-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
22-Jul-2025
ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ): ସୁବର୍ଣ୍ଣପୁର ଜିଲ୍ଲାପାଳ ଏବେ ଅlକ୍ସନ ମୋଡ଼ରେ । କାର୍ଯ୍ୟରେ ଅବହେଳା ଯୋଗୁ ଜନ ଅଭିଯୋଗ ଶୁଣାଣି କକ୍ଷରୁ ତଡ଼ିଲେ ସରକାରୀ ଅଧିକାରୀଙ୍କୁ। ଆଜି ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣିରେ l କାର୍ଯ୍ୟରେ ଅବହେଳା ଓ ମନଇଚ୍ଛା ନିଜ ବିଭାଗର କର୍ମଚାରୀଙ୍କୁ ଛୁଟି ଦେବା ଯୋଗୁ ଡି.ଆର.ସି.ଏସ୍ ଙ୍କୁ ଜିଲ୍ଲାପାଳ ଅନ୍ୟା ଦାସ ଅଭିଯୋଗ ଶୁଣାଣି ଗୃହରୁ ତଡ଼ିଲେ l ଗତ କିଛି ଦିନ ହେବ ରବି ଧାନ କିଣା ସରିଥିବା ବେଳେ କାମ ତକ ଅଧା ଅଧୁରା କରି ବିଭାଗୀୟ ଅଧିକାରୀ ମନଇଚ୍ଛା ଛୁଟି ନେଇ ଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳ ରୋକଠୋକ ତାଗିଦ କରିବା ସହିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରୁ ଅଧିକାରୀଙ୍କୁ ତଡ଼ି ଥିଲେ l ଏ ପଟେ ତଡା ଖାଇଥିବା ଅଧିକାରୀ DRCS ସଞ୍ଜୟ କୁମାର ତ୍ରିପାଠୀ ମଧ୍ୟ ନିଜେ ବାହାରି ଯାଇ କହିଥିଲେ ଓ ଉପରିସ୍ଥ ଅଧିକାରୀକୁ ଏହି କଥାକୁ ନେଇ ଜଣାଇବେ ବୋଲି କହିଛନ୍ତି l