-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
30-Jun-2025
କଣ୍ଟାବାଞ୍ଜି (ମୋହନ ସୁନା): ଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ପଞ୍ଚାୟତ ଅନ୍ତର୍ଗତ ତେତେଲଖୁଣ୍ଟି ଗ୍ରାମରେ ତେତେଲଖୁଣ୍ଟି ବାସୁଦେବ ବାଗ ପଡ଼ା ଠାରୁ ଡ୍ରେନ ଏବଂ କଂକ୍ରିଟ ରାସ୍ତା ନିର୍ମାଣ ନାମରେ ୧,୭୭,୫୬୬ ଟଙ୍କା ୧୫ ତମ ସିଏଫସି ୨୦୨୪-୨୫ ରେ ଖର୍ଚ୍ଚ କରାଯାଇଛି କିନ୍ତୁ ସେହି ସ୍ଥାନରେ କେବଳ କଂକ୍ରିଟ ରାସ୍ତା ନିର୍ମାଣ କରି ଡ୍ରେନ ନିର୍ମାଣ କରାଯାଇ ନାହିଁ। ତିଆରି କରାଯାଇଥିବା କଂକ୍ରିଟ ରାସ୍ତା ମଧ୍ୟ ଅତି ନିମ୍ନ ମାନର କାମ କରିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଡ୍ରେନ ନିର୍ମାଣ ହୋଇ ନ ଥିବାରୁ ରାସ୍ତା ଉପରେ ପାଣି ଜମା ହୋଇ ରହିଛି। ଲୋକ ଙ୍କୁ ଯିବା ଆସିବା କରିବା ସମୟରେ ଅନେକ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। କାଦୁଅ ପଚ୍ ପଚ୍ ରାସ୍ତା ରେ ପାଣି ହୋଇ ଯାଉଛି । ସେହି
ପାଣିରେ ବିଭିନ୍ନ ପ୍ରକାର କୀଟ ପତଙ୍ଗ ବଂଶ ବିସ୍ତାର କରୁଛନ୍ତି। ରାଜ୍ୟ ସରକାର ଡାଇରିଆ ପାଇଁ ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ଆଦେଶ ଦେଇଥିବା ବେଳେ ଏହି ଗ୍ରାମରେ ଡାଇରିଆ କୁ ଆମନ୍ତ୍ରଣ ଦିଆଯାଉଛି। କିଛି ଦିନ ଆଗରୁ ଏହି ପଡ଼ାର ୪ ଜଣ ଲୋକ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଅତିଶିଘ୍ର ଏହି ରାସ୍ତାକୁ ମରାମତି କରିବା ସହ ଡ୍ରେନ ନିର୍ମାଣ କରିବା ପାଇଁ ଲୋକେ ଦାବି କରିଛନ୍ତି। ସୂଚନା ଫଳକ ରେ ଡ୍ରେନ ଓ କଂକ୍ରିଟ ରାସ୍ତା ନିର୍ମାଣ ଉଲ୍ଲେଖ ରହିଥିବା ବେଳେ ଖାଲି କଂକ୍ରିଟ ରାସ୍ତା ନିମ୍ନମାନର ନିର୍ମାଣ କରି ସରକାରୀ ଅନୁଦାନ ଆତ୍ମସାତ କରିବା ଅଭିଯୋଗ ହେଉଛି। ଏହି ରାସ୍ତା ନିର୍ମାଣ ରେ ସଂପୃକ୍ତ ଥିବା ଠିକା ସଂସ୍ଥା ଏବଂ ଦୁର୍ନୀତି ଗ୍ରସ୍ତ ଅଫିସର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି ହେଉଛି।