-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ନକଲି ଆଦିବାସୀ ଗୋଷ୍ଠୀ ଜାଲଜା ଜାତି ପ୍ରମାଣପତ୍ର ରଦ୍ଦ କରି ଏସ୍‌ଟି ତାଲିକାରୁ ଖାରଜ ଦାବି - ଆରଡିସି ଅଫିସ ଘେରାଓ ପାଇଁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ପ୍ରସ୍ତୁତି

24-Jan-2021



ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର)- ପଶ୍ଚିମ ଓଡିଶାରେ ନକଲି ଆଦିବାସୀମାନଙ୍କ ଜାଲ ଜାତି ପ୍ରମାଣପତ୍ର ଗୁଡିକୁ ରଦ୍ଦ କରିବା ପାଇଁ ଗଠିତ ରାଜ୍ୟସ୍ତରୀୟ ଯାଜ୍ଞ କମିଟି ତଥା ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସମ୍ବଲପୁର ତତ୍ପରତା ପ୍ରକାଶ କରୁନାହାନ୍ତି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ ହେଉ ନାହିଁ କିମ୍ବା ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁସାରେ ଜାଲଜାତୀ ପ୍ରମାଣ ପତ୍ର ମାମଳା ଗୁଡିକ ଶୁଣାଣି, ତଦନ୍ତ, ରାୟ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ନକଲି ଆଦିବାସୀ କର୍ମଚାରୀମାନେ ସରକାରୀ ବିଭାଗ ରେ ଚାକିରି କରୁଛନ୍ତି । ଯେଉଁ ନକଲି ଆଦିବାସୀମାନଙ୍କ ଜାଲଜାତି ପ୍ରମାଣ ରଦ୍ଦ ହୋଇଛି, ସେମାନଙ୍କୁ ପୋଲିସ ଗିରଫ କରୁନାହିଁ, ସମ୍ପୃକ୍ତ ଜି୍‌ଲ୍ଲା ମଙ୍ଗଳ ଅଧିକାରୀ ଓପିଡିଆର କେସ କରି ନକଲି ଆଦିବାସୀଙ୍କ ଦରମା, ଭତ୍ତା, ସରକାରୀ ଟଙ୍କା ରିକଭରି କରୁନାହିଁ, ମାଧୁରୀ ପାଟିଲ ବନାମ ଅତିରିକ୍ତ କମିଶନର ଆଦିବାସୀ ବିଭାଗ ମହାରାଷ୍ଟ୍ର ମାମଳାର ଆଦେଶ ଅନୁସାରେ ଜିଲ୍ଲାପାଳ ଏବଂ ଆରକ୍ଷି ଅଧିକ୍ଷକ କାର୍ଯକାରୀ କରୁନାହାନ୍ତି । ବଲାଙ୍ଗିର ଜିଲ୍ଲାରେ ୩୭୦, ସୋନପୁର ୧୫୬, ବରଗଡ ୧୮୨, ସମ୍ବଲପୁର ୬୨, କଳାହାଣ୍ଡି ୧୭୦ ନକଲି ଆଦିବାସୀ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ରଦ୍ଦ କରାଯାଇନାହିଁ । ଏପଟେ କେତେକ ଅଣ ଆଦିବାସୀ ଗୋଷ୍ଠୀ ଆଦିବାସୀ ପ୍ରମାଣପତ୍ର ହାସଲ କରି ସମସ୍ତ ସରକାରୀ ସୁବିଧା ହଡପ କରୁଛନ୍ତି । କୁଲି ମେହେର କିମ୍ବା କୁଲିଶ ଜାତୀ ର ଲୁଗାବୁଣା ଜାତୀର ଲୋକ ଆଦିବାସୀ ସାର୍ଟିଫିକେଟ ନେଇଛନ୍ତି । ଏହି ମର୍ମରେ ଓଡିଶା ସରକାରଙ୍କ ଅନୁସୂଚୀତ ଜାତୀ ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ତାଙ୍କ ପତ୍ର ସଂ. ୧୯୮୪ ତା.୨୮.