-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
01-Jul-2025
ତୁଷୁରା, (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ଗୁଡଭେଲା
ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁଡଭେଲାବ୍ଲକ ଅନ୍ତର୍ଗତ ମାଢେକେଲା ଗ୍ରାମପଞ୍ଚାୟତର
କାର୍ଯ୍ୟନିର୍ବାହ ଅଧିକାରୀ ମନୋଜ କୁମାର ରଣଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଗୁଡଭେଲାବ୍ଲକ ବିଡିଓ ରାମଦତ୍ତ ଭୋଇ
ଯୋଗ ଦେଇ କହିଥିଲେ ଯେ, ଶ୍ରୀ ରଣା ଲୋକଙ୍କ ସମସ୍ୟା ବୁଝିବା ସହ ତାର ସମାଧାନ କରିବାକୁ ଚେଷ୍ଟା କରିବା ସହ ସବୁ ସମୟରେ ଅଞ୍ଚଳର ଉନ୍ନତିକରଣକୁ ବିଷେଶ ଧ୍ୟାନ ଦେଉ ଥିଲେ। ରୁଷୁଡା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହ ଅଧିକାରୀ ସୁମନ୍ତ ନାଏକ ସଭା ପରିଚାଳନା କରିଥିଲେ । ବଙ୍ଗୋମୁଣ୍ଡା ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହ ଅଧିକାରୀଣୀ ଜ୍ୟୋତିମୟୀ ସାହୁ ସମ୍ବର୍ଦ୍ଧନା ପତ୍ର ପଠନ କରିଥିବା ବେଳେ ରାଜ କିଶୋର ସାହୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ, ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ ଜିପିଓ ପଞ୍ଚାନନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।