-+91-9937148622 |

prerana_bgr@rediffmail.com |

  Thursday 23rd April 2026 |

| | | |

R.N.I. Regd No. ODIODI/2010/46693

Breaking News

RTO ଚାଲାଣ ନାଁରେ ଠକେଇ: ୪ ଗିରଫ♦️ ସାଇବର ପୋଲିସ କବଜାରେ ଆରଟିଓ ଚାଲାଣ ନାଁରେ ଠକୁଥିବା ଗ୍ୟାଙ୍ଗ   (22-Apr-2026)       ||      ଚାକିରି ଦେବ କହି ମହିଳାଙ୍କ ଠାରୁ ଠକି ନେଲା ୧୫ଲକ୍ଷ ଟଙ୍କା    (22-Apr-2026)       ||      ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି ♦️ ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ    (22-Apr-2026)       ||      .ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର   (22-Apr-2026)       ||      ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ   (22-Apr-2026)       ||      *ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   (22-Apr-2026)       ||      ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ   (22-Apr-2026)       ||      ଜିଲ୍ଲାସ୍ତରୀୟ ଅକ୍ଷି ମୁଠି କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ ମନମୋହନ ସାମଲ   (22-Apr-2026)       ||      ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ♦️ ରଥଖଳା ଚଳଚଞ୍ଚଳ    (22-Apr-2026)       ||      ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ    (22-Apr-2026)       ||      ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ    (21-Apr-2026)       ||      ସୁବର୍ଣ୍ଣପୁର ଠାରେ ସି ଏମ୍ ଟ୍ରଫି ର ଉଦ୍ଘାଟନ*- *ଭାଗ ନେଲେ ୪୩ ଗୋଟି ଦଳ*-   (21-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିରର ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିବ ବିଜେଡି    (21-Apr-2026)       ||      ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ, "ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ"   (21-Apr-2026)       ||      *ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   (21-Apr-2026)       ||      *ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ*   (21-Apr-2026)       ||      ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   (21-Apr-2026)       ||      ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   (21-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (21-Apr-2026)       ||      ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ    (21-Apr-2026)       ||     

HOME   ଜିଲ୍ଲା

ସାମ୍ବାଦିକ ନବୀନ ଦାଶ ଙ୍କ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ, ସବୁ ମହଲରେ ଶୋକ ପ୍ରକାଶ I

