-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
02-Aug-2025
- ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳୀ ତମଶ୍ଵା ଯୋଗାଳୟ ପରିସର ରେ ଯୋଗାଳୟର ସଭାପତି ଶ୍ରୀଯୁକ୍ତ ହରିହର ଶତପଥୀ ଙ୍କ ଅଧ୍ୟକ୍ଷତା ରେ ଅଧକ୍ଷ ଡ଼କ୍ଟର ସନ୍ତୋଷ ପାଢ଼ୀ ଙ୍କ ଉପସ୍ଥାପନାରେ ସମ୍ବଲପୁରୀ ଦିନ୍ ୨୦୨୫ ପାଳନ ହୋଇ ଯାଇଛି l ଏହି ଅବସରରେ ସୋନପୁର ସଂସ୍କୃତି ସମ୍ପର୍ଣ୍ଣ ଐତିହ୍ୟ ମାଟିର ଜଣେ ପ୍ରବୀଣ ଶିକ୍ଷାବିତ୍ ,ସାହିତ୍ୟିକ, ଲେଖକ ସମ୍ବଲପୁରୀ ଭାଷା ସାହିତ୍ୟର ଜଣେ ବିଶିଷ୍ଟ ମଙ୍ଗୁଆଳ କବି ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କର ୧୧୨ତମ ଜନ୍ମ ଉତ୍ସବ ପାଳନ ହୋଇଥିଲା l ଉପ ସଭାପତି ପ୍ରଦୀପ ପୁରୋହିତ ଏବଂ ସମ୍ପାଦକ ଡ଼କ୍ଟର ଆର୍ତ୍ତତ୍ରାଣ ବାବୁ, ସମ୍ବଲପୁରୀ ଦିନ୍ ପାଳନ ଉପରେ ଭାବଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସହ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ l ସମବେତ ଭାବରେ ସମସ୍ତ ଯୋଗୀଗଣ ,ଗୁରୁ ସତ୍ୟ ନାରାୟଣ ବହିବାର ଙ୍କ ପ୍ରତି ଭାବଭକ୍ତି ର ସହିତ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଆବୃତ୍ତି କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଯୋଗୀ ବାସୁଦେବ ମିଶ୍ର, ପୂର୍ଣ୍ଣ ଚ଼ନ୍ଦ୍ର ଦାସ, କୃଷ୍ଣ ଚ଼ନ୍ଦ୍ର ପାତ୍ର, ନିରଞ୍ଜନ ତ୍ରିପାଠୀ, ପ୍ରଶାନ୍ତ ସାହୁ, ସରୋଜ ପଟେଲ,କଳା କାହ୍ନୁ ଦାଶ, ସଚ୍ଚିଦାନନ୍ଦ ନାୟକ, ଅମର ଭୁତ, ନରେଶ ଅଗ୍ରୱାଲ, ଦୀନବନ୍ଧୁ ନାଗ, ଶୋଭା ପ୍ରକାଶ ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟ ଏଥିରେ ଯୋଗଦାନ କରିଥିଲେ ।