-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
11-Jul-2025
ବଲାଙ୍ଗିର(ଦେବାଶିଷ ବହିଦାର)- ସ୍ଥାନୀୟ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ଆନୁକୁଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠ ଙ୍କ ମାର୍ଗ ଦର୍ଶନ ରେ ଓ ଯୁବ ରେଡକ୍ରସ କାଉନସିଲର ତଥା ଜିଲ୍ଲା ସଂଯୋଜକ ଡ. ଦୈତାରୀ ପୂଜାରୀ ଙ୍କ ତତ୍ୱାବଧାନରେ ସମସ୍ତ ଛାତ୍ର ଛାତ୍ରୀମାନେ କଲେଜ ରେ ବୃକ୍ଷରୋପଣ କରିଥିଲେ । ବଲାଙ୍ଗିର ବନ ବିଭାଗ ରୁ ୫୦୦ ବୃକ୍ଷ ଯୋଗାଇ ଦିଆଯାଇଥିଲା । ବୃକ୍ଷରୋପଣ ପରେ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ବୃକ୍ଷର ଯତ୍ନ ନେବା ସକାଶେ ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପକମାନେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ / ଅଧ୍ୟାପିକା ପଦ୍ମାଳୟା ତ୍ରିପାଠି, ଚାରୁଲତା ମିଶ୍ର, ସୁଦାମ ଚରଣ ଖମାରୀ, ପ୍ରକୃତି ବନ୍ଧୁ ଡ. ପବିତ୍ର କୁମାର ଦଣ୍ଡସେନା, ରାଧାକାନ୍ତ ସାହୁ, ପ୍ରମାନନ୍ଦ ବିଶି, ଦୁର୍ବାଦଳ ମିଶ୍ର,