29-Jul-2025




ସମ୍ବଲପୁର: (ସଂଜୀବ ପାଣିଗ୍ରାହୀ) :  ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଭୀମସାର ହସ୍ପିଟାଲ ବୁର୍ଲା ରେ ଚିକିତ୍ସିତ ହେଉଥିବା ସାମ୍ବାଦିକ ନବୀନ ଦାଶ (୪୨) ଙ୍କ ଆଜି ଦିବା ଘ. ୧୧. ୪୫ ମି. ସମୟରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଛି I ନବୀନ ତାଙ୍କଅନ୍ତେ ପିତା ବରିଷ୍ଠ ସାମ୍ବାଦିକ ପ୍ରହଲ୍ଲାଦ ଦାଶ, ମାତା ସୁରେଶ୍ୱରୀ ଦାଶ, ପତ୍ନୀ ନିରୁପମା ପଣ୍ଡା ଏବଂ ୧୧ ବର୍ଷ ବୟସ୍କ ଏକ ମାତ୍ର ପୁଅ ବିକାଶ କୁ ଛାଡି ଯାଇଛନ୍ତି I ସାମ୍ବାଦିକ ନବୀନ ଦାଶ ସମ୍ବଲପୁରର ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ "ସମ୍ବଳଭୂମି" ରେ ୧୪ ବର୍ଷରୁ ଅଧିକ ସମୟ ପାଇଁ ରିପୋର୍ଟର ରହିଥିଲେ I ଏହା ସହିତ ସାପ୍ତାହିକ ଖବର କାଗଜ "ସମ୍ବଲଭୂମି" ର ରିପୋର୍ଟର, 
ସ୍ୱାତିକ ଟିଭି ଓଡ଼ିଆ (ୱେବ୍ ଡିଜିଟାଲ୍ ଟିଭି ଚ୍ୟାନେଲ) ରେ ଜିଲ୍ଲା ପ୍ରତିନିଧି,  ଡିଜିଟାଲ ମିଡ଼ିଆ "ମହକ୍" ଟିଭି ରେ ଜିଲ୍ଲା ବ୍ୟୁରୋ, "ବଡ଼ ଖବର" ରେ ୧ ବର୍ଷ ପାଇଁ ଜିଲ୍ଲା ରିପୋର୍ଟର ଭାବରେ କାର୍ଯ୍ୟ କରିଥିଲେ I ଏହା ସହିତ "ଓଡ଼ିଶା ଭାସ୍କର" ରେ ଜିଲ୍ଲା ରିପୋର୍ଟର ଭାବରେ କାର୍ଯ୍ୟ କରିଥିଲେ I ମୃତ୍ୟୁ ପୂର୍ବରୁ ସେ ଡିଜିଟାଲ ଟିଭି 'ଖବର ଓଡ଼ିଶା' ରେ ଜିଲ୍ଲା ରିପୋର୍ଟର ଭାବରେ କାର୍ଯ୍ୟ କରୁଥିଲେ I ଏହା ସହିତ କ୍ୟାମେରା, ସମ୍ପାଦନା ଏବଂ କମ୍ପ୍ୟୁଟରରେ ନବୀନ ଙ୍କ ବିଶେଷ ଅଭିଜ୍ଞତା ରହିଥିଲା I ଏଠାରେ ସୂଚନା ଯୋଗ୍ୟ ଯେ ଗତ ୧୯ ତାରିଖ ଶନିବାର ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ଏନଏଚ ୫୩ ଗୌଡ଼ପାଲି - କୁଲୁଣ୍ଡି ମଝି ପତରଫଣ୍ଡି ଛକରେ ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ବିପରୀତ ଦିଗରୁ ଆସୁଥିବା ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା I ଫଳରେ ଘଟଣାସ୍ଥଳରେ ଉଭୟ ବାଇକରେ ବସିଥିବା ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ I ଏହି ଦୁର୍ଘଟଣା ରେ ଜମନକିରା ନିକଟସ୍ଥ ମୁକ୍ତେଶ୍ଵର ଶିବ ମନ୍ଦିରକୁ ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ସମ୍ବଲପୁର ର ସାମ୍ବାଦିକ ନବୀନ ଦାଶ ଏବଂ ତାଙ୍କ ପତ୍ନୀ ନିରୁପମା ପଣ୍ଡା ଓ ବରଗଡ ଜ଼ିଲ୍ଲା ଅମ୍ଭାଭୋନା ବ୍ଲକର ଉତ୍ତମ ଗାଆଁର ଭରତ ଭୁଏଙ୍କ ପୁଅ ସାନ୍ତାନୁ ଭୁଏ ଓ ଦୟାନିଧି ବୁଡେକଙ୍କ ପୁଅ ସନ୍ତୋଷ ବୁଡେକ ଆହତ ହୋଇଥିଲେ I ଏହି ଦୁର୍ଘଟଣାରେ ସାମ୍ବାଦିକ ନବୀନ ଦାଶ ଓ ସନ୍ତୋଷ ବୁଡ଼େକ ଅତ୍ୟନ୍ତ ଗୁରୁତର ହୋଇଥିଲେ I ଏନଏଚଏଆଇ ର ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡ଼ାକ୍ତରଖାନା ପଠାଯାଇଥିଲା I ଦୁର୍ଘଟଣା ରେ ଗୁରୁତର ଆହତ ଥିବା ସନ୍ତୋଷ ବୁଡ଼େକ ଙ୍କ ଗତ ରବିବାର ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇ ଭୀମସାର ଆଇସିୟୁ ରେ ଚିକିତ୍ସିତ ହେଉଥିବା ସାମ୍ବାଦିକ ନବୀନ ଦାଶ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ପରଲୋକ ହୋଇଛି I ନବୀନ ଦାଶ ଙ୍କ ପରଲୋକ ରେ ସାମ୍ବାଦିକ ମହଲ ରେ ଗଭୀର ଶୋକ ପ୍ରକାଶ ପାଇଛି I କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର  ପ୍ରମୁଖ ଗଭୀର ପ୍ରକାଶ କରିଛନ୍ତି I ନବୀନ ଦାଶ ଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଓଡିଶା ସାମ୍ବାଦିକ ସଂଘ ପ୍ରାନ୍ତୀୟ ସମ୍ପାଦକ ରମାକାନ୍ତ ବିଶ୍ୱାଳ, ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, ଜ଼ିଲ୍ଲା ସଭାପତି ହିମାଂଶୁ ମିଶ୍ର, କାର୍ଯ୍ୟକାରୀ ସଭାପତି ସୁକାନ୍ତ କର,ବରିଷ୍ଠ ସାମ୍ବାଦିକ ରତ୍ନାକର ଭୋଇ, ଗାର୍ଗୀ ଶତପଥି, ସରୋଜ ସାହୁ, ବିରାଜ ମିଶ୍ର, ଅମଳେନ୍ଦୁ ନାୟକ, ଡ଼.