-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||     

HOME   ଜିଲ୍ଲା

ଜନଶୁଣାଣିରେ ମାସ୍ ବାୟୋଫୁଏଲ  କମ୍ପାନୀ ବନ୍ଦ ନାରା ରେ କମ୍ପିଲା ଶିବିର

09-Jul-2025



ତରଭାରୁ କପିଳାସ ସେଠଙ୍କ ରିପୋର୍ଟ 

​​​ସୋନପୁର ଜିଲ୍ଲା ତରଭା ବ୍ଲକ ପାଣିମୁରା ଗ୍ରାମ ସ୍ଥିତ ମାସ୍ ବାୟୋଫୁଏଲ କମ୍ପାନୀର ଜନବିରୋଧୀ କାର୍ଯ୍ୟକଳାପରେ ଅସନ୍ତୋଷ ଜାହିର କରି ଜନଶୁଣାଣି 'କମ୍ପାନୀ ବନ୍ଦ ଆମର ଦାବୀ' ବୋଲି ମତରଖି ପ୍ରଶାସନକୁ ଚେତାବନୀ ଦେଇଥିଲେ ଗ୍ରାମବାସୀ 

 ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନରେ ପାଣିମୁ୍ରା ଠାରେ ମାସ୍ ବାୟୋଫୁଏଲ ପ୍ରାଇଭେଟ ଲିମିଟେଡ ଶସ୍ୟ ଭିତ୍ତିକ ଇଥାନଲ ପ୍ରକଳ୍ପର କ୍ଷମତା ୩୬୦ କେ. ଏଲ. ଟି ରୁ ୪୫୦ କେ.ଏଲ.ଟି କୁ ସମ୍ପ୍ରସାରଣ କରିବା ସହିତ ୯ ମେଗାୱାଟ୍ କୋଇଲାଭିତ୍ତିକ ବିଦ୍ୟୁତ ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରୀ ନିମନ୍ତେ ସର୍ବସାଧାରଣ ଜନଶୁଣାଣି ପାଣିମୁ୍ରା ଠାରେ ଆଜି ବୁଧୁବାର ଅନୁଷ୍ଠିତ ହୋଇ ଯାଇଛି I ହଜାରଧିକ ଅଞ୍ଚଳ ଗ୍ରାମବାସୀ ଜନଶୁଣାଣିରେ ସାମିଲ ହୋଇ କମ୍ପାନୀର ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଗର୍ଜି ଥିଲେ l କମ୍ପାନୀରୁ ବାହାରୁ ଥିବା ଦୂଷିତ ପାଣି ନିଷ୍କାସନ, ଦୁର୍ଗନ୍ଧ ଯୋଗୁଁ ଗ୍ରାମବାସୀ ରୋଗାକ୍ରାନ୍ତ ହେବା, ବିକଟାଳ ଶବ୍ଦ ଯୋଗୁଁ ମାନସିକ ସ୍ତରରେ ଭୟଭୀତ ହେବା, ଜଙ୍ଗଲ ଜମି ନଷ୍ଟ ଯୋଗୁଁ ଅଞ୍ଚଳବାସୀ ସହ, ଜଙ୍ଗଲ ଜମି କେନ୍ଦୁ ପତ୍ର ସଂଗ୍ରହ, ଜୀବନଜୀବିକା ପ୍ରତି ପ୍ରତିବନ୍ଧକ ସାଜିବା ଓ ଦୂଷିତ ପାଣି ବନ୍ଧ, ନାଳ ସହ ନଦୀକୁ ଛାଡୁ ଥିବା ଯୋଗୁଁ ମାଛ ମରିବା, ପାଣି ପିଇ ପଶୁଜନ୍ତୁଙ୍କ ଜୀବନ ହାନୀ ପରି ଗୁରୁତର ଅଭିଯୋଗ ଉଠିଛି l  ଦୂଷିତ ପାଣି ସ୍ପର୍ଶରେ ଆସିଲେ  ଅଞ୍ଚଳବାସୀଙ୍କ ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେବା ନେଇ ଗ୍ରାମବାସୀ ଜନଶୁଣାଣିରେ ଅଭିଯୋଗ କରିଥିଲେ l ପାଣିମୁରା, ପଣ୍ଡାକିମାଲ, ବୁଦେଲ ମୁଣ୍ଡା, ଶତ୍ରୁପାଲି ସମେତ ଆଖପାଖ ଅନେକ ଗାଁର ଅସନ୍ତୋଷ  ଲୋକେ  କମ୍ପାନୀ ପକ୍ଷରୁ କରାଯାଉ ଥିବା କ୍ଷୟକ୍ଷିତି ନେଇ ଜିଲ୍ଲାପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଗରେ ମତ ରଖିଥିଲେ I ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ବିପଦ ଥିବା ଯୋଗୁଁ ମାସ୍ ବାୟୋଫୁଏଲ କମ୍ପାନୀ ବନ୍ଦ ଆମର ଦାବୀ ବୋଲି ଦୃଢ ଯୁକ୍ତି ବାଢିଥିଲେ   I

ଅନ୍ୟ ପକ୍ଷରେ ମାସ୍ ବାୟୋଫୁଏଲ କମ୍ପାନୀ ଆରମ୍ଭ ପୂର୍ଵରୁ  ସ୍ଥାନୀୟ ଯୁବକ ଓ ଲୋକଙ୍କୁ ନିଯୁକ୍ତି ପାଇଁ ପ୍ରାଥମିକତା ଦିଆଯିବ ବୋଲି ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦିଆଯାଇ ଥିଲା I ତେବେ ପ୍ରତିଶ୍ରୁତି ମୁତାବକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି କ୍ଷେତ୍ର ରେ ପ୍ରାଥମିକତା ଦିଆଯାଇ ନାହିଁ I କମ୍ପାନୀ ଆରମ୍ଭ ହେବାର ୨ ବର୍ଷ ବିତିଗଲା ହେଲେ ଗୋଟିଏ ବି ଗଛ ଲଗାଯାଇ ପାରି ନାହିଁ କିନ୍ତୁ  ଅଞ୍ଚଳବାସୀଙ୍କ ସୁବିଧା ପାଇଁ ପ୍ରାୟ ୨୮ଲକ୍ଷ ଟଙ୍କା କେବ୍ବଳ କାଗଜ କଲମରେ କରିଥିବା  କମ୍ପାନୀ ସୂଚନା ଦେବା ପରେ ଉପସ୍ଥିତ ଗ୍ରାମବାସୀ ଉତ୍ୟକ୍ତ ହୋଇ ପଡିଥିଲେ l ତେବେ ଉତ୍ୟକ୍ତ ଲୋକଙ୍କ ହୋହାଲ୍ଲା ଯୋଗୁଁ ତରବରିଆ ଭାବେ ଜନଶୁଣାଣିକୁ ବନ୍ଦ କରି ଦିଆଯାଇ ଥିଲା I ଅନ୍ୟ ପକ୍ଷରେ ଅଞ୍ଚଳ ସମସ୍ୟାଭିତ୍ତିକ ଜନଶୁଣାଣି ଶିବିର ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆୟୋଜନ କରାଯାଉଛି ହେଲେ ସ୍ଥାନୀୟ କିମ୍ବା ଜିଲ୍ଲାସ୍ତରର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆ ଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇବା ସହ ସମ୍ପୃକ୍ତ ବିଭୀଗୀୟ ଅଧିକାରୀ କୌଣସି ଉତ୍ତର ଦେଇ ପାରି ନଥିଲେ I ପ୍ରଶାସନ କିଛି ଗୁରୁତର ଅଭିଶନ୍ଧି ରଖି ଜନ ଶୁଣାଣି କରୁଥିବା ନେଇ ଆଲୋଚନା ହୋଇଥିଲା I  ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ ଅଧିକାରୀ ବନିତା ସିଂ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ବି.ଏମ ପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର,  ତରଭା ତହସିଲଦାର ଶ୍ଵେତାଲୀନା ମହାଣା,  ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ତରଭା ଆଇଆଇସି ଅନିତା କିଡୋଙ୍କ ସହ ତିନି ପ୍ଲାଟୁନ ଫୋର୍ସ ଉପସ୍ଥିତ ଥିଲେ I

'ମୋତେ ଡରାଇ, ବିଭିନ୍ନ ପ୍ରଲୋଭନ ଦେଖାଇ ମୋ ଠାରୁ ସାଢେ ତିନି ଏକର ଅଧିକ ଜମି କମ୍ପାନୀ ନାଁରେ ମୋଠାରୁ ନେଳ ବର୍ତ୍ତମାନ ମୋତେ ମୋ ଜମିକୁ ଯିବା ପାଇଁ ରାସ୍ତା ଦିଆଯାଉ ନାହିଁ,  ଓଲଟା ବିଭିନ୍ନ ପ୍ରକାର ଧମକ ଦିଆଯାଉଛି' ବୋଲି ପାଣିମୁ୍ରା ଗ୍ରାମର ଦେବେନ୍ଦ୍ର ସାହୁ ଶିବିରରେ ମତ ଦେଇ ଥିଲେ I ଅକ୍ଷୟ କୁଅଁର, ସଂଜୀବ ପ୍ରଧାନ, ଧ୍ରୁବ ଚରଣ ନାଏକ, ବିଜୟ ମଲ୍ଲିକ, ବିଶ୍ଵାମିତ୍ର ମଲ୍ଲିକ, ରାଜେଶ ସାହୁ, ଅରକ୍ଷିତ ତରିଆ, ଡୋଳମଣୀ କୁଅଁର ଙ୍କ ସମେତ ବଡ଼ ଭୋଇଁ ରୋ ଗ୍ରାମ ପଞ୍ଚାୟତ ବିଭିନ୍ନ ଗ୍ରାମରୁ ହଜାରଧିକ ମହିଳା ଓ ଗ୍ରାମବାସୀ ଏହି ଜନଶୁଣାଣି ଶିବିରରେ ଉପସ୍ଥିତ ଥିଲେ  I 


News Comment




Photo in News

Advertisment
Lastest News
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026

You Might Also Like