୦୮/୨୦୦୮ ରେ ଷ୍ପଷ୍ଟିକରଣ ଦେଇ ଉଲ୍ଲେଖ କରିଛନ୍ତି ଯେ କୁଲି ଏବଂ କୁଲିଶ ଜାତି ଏସ୍‌ଟି କିମ୍ବା ଏସ୍‌ସି ନୁହେଁ, ଆଦିବାସୀଙ୍କ ଭଳିଆ ତାଙ୍କର ସାଂସ୍କୃତିକ ବୈଷିଷ୍ଟ୍ୟ ନାହିଁ ସେମାନେ ଭୁଲିଆ, ତେରା, ପାତ୍ର, ରଙ୍ଗିଣୀ, ଗଣ୍ଡା, କୃଷ୍ଣା, କୁଲି, ବୁଣାକାର ଶ୍ରେଣୀର ଜାତୀ । ସେହିଭଳି ଦୋରା ସଜ୍ଞାଧାରୀ ଗୋଷ୍ଠି ଜାହାଙ୍କ ଜାତୀ ତେଲେଙ୍ଗା, ତେଲଙ୍ଗା, ତେଲୁଗୁ, ସେମାନେ ଚଞ୍ଚକତା ପୂର୍ବକ ମୂଳଜାତିକୁ ବଦଲାଇ କୋଣ୍ଡା ଦୋରା କରି, ରେକର୍ଡ ଚଞ୍ଚକତା କରି ଆଦିବାସୀ ପ୍ରମାଣପତ୍ର ଦ୍ୱାରା କୋଟା ର ସୁଯୋଗ ଆତ୍ମସାତ କରୁଛନ୍ତି । ୨୦୦୭ ରୁ ଦୋରାମାନଙ୍କୁ କୋଣ୍ଡା ଦୋରା ସାର୍ଟିଫିକେଟ ତହସିଲଦାରମାନେ ଦେଉନାହାନ୍ତି କିନ୍ତୁ ରଦ୍ଧ କରୁନାହାନ୍ତି । କେତେକ ଗୋଷ୍ଠିର ଲବାନ ଏସସି ରୁ ବଞ୍ଜାରା ଏସ୍‌ଟି, ଗଉଡ ଓବିସି ରୁ କନ୍ଧ ଗଉଡ ଏସ୍‌ଟି ଥାରୁଆ ଓବିସି ରୁ ଥାରୁଆ ବିନ୍ଧାଣୀ ଏସ୍‌ଟି ଜାଳିଆତି କରିଛନ୍ତି । ଏ ସବୁ ନକଲି ଆଦିବାସୀ ଙ୍କ ଜାଳଜାତୀ ପ୍ରମାଣପତ୍ର ଗୁଡିକୁ ୧୫ ଦିନ ମଧ୍ୟରେ ରଦ୍ଦ କରିବାକୁ ଓଡିଶା ସରକାର ରାଜ୍ୟ ସ୍ତରୀୟ ଯାଞ୍ଚ କମିଟିକୁ ଆଦେଶ ଦିଆନ୍ତୁ, କୁଲି,କୁଲିଶ, କୋଣ୍ଡା ଦୋରା, ବଞ୍ଜାରା, କନ୍ଧ ଗଉଡ,ଥାରୁଆ ବିନ୍ଧାଣିକୁ ତହସିଲଦାରମାନେ ଆଦିବାସୀ ସାର୍ଟିଫିକେଟ ନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ, ଶତାଧିକ ନକଲି ଆଦିବାସୀଙ୍କ ଜାଲଜାତୀ ପ୍ରମାଣପତ୍ର ରଦ୍ଦ ହୋଇଥିବା ବେଳେ ଜିଲ୍ଲାପାଳ ଏବଂ ଆରକ୍ଷି ଅଧିକ୍ଷକ ସୁପ୍ରିମକୋର୍ଟଙ୍କ ପ୍ରଦତ୍ତ ଗାଇଡଲାଇନ ଏବଂ ରାଜ୍ୟ ସ୍ତରୀୟ ଯାଞ୍ଚ କମିଟିର ନିର୍ଦ୍ଦେଶ ଗୁଡିକୁ କାର୍ଯ୍ୟକାରୀ କରୁନାହାନ୍ତି । ଗାଇଡଲାଇନ ଅନୁସାରେ କାମ କରିବାକୁ ସରକାର ଜିଲ୍ଲାପାଳ ଏବଂ ପୋଲିସକୁ ନିର୍ଦ୍ଦେଶ କରିବାକୁ ମହାସଂଘ ସମ୍ବାଦିକ ସମ୍ମିଳନୀରେ   ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ କାର୍ଯ୍ୟକାରୀ ସଭାପତି ବ୍ରଜ କିଶୋର ସିଂ ଭୋଇ, ଉପ-ସଭାପତି ପରମାନନ୍ଦ ମାଝି (କଳାହାଣ୍ଡି) , ଉପାଧ୍ୟକ୍ଷ ଯୋଗେନ୍ଦ୍ର ଭୋଇ (ସୁବର୍ଣ୍ଣପୁର),  ଉପସଭାପତି ଉଶମନ ମୁଣ୍ଡା (ସମ୍ବଲପୁର), ବନଲତା ମାଝି, ମହାସଚିବ ନିରଞ୍ଜନ ବିଶି, ମୁଖ୍ୟ ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ଅକ୍ଷୟ କୁମାର ଭୋଇ, ଚୁଡାମଣି ମାଝି, ଶ୍ୟାମ ସୁନ୍ଦର ଭୋଇ, ବଳଦେବ ଭୋଇ, ସନ୍ତୋଷ ପୁଟା, ନିମାଇଁ ଝାଙ୍କର, ଅଷ୍ଟରତ୍ନ ବରିହା ପ୍ରମୁଖ ଦାବି କରିଛନ୍ତି । ୧୫ ଦିନ ମଧ୍ୟରେ ଦାବି ଗୁଡିକ ପୁରଣ ନ ହେଲେ ଶସସ୍ତ୍ର ଆଦିବାସୀ ଆରଡିସି ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like