-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
03-Jul-2025
ନର୍ଲା (ଚିନ୍ତାମଣି ନାଏକ)
ବର୍ତମାନ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତେକ୍ୟ ଆଦିବାବାସୀ ଗ୍ରାମକୁ ପି ଏମ ଜନମନ
ଯୋଜନା ରେ ସମସ୍ତ ଗ୍ରାମକୁ ପକା ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ
ରଖିଥିବା ବେଳ ଏହି ଆଦିବାସୀ
ବହୁଳ ପାଞ୍ଚ ସହ ଜନ ସଂଖ୍ୟା ବିଶିଷ୍ଟ ବୁଦେଲପଦର
ଗ୍ରାମର ଲୋକେ ଦୀର୍ଘ ଦଶ ବର୍ଷ ଧରି ବିଭିନ୍ନ ସମୟ ରେ ଏହି ରାସ୍ତା ର ଦୁରାବସ୍ଥା ବିଷୟ ରେ
ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ବ୍ଲକ ଅଧକ୍ଷ୍ୟ ଜିଲ୍ଲା ପରିଷଦ ଅଧକ୍ଷ୍ୟ ଓ ବିଧାୟକ ନର୍ଲା ଙ୍କୁ ଲିଖିତ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ ଦୁଃଖର ସହିତ ପ୍ରକାଶ କରିଛନ୍ତି ଏହି ରାସ୍ତା ଦେଇପ୍ରତିଦିନ ତିନି କିମି ଦୂର ବେହେରାପାଟି ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା କୁ ଯିବାକୁ ପଡିଥାଏ ଏବଂ ଶତାଧିକ ସ୍କୁଲ ଛାତ୍ରଛାତ୍ରୀ ଆବାଳ ବୃଦ୍ଧ ବନିତା ଯିବାଆସିବା ବେଳେ ଉକ୍ତଟ ସମସ୍ୟା ଭୋଗୀ ଆସୁଛନ୍ତି ଏଣୁ ଏହି ଆଦିବାସୀ ବହୁଳ ଗ୍ରାମକୁ ଜିଲ୍ଲା ପାଳ କଳାହାଣ୍ଡି ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନର୍ଲା ସ୍ୱତନ୍ତ୍ର ଦୃଷ୍ଟି ଦେଇ
ପିଚୁ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଛି