-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) :କେନ୍ଦ୍ର ସରକାର ମନମୁଖୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଆଣିଲା କଂଗ୍ରେସ | ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦରବୃଦ୍ଧି କୁ କେନ୍ଦ୍ରକରି ନୟାଗଡ଼ ଜିଲ୍ଲାର ଗଣିଆ ବ୍ଳକ ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଚିତ୍ତ ରଞ୍ଜନ ମହାଳିକ ଙ୍କ ନେତୃତ୍ୱ ରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି | ଏହି ଦରଦାମ ବୃଦ୍ଧି ପ୍ରତିବାଦ ଶୋଭାଯାତ୍ରା ଗଣିଆ ବୁଢ଼ାବୁଢ଼ୀ ଙ୍କ ପୀଠରୁ ଆରମ୍ଭ ହୋଇଥିଲା | ଗଣିଆ ବଜାର ସ୍ଥିତ ଗାନ୍ଧୀ ଛକରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା | କେନ୍ଦ୍ର ସରକାର ତୈଳ ଏବଂ ଗ୍ୟାସ ଦର ରେ ୬୨% ଟ୍ୟାକ୍ସ ଆଦାୟ କରୁଥିବାରୁ ସାଧାରଣ ଖାଉଟି ବହୁତ ଅସୁବିଧା ର ସମ୍ମୁଖୀନ ହେଉ ଥିବାରୁ ଗଣିଆ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟି ର ସଂଯୋଜକ ସୁକାନ୍ତ କୁମାର ଶତପଥୀ କେନ୍ଦ୍ର ସରକାର ଙ୍କୁ ତୀବ୍ର ବିରୋଧ କରିବା ସହିତ ଜନସାଧାରଣ ଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ | ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଚିତ୍ତ ରଞ୍ଜନ ମହାଳିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ସରକାର ଦର ଦାମ ବୃଦ୍ଧି ଉପରେ ରୋକ ନଲଗାଇଲେ ଆଗକୁ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ସୂଚନା ଦେଇଛନ୍ତି | ଏହି ଦରଦାମ ବୃଦ୍ଧି ପ୍ରତିବାଦ ଶୋଭାଯାତ୍ରା ରେ ଅନେକ ବରିଷ୍ଠ ତଥା ଯୁବ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ |