-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ରାଜ୍ୟ

୩୦ ହଜାର ଧାର ଟଙ୍କା ନ ଫେରାଇବାରୁ ଯୁବକକୁ ହତ୍ୟା ଅଭିଯୋଗ: ଦିନକ ପୂର୍ବରୁ ଅପହରଣ କରିଥିଲେ ଠିକାଦାର

03-Aug-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଗୁମୁକା ପଞ୍ଚାୟତର ଏମପିଭି -୧୦ ଗ୍ରାମର ଜଣେ ଯୁବକକୁ ଧାର ଟଙ୍କା ଫେରାଇବାକୁ ନେଇ ପ୍ରଥମେ ଅପହରଣ କରିବା ସହିତ ମୋଟୁ ଥାନା ଅନ୍ତର୍ଗତ ଏମପିଭି-୮୧ ଗ୍ରାମରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡରେ ଏମପିଭି-୮୧ ଗ୍ରାମର ଜଣେ ଠିକାଦାର ଏବଂ ଅନ୍ୟ ଜଣେ ତାଙ୍କର ବନ୍ଧୁ ସାମିଲ ଥିବା ନେଇ ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ଏମପିଭି-୧୦ ଗ୍ରାମର ନିପୁନ ମଣ୍ଡଳଙ୍କ ପୁଅ ବାପି ମଣ୍ଡଳ (୨୨) ବୋଲି ଜଣାପଡିଛି । ଘଟଣା ପରେ ମୋଟୁ ପୋଲିସ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଗତ ଶୁକ୍ରବାର ଅପରାହ୍ନ ୪ଟା ୩୦ ମିନିଟ ସମୟରେ ଏମପିଭି-୮୧ ଗ୍ରାମର ଠିକାଦାର ଅନନ୍ତ ହାଲଦାର ଏବଂ ସେହି ଗ୍ରାମର ସୁଜିତ ରୟ ଦୁଇଜଣ ଏମପିଭି-୧୦ ଗ୍ରାମରେ ପହଁଚି ବାପି ମଣ୍ଡଳର ହାତକୁ ଏକ ଗାମୁଛା ସାହାଯ୍ୟରେ ବାନ୍ଧି ଜୋର ଜବରଦସ୍ତି ଉଠାଇ ନେବାକୁ ଚେଷ୍ଟା କରୁଥିବା ବେଳେ ପରିବାର ଲୋକେ ପ୍ରତିବାଦ କରିଥିଲେ । ଏ ନେଇ ଠିକାଦାର ଜଣଙ୍କ କହିଥିଲେ ଯେ ବାପି କାମ କରିବ କହି ମୋ ପାଖରୁ ୩୦ ହଜାର ଟଙ୍କା ନେଇ ଆସିଛି । ଟଙ୍କା ମାଗିଲେ ଫେରାଉ ନାହିଁ । ମୁଁ ତାକୁ ମୋ ସହିତ ନେଇଯାଉଛି ଟଙ୍କା ଶୁଝିବା ପରେ ତାକୁ ଛାଡିଦେବ କହି ନିଜ ମୋଟର ସାଇକେଲରେ ବସାଇ ନେଇ ଯାଇଥିବା ବାପିର ଜେଜେବାପା ଚାଣକ୍ଯ ମଣ୍ଡଳ କହିଛନ୍ତି । ତେବେ ଶନିବାର ଦିନ ୧୧ ଘଟିକା ସମୟରେ ଠିକାଦାର ଅନନ୍ତ ହାଲଦାର ପୁଣି ଥରେ ଏମପିଭି-୧୦ ଗ୍ରାମରେ ପହଁଚି ଗାଁ ସଭାପତି ବିକାଶ ମଣ୍ଡଳଙ୍କୁ ସାକ୍ଷାତ କରି ବାପିର ଶରୀର ବହୁତ ଅସୁସ୍ଥ ଅଛି ଏବଂ ସେ ଗୁରୁତର ହୋଇ ପଡିଛି ତାଙ୍କ ଘର ଲୋକଙ୍କୁ ଜାଣଇ ଦେବା ପାଇଁ କହିଥିଲେ । ଏହାର ଏକ ଘଣ୍ଟା ପରେ ବାପିର ମୃତ୍ୟୁ ହୋଇଯାଇଚି ବୋଲି ଅନନ୍ତ ଫୋନ କରି ସଭାପତିଙ୍କୁ ଜାଣଇ ବା ପରେ ଘଟଣା ଲୋକଲୋଚନକୁ ଆସିଥିଲା । ଠିକାଦାର ଏବଂ ତାର ସହଯୋଗୀ ବାପିକୁ ମାଡ ମାରି କୌଣସି ଉପାୟରେ ତାକୁ ହତ୍ୟା କରିଥିବା ଦର୍ଶାଇ ପରିବାର ଲୋକେ ମୋଟୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଅନନ୍ତ ହାଲଦାର ଏବଂ ସୁଜିତ ରାୟଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି l ରବିବାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ବାପିର  କେମିତି ମୃତ୍ୟୁ ହୋଇଛି ତାହା ସଠିକ ଜଣା ପଡିନାହିଁ । ବାପି ଅସୁସ୍ଥ ଥିବା ଜାଣି ଠିକାଦାର ପରିବାର ଲୋକଙ୍କୁ ନ ଜଣାଇ ଗାଁ ସଭାପତି ଙ୍କୁ ଜଣାଇବା ଏହି ଘଟଣାରେ ଅଧିକ ସନ୍ଦେହ ପ୍ରକାଶ ପାଇଛି l ଏଥିସହ ଏମପିଭି - ୮୧ ଅଞ୍ଚଳର ଜୈନେକ କ୍ଵାକ ଡାକ୍ତର ବାପି ର ଚିକିତ୍ସା କରିଥିବା ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି । ତବେ କିଛିଟା ଟଙ୍କା ପାଇଁ ଜଣେ ଯୁବକର ଜୀବନ ଯାଇଥିବା ବେଳେ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ପୋଲିସ ତାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକ ଏବଂ ଅଂଚଳବାସୀ ଦାବି କରିଛନ୍ତି । ସୂଚନା ଯୋଗ୍ୟ ଯେ ମୃତ ବାପି ଦେଢ ବର୍ଷ ତଳେ ଏମଭି-୮୮ ଗ୍ରାମରେ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି l ଏହି ଘଟଣାରେ ତଦନ୍ତ ଚାଲିଛି ।  ପରେ ମୃତ୍ୟୁ ରହସ୍ୟ ପରଦା ଫାଶ ହେବ ବୋଲି ମୋଟୁ ଥାନା ଏସଆଇ ଲକ୍ଷ୍ମୀଧର ଲେଙ୍କା ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like