ରାଜାରାମ ଷଡ଼ଙ୍ଗୀ, ପ୍ରମୋଦ ବହିଦାର, ଶୁଭମ ଖଡ଼ିରତ୍ନ, ନିଲୁ ସାହୁ, ସମୀର ଷଡ଼ଙ୍ଗୀ, ବାଦଲ ସେନ୍ଦରୀଆ, ରଞ୍ଜନ ସିଂଦେଓ, ତୁଶୋବନ୍ତ ଯୋଶୀ, ଦିଲୀପ ଦାସ, ନାୟକ, ବୁନୁ ପଣ୍ଡା, ପ୍ରଦୀପ ନାୟକ,  ସତ୍ୟଜିତ ମହାପାତ୍ର, ସରୋଜ ସେଠ୍, ମଳୟ ଭୋଇ, ମାନସ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ I ମର ଶରୀର କୁ କୁଳୁଥକାନି ବାସଭବନ କୁ ଅଣାଯାଇଥିବା ବେଳେ ବନ୍ଧୁ ପରିଜନ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ I ପୂର୍ବତନ ବିଧାୟକ  ରୋହିତ ପୂଜାରୀ, ପୂର୍ବତନ ବିଧାୟକ ନାଉରି ନାୟକ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲ୍ଲୁ,  ଜ଼ିଲ୍ଲା ଓକିଲ ସଂଘ ପୂର୍ବତନ ସଭାପତି ପ୍ରମୋଦ ରଥ, ବିଜେପି ଜ଼ିଲ୍ଲା ସଭାପତି ଗିରିଶ ପଟେଲ, ବିଜେପି ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ, ସୁଧୀର ବହିଦାର, ସମୀର ରଞ୍ଜନ ବାବୁ, ଅରବିନ୍ଦ ନାୟକ,  ବୁଲୁ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ, ସୁବାସ ପାଣିଗ୍ରାହୀ, ବୀରେନ୍ଦ୍ର ପାଣିଗ୍ରାହୀ, ମନୋରଞ୍ଜନ ପଟ୍ଟନାୟକ, ଶିବ ମେହେର, ବ୍ରଜ ମୋହନ ସାହୁ, ପ୍ରିୟ ରଞ୍ଜନ ବାବୁ,  ସୁଧାଂଶୁ ଶେଖର ମହାରଣା, ବି, ଶଙ୍କର, ଗୁଣମଣି ବିଶ୍ୱାଳ,  ବିଷ୍ଣୁ ଦିବେଦୀ, ଅଜୟ ନାଥ, ଜୁସମନ ରାଣା ପ୍ରମୁଖ ରାଜଘାଟ ପହଂଚି ଶେଷ ଦର୍ଶନ କରିଥିଲେ I ସନ୍ଧ୍ୟା ରେ ସ୍ଥାନୀୟ ରାଜଘାଟ ରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା I ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ପଞ୍ଚମ ଶ୍ରେଣୀ ରେ ପଢ଼ୁଥିବା ଏକ ମାତ୍ର ପୁଅ ବିକାଶ ମୁଖାଗ୍ନି ଦେଇଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
RTO ଚାଲାଣ ନାଁରେ ଠକେଇ: ୪ ଗିରଫ♦️ ସାଇବର ପୋଲିସ କବଜାରେ ଆରଟିଓ ଚାଲାଣ ନାଁରେ ଠକୁଥିବା ଗ୍ୟାଙ୍ଗ   22-Apr-2026
  ଜିଲ୍ଲା  
ଚାକିରି ଦେବ କହି ମହିଳାଙ୍କ ଠାରୁ ଠକି ନେଲା ୧୫ଲକ୍ଷ ଟଙ୍କା   22-Apr-2026
  ଜିଲ୍ଲା  
ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି ♦️ ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ   22-Apr-2026
  ଜିଲ୍ଲା  
.ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର   22-Apr-2026
  ଜିଲ୍ଲା  
ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ   22-Apr-2026
  ଜିଲ୍ଲା  
*ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   22-Apr-2026
  ଜିଲ୍ଲା  
ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ   22-Apr-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଅକ୍ଷି ମୁଠି କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ ମନମୋହନ ସାମଲ   22-Apr-2026
  ରାଜ୍ୟ  
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ♦️ ରଥଖଳା ଚଳଚଞ୍ଚଳ   22-Apr-2026
  ରାଜ୍ୟ  
ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ   22-Apr-2026
  ଜିଲ୍ଲା  
ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ   21-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ସି ଏମ୍ ଟ୍ରଫି ର ଉଦ୍ଘାଟନ*- *ଭାଗ ନେଲେ ୪୩ ଗୋଟି ଦଳ*-   21-Apr-2026

You Might Also Like