଷ ବହିଦାର)- ଇତି ମଧ୍ୟରେ ବମ୍ବେ ହାଇକୋର୍ଟର ଚତୁର୍ଥ ବେଂଚ କୋହ୍ଲାପୁର ଠାରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ନାଗପୁର, ଔରଙ୍ଗାବାଦ ଓ ଗୋଆ ନିକଟବର୍ତି ଅଂଚଳରେ ୩ଟି ବେଂଚ ଥିବା ବେଳେ ଚତୁର୍ଥ ବେଂଚକୁ ଅନୁମୋଦନ ମିଳିଛି। ଏହି ବେଂଚ ୬ଟି ଜିଲ୍ଲାର ମୋକଦ୍ଦମା ବିଚାର କରିବ ବୋଲି ନିଷ୍ପତ୍ତି ହୋଇଛି। ବମ୍ବେ ହାଇକୋର୍ଟ ଛଡା କର୍ଣ୍ଣାଟକ ହାଇକୋର୍ଟ, ମାଡ୍ରାସ ହାଇକୋର୍ଟ, ଆଲ୍ଲାବାଦ ହାଇକୋର୍ଟ, ଗୌହାଟି ହାଇକୋର୍ଟ, ମଧ୍ୟପ୍ରଦେଶ ହାଇକୋର୍ଟ, କେରଳ ହାଇକୋର୍ଟ ଓ ଅନ୍ୟ କିଛି ହାଇକୋର୍ଟର ମଧ୍ୟ ସ୍ଥାୟୀ ହାଇକୋର୍ଟ ବେଂଚ ରହିଛି। ଓଡଶା ହାଇକୋର୍ଟ ଠାରୁ କୋଶଳାଂଚଳର ବିଭିନ୍ନ ଜିଲ୍ଲାର ଦୂରତ୍ୱ, ମୋକଦ୍ଦମା ସଂଖ୍ୟା, ଲୋକଙ୍କ ଅର୍ଥନୈତିକ ଅବସ୍ଥା ଓ ଅନ୍ୟାନ୍ୟ ବିଷୟବସ୍ତୁକୁ ଆଖି ଆଗରେ ରଖି ଯଶୋବନ୍ତ ସିଂ କମିଶନ ର ରିପୋର୍ଟ ଅନୁଯାୟୀ କୋଶଳାଂଚଳରେ ଓଡିଶା ହାଇକୋର୍ଟର ଏକ ସ୍ଥାୟୀ ବେଂଚ ସ୍ଥାପନ ପାଇଁ ଦୀର୍ଘ ୪ଦଶକ ହେଲା ଦାବି କରାଚାଳିଛି। ଏହି ଦାବୀକୁ ନେଇ ଗତ ୧୫ବର୍ଷ ଧରି ଆଇନଜୀବୀ ଓ ଜନସାଧାରଣଙ୍କ ତରଫରୁ ସାରା କୋଶଳାଂଚଳରେ ଲମ୍ବା ଲଢେଇ ମଧ୍ୟ ହୋଇଥିଲା। ବର୍ତମାନ ସରକାର ଚଳାଉଥିବା ବିଜେପି ଦଳ ସେତେବେଳେ ବିରୋଧୀ ଦଳରେ ସେମାନେ କ୍ଷମତାକୁ ଆସିଲେ କୋଶଳାଂଚଳରେ ହାଇକୋର୍ଟ ବେଂଚ ସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇ ଥିଲେ। ତେଣୁ ବର୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ଚାଲିଥିବା ବେଳେ ଏହି ବେଞ୍ଚ ସ୍ଥାପନ କରିବା ହେଉଛି ସରକାରଙ୍କ ଉତ୍ତରଦାୟିତ୍ୱ। ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ କୋଶଳାଂଚଳର ବଳିଷ୍ଠ ପ୍ରତିନିଧିତ୍ୱ ରହିଛି। ବିଶେଷ କରି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏହି ଅଂଚଳରୁ ୨ଜଣ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ସ୍ଥାନିତ ହୋଇଥିବା ବେଳେ ଓଡିଶା ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଏ ଅଂଚଳରୁ ଉପମୁଖ୍ୟମନ୍ତ୍ରୀ ଓ ବହୁ ପ୍ରଭାବଶାଳୀ ମନ୍ତ୍ରୀ ସ୍ଥାନିତ ହୋଇଛନ୍ତି। ବିଗତ ନିର୍ବାଚନରେ କୋଶଳାଂଚଳରୁ ବିଜେପି ମଧ୍ୟ ପ୍ରବଳ ସମର୍ଥନ ପାଇଛି। ଏଭଳି ସ୍ଥଳରେ କୋଶଳାଂଚଳରେ ହୋଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ କରି ବିଜେପି ସରକାର ତାର ପ୍ରତିଶୃତି ରକ୍ଷା ରହୁ ବୋଲି ବିଶିଷ୍ଟ କୋଶଳବାଦୀ ନେତା ପ୍ରମୋଦ କୁମାର ମିଶ୍ର ଆହ୍ୱାନ ଦେଇଛନ୍ତି। କୋଶଳାଂଚଳରେ ହୋଇକୋର୍ଟର ସ୍ଥାୟୀ ବେଂଚ ଦାବୀକୁ ନେଇ ଏ ଅଂଚଳର ନିର୍ବାଚିତ ପ୍ରତିନିଧିମାନେ ତୁରନ୍ତ ସରକାରଙ୍କୁ ପ୍ରଭାବିତ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବୀ କରିଛନ୍ତି।
 କୋଶଲାଂଚଳର ଦୁଇଟି ମୁଖ୍ୟ ଦାବୀ ହେଲା ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଓ କୋଶଳାଂଚଳରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ। ଏହି ଉଭୟ ଦାବୀ ହାସଲ କରିବା ପାଇଁ ଲମ୍ବା ଲଢେଇ କରିବାକୁ ପଡିିବ। ଏଥିପାଇଁ କୋଶଳାଂଚଳର ଜନସାଧାରଣ ଛୋଟ ଛୋଟ ଗୋଷ୍ଠୀରେ ବିଭକ୍ତ ନହୋଇ ଦଳୀୟ ବିଚାରଧାରା ଓ ଅଂଚଳଗତ ବିଚାରଧାରରୁ ଉର୍ଦ୍ଧ୍ୱକୁ ଆସି ଏକାଠି  ଲଢିବାକୁ ସମର୍ପିତ ହୁଅନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି।        
 ଏହି ଦାବି ନେଇ ଖୁବ୍ ଶିଘ୍ର କୋଶଳ ଆନ୍ଦୋଳନ ତରଫରୁ ଏକ ପ୍ରତିନିଧି ଦଳ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖକୁ ଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like