-+91-9937148622 |

prerana_bgr@rediffmail.com |

  Tuesday 28th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   (27-Apr-2026)       ||      ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ    (27-Apr-2026)       ||      ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   (27-Apr-2026)       ||      ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ    (27-Apr-2026)       ||      ଦୁଇ ନେତାଙ୍କ ଏହି ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି    (27-Apr-2026)       ||      ରାଣ୍ଡିମହୁଲ ଛପନ ପ୍ରହାର ନାମଯଜ୍ଞର ଚତୁର୍ଥ ଦିବସ    (27-Apr-2026)       ||      ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (27-Apr-2026)       ||      ଜନଗଣନା କାର୍ଯ୍ୟରେ ନିୟୋଜିତ ଗଣନାକାରୀମାନଙ୍କ ମନୋବଳ ବୃଦ୍ଧି କଲେ ଜିଲ୍ଲାପାଳ    (27-Apr-2026)       ||      ଡହ ଡହ ଖରାରେ ଲୋକଙ୍କ ତୃଷା ମେଣ୍ଟାଇବାକୁ ଆସିଲା ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ♦️ ପୁରୁଣା ବସଷ୍ଟାଣ୍ଡ ନିକଟରେ ଜଳଛତ୍ର ଉଦଘାଟିତ    (27-Apr-2026)       ||      ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି    (27-Apr-2026)       ||      ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ    (27-Apr-2026)       ||      କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   (27-Apr-2026)       ||      ଓଡିଶା ଭିଜିଲାନ୍ସର ବନ ବିଭାଗ କଟକର ୪୨ ମୌଜା ଥାନା ଅଧୀନରେ ବେଆଇନ କରତକଳ ଉପରେ ଚଢାଉ କରିଛି   (27-Apr-2026)       ||      ପାଳଲହଡ଼ା ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ସମିତି ଓ ଗ୍ରାମ ବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପଦ୍ରବ ନିରୋଧ ଉପକରଣ ବଣ୍ଟନ   (27-Apr-2026)       ||      “ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   (27-Apr-2026)       ||      ବରୀରେ “ଗୋ ସମ୍ମାନ ଆହ୍ୱାନ” ଅଭିଯାନରେ ସାମୂହିକ ନିବେଦନ ପତ୍ର ପ୍ରଦାନ।   (27-Apr-2026)       ||      ଓସିଏ ରାଜ୍ୟ ପାନେଲ୍‌ରେ ଅମ୍ପାୟାର ପାଇଁ ଚୟନ ହେଲେ ବିଶ୍ବଜିତ   (27-Apr-2026)       ||      ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ   (26-Apr-2026)       ||      ବରୀ କନ୍ତକାର ସେତୁ: ବାଡ଼ା ନିର୍ମାଣ ନକରି ପଥଚାରୀଙ୍କୁ ବିପଦ ମୁହଁକୁ ଠେଲୁଛି ପୂର୍ତ୍ତ ବିଭାଗ   (26-Apr-2026)       ||      ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀ  ଆନୁକୂଲ୍ୟରେ ଉନବିଂଶ ସର୍ବଭାରତୀୟ ଯୋଗିନୀ  ମହୋତ୍ସବ    (26-Apr-2026)       ||     

