-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
01-Aug-2025
କାଲିମେଳା(ସନ୍ତୋଷ କୁମାର ପଣ୍ଡା): ଏମ୍. ପି. ଭି-୮୩ ଗ୍ରାମ ନିକଟସ୍ଥ ଏକ ପୋଖରୀରେ ତିନି ଚାରୋଟି କୁମ୍ଭୀର ଚାଲି ଆସିଛନ୍ତି l ଗ୍ରାମବାସୀ ସେହି କୁମ୍ଭୀର ଗୁଡିକୁ ଦେଖିବା ପରେ ଏମ୍. ଭି-୭୯ ବନବିଭାଗକୁ ସୂଚନା ଦେଇଥିଲେ l ତେଣୁ ବନବିଭାଗ ର କର୍ମଚାରୀ ମାନେ ଆସି ସେହି ପୋଖରୀ କୁ ନ ଯିବାପାଇଁ ଏକ ବେନର ଲଗାଇ ସଚେତନ କରେଇଛନ୍ତି l ଯେଉଁଥିରେ କୁମ୍ଭୀର ପ୍ରତି ସାବଧାନ ବୋଲି ଲେଖା ହେବା ସହ ପୋଖରୀ କୁ ଯିବା ପାଇଁ ମଧ୍ୟ ମନା କରିଛନ୍ତି ଏମ୍.ଭି-୭୯ ବନ ବିଭାଗର ଅଧିକାରୀ l ଏଭଳି ଘଟଣା ଦେଖିବକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍. ପି.ଭି-୮୩ ଗ୍ରାମ ପୋଖରୀରେ l ଏହି ପୋଖରୀରେ କୁମ୍ଭୀର ଟିକୁ ଦେଖି ଏହି ଗ୍ରାମବାସୀ ସହ ଆଖପାଖ ଲୋକ ଭୟବିତ ଅବସ୍ଥାରେ ଅଛନ୍ତି l ଏଭଳି ଘଟଣା ଏହି ଅଞ୍ଚଳରେ ଦେଖିବା ପାଇଁ ମିଳି ନ ଥିବା ବେଳେ କେମିତି ପୋଖରୀରୁ ଏହି କୁମ୍ଭୀର କୁ ଉଦ୍ଧାର କରିବେ ତାକୁ ନେଇ ବଡ଼ ପ୍ରଶ୍ନବଚି ସୃଷ୍ଟି ହୋଇଛି l ଗ୍ରାମବାସୀ ପୋଖରୀ ଭିତରୁ ଯିବାପାଇଁ ଡରୁଥିବା ବେଳେ ବନ ବିଭାଗର କର୍ମଚାରୀ ଓ ରେପିଡି ରେସପନ୍ସ ଟିମ ମାଲକାନଗିରି ରୁ ଆସି ଏହି କୁମ୍ଭୀରକୁ କିଭଳି ଉଦ୍ଧାର କରାଯିବ ତାହାର ଚେଷ୍ଟା ଚଳେଇଛନ୍ତି l