-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
03-Aug-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପାଳ ମିଶ୍ର ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି l ୧୯୯୧ ମସିହା ରେ ଧର୍ମଶାଳା ଉଚ୍ଚ ମହାବିଦ୍ୟାଳୟ ରେ କାର୍ଯ୍ୟ ଆରମ୍ଭ କରି ସେ କିଛି ବର୍ଷ ଅଧ୍ୟାପକ ଓ ୨୬ ବର୍ଷ ଅଧ୍ୟକ୍ଷ ଭାବେ ସୁଚାରୁ ରୁପେ କାର୍ଯ୍ୟ କରି ଆସି ଅଞ୍ଚଳ ର ଅନେକ ଛାତ୍ର ଛାତ୍ରୀ ଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବାରେ ଉଚ୍ଚ ପଦ ପଦବୀ ରେ ସ୍ଥାପିତ କରିବାରେ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ l
ଶିକ୍ଷା ବିଭାଗ ରେ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ପ୍ରଦାନ ସହ କଳେଜ ର ଭିତ୍ତି ଭୂମି ସହ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରି ପ୍ରଶଂସିତ ହୋଇ ଥିଲେ l ତାଙ୍କର ଏହି ଅବସରକାଳୀନ ବିଦାୟ ସମର୍ଦ୍ଧନା କୁ ନେଇ ତାଙ୍କର ଜାଲୋଏ ସ୍ଥିତ ବାସଭବନରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା. I ଏହି ସଭାରେ ତାଙ୍କର ପରିବାର ର ସମସ୍ତ ଆତ୍ମୀୟ ଜନ ତଥା ପୁଅ, ଝିଅ, ଜ୍ୱାଇଁ,ଭାଇ, ଭାଉଜ, ଝିଆରୀ, ପୁତୁରା, ନାତି, ନାତୁଣୀ, ଭଣଜା, ଭାଣଜି ଙ୍କ ସହିତ ଗାଁ ର କିଛି ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l ଓ ଶେଷରେ ତାଙ୍କର ଝିଆରୀ ପଦ୍ମିନୀ ମିଶ୍ର ବିଦାୟ କାଳୀନ ସମ୍ବର୍ଦ୍ଧନା କୁ ନେଇ ଏକ ହୃଦୟ ସ୍ପର୍ଶ କବିତା ପଠନ କରିଥିଲେ l