HOME   ଜିଲ୍ଲା

ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମାରୋହ ଅନୁଷ୍ଠିତ

02-Aug-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ଜିଲ୍ଲାପାଳ  ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ଠାରେ ଜିଲ୍ଲା ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମାରୋହ ଅନୁଷ୍ଠିତ ହେବା ସହ ଆକାଂକ୍ଷା ହାଟର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ,  ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପିରାମଲ ଫାଉଣ୍ଡେସନ ରାଜ୍ୟ ପ୍ରୋଗ୍ରାମ ଡାଇରେକ୍ଟର ଗୋମତୀ ଶଙ୍କର କ୍ରିଷ୍ଣନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ। 
ସଂପୂର୍ଣ୍ଣତା ଅଭିଯାନରେ ଜିଲ୍ଲା ୪ ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହାର ଶ୍ରେୟ  ଜିଲ୍ଲାବାସୀଙ୍କର । ସମସ୍ତଙ୍କ ମିଳିତ ସହଭାଗିତାରେ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଆମେ ଜିଲ୍ଲାକୁ ଏକ ଅଗ୍ରଣୀ  ଜିଲ୍ଲା ରୂପେ ଗଢ଼ି ତୋଳିବାର ସଂକଳ୍ପ ନେବାକୁ ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ଅନ୍ୟାନ୍ୟ ଅତିଥି ମାନେ ଏହି ବିରାଟ ସଫଳତା ରେ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ସମସ୍ତେ ମିଳିମିଶି ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବା। ସୂଚନା ଥାଉ କି ଆକାଂକ୍ଷା ହାଟ ୭ ଦିନ ପର୍ଯ୍ୟନ୍ତ ରହିବ। ଏହି  ହାଟ ମାଧ୍ୟମରେ ସ୍ଥାନୀୟ ଉତ୍ପାଦ ଗୁଡ଼ିକୁ ବ୍ରାଣ୍ଡିଂ କରି ଅନଲାଇନ ପ୍ଲାଟଫର୍ମରେ ସାମିଲ୍ କରିବା ସହ ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କର ଆର୍ଥିକ ବିକାଶ ହେବ । ଏହି ହାଟ ରେ ଆଦିମ ବଣ୍ଡା ଜନଜାତିଙ୍କ ବିଡ୍ ୱାର୍କ ମାଳି, ସ୍ବାଭିମାନ ଅଞ୍ଚଳର ହଳଦୀ ଗୁଣ୍ଡ ଓ ପଣସ ଚିପ୍ସ ସ୍ଥାନ ପାଇଛି। ନୀତି ଆୟୋଗ ଅଧୀନରେ  ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଳକ୍ କାର୍ଯ୍ୟକ୍ରମରେ ୬ ଗୋଟି ବର୍ଗରେ ଜିଲ୍ଲାକୁ ସ୍ୱର୍ଣ୍ଣ ପଦକ ମିଳିଛି। ମାଲକାନଗିରି କୁ  ଜିଲ୍ଲା ସ୍ତରରେ  ଗୋଟିଏ ସ୍ୱର୍ଣ୍ଣ ଓ ଆକାଂକ୍ଷୀ ବ୍ଲକ୍ ଭାବେ ଚିତ୍ରକୋଣ୍ଡା, ଖଇରପୁଟ ଓ ମାଥିଲି ବ୍ଲକ୍ କୁ ତିନି ଗୋଟି ସ୍ୱର୍ଣ୍ଣ ପଦକ ମିଳିଛି। ସମଗ୍ର ଦେଶରେ ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ଏହିଭଳି ବିରଳ କୃତିତ୍ୱ ହାସଲ କରିବାରେ ମାଲକାନଗିରି ଏକମାତ୍ର ଜିଲ୍ଲା ଅଟେ। ଆକାଂକ୍ଷୀ ଜିଲ୍ଲା ଅଧୀନରେ ଗର୍ଭବତୀ ମାଆ ମାନଙ୍କର ପ୍ରଥମ ଟୀକାକରଣ ପଞ୍ଜୀକରଣ, ସମ୍ପୂର୍ଣ୍ଣତା ପୋଷଣ ଅଭିଯାନ, ୯ ରୁ ୧୧ ବର୍ଷର ଶିଶୁଙ୍କ ଟୀକାକରଣ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ବିଦ୍ୟୁତ୍ ସଂଯୋଗୀକରଣ ଓ ବିଦ୍ୟାଳୟରେ ଶତ ପ୍ରତିଶତ ପାଠ୍ୟ ପୁସ୍ତକ ବଣ୍ଟନରେ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ସେହିପରି ଆକାଂକ୍ଷୀ ବ୍ଲକ୍ ଅଧୀନରେ  ଗର୍ଭବତୀ ମାଆ ମାନଙ୍କର ପ୍ରଥମ ଟୀକାକରଣ ପଞ୍ଜୀକରଣ, ମଧୁମେହ ରୋଗୀ ଚିହ୍ନଟ, ଯକ୍ଷ୍ମା ରୋଗୀ ଚିହ୍ନଟ ପ୍ରକ୍ରିୟା, ସମ୍ପୂର୍ଣ୍ଣତା ପୋଷଣ ଅଭିଯାନ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଓ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ପୂର୍ଣ୍ଣ ଚଳନ ରାଶି ପ୍ରଦାନ ରେ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି।  ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପିରାମଲ୍ ଫାଉଣ୍ଡେସନକୁ ସମ୍ମାନୀତ କରାଯାଇଛି। ସେହିପରି ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବିଡିଓ, ସିଡିପିଓ, ଏମଓ, ଏମଓଆଇସି, ବିଏଓ ଓ ବିପିଏମଙ୍କୁ ପୁରସ୍କୃତ କରାଯାଇଛି। ଏହି ତିନି ଗୋଟି ବ୍ଲକ୍ ର ଅଙ୍ଗନୱାଡ଼ି କର୍ମୀ, କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ, ଆଶା, କୃଷକ ସାଥି, ଭିଏଡବ୍ଲୁ, ଏଓ, ସିଆରପିସିଏମ ଓ ଏମବିକେଙ୍କୁ ମାନପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶବର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡିଡି ଡିପିଏମୟୁ ଗୋଲକ ଚନ୍ଦ୍ର ଦଳେଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   27-Apr-2026
  ଜିଲ୍ଲା  
ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ   27-Apr-2026
  ଜିଲ୍ଲା  
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   27-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ   27-Apr-2026
  ଜିଲ୍ଲା  
ଦୁଇ ନେତାଙ୍କ ଏହି ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି   27-Apr-2026
  ଜିଲ୍ଲା  
ରାଣ୍ଡିମହୁଲ ଛପନ ପ୍ରହାର ନାମଯଜ୍ଞର ଚତୁର୍ଥ ଦିବସ   27-Apr-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   27-Apr-2026
  ଜିଲ୍ଲା  
ଜନଗଣନା କାର୍ଯ୍ୟରେ ନିୟୋଜିତ ଗଣନାକାରୀମାନଙ୍କ ମନୋବଳ ବୃଦ୍ଧି କଲେ ଜିଲ୍ଲାପାଳ   27-Apr-2026
  ରାଜ୍ୟ  
ଡହ ଡହ ଖରାରେ ଲୋକଙ୍କ ତୃଷା ମେଣ୍ଟାଇବାକୁ ଆସିଲା ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ♦️ ପୁରୁଣା ବସଷ୍ଟାଣ୍ଡ ନିକଟରେ ଜଳଛତ୍ର ଉଦଘାଟିତ   27-Apr-2026
  ଜିଲ୍ଲା  
ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି   27-Apr-2026
  ଜିଲ୍ଲା  
ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ   27-Apr-2026
  ଜିଲ୍ଲା  
କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   27-Apr-2026

You Might Also Like