-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସ

29-Jun-2025



ବଲାଙ୍ଗିର(ଦବାଶିଷ ବହିଦାର) ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ନକ୍ ଆଉଟ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ଭିକ୍ଟୋରିୟସ କ୍ଲବ ୧-୦ ଗୋଲରେ ମାଣିକେଶ୍ୱରୀ କନ୍ଧପାଲି କୁ ହରାଇଛି । ଅତିଥି ଭାବେ ଜେଆଇଟିଏମ୍ ଅଧ୍ୟକ୍ଷ ଡ. ଅନଙ୍ଗ ନାଏକ ଓ ଜିଲ୍ଲା ପରିଷଦ କମ୍ପ୍ୟୁଟର ପ୍ରୋଗ୍ରାମର ରାଜିବ ଲୋଚନ ନେପାକ ଯୋଗ ଦେଇଥିଲେ । କ୍ରୀଡା ସଂସଦର ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, କାଉନସିଲ ସଭ୍ୟ ଦ୍ୱାରିକା ପ୍ରସାଦ ପଣ୍ଡା ଓ ପ୍ରଭାତ କୁମାର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର ଓ ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚାସିନ ଥିଲେ । ଖେଳକୁ ସଂଜିତ ତରିଆ, ଶ୍ରବଣ ବାଗ, ତ୍ରିନାଥ ଚନ୍ଦନ, ଜିତୁ କୁମାର ଦଲାଇ ଓ ନରସିଂସ୍ୱାମୀ ନାଇଡୁ ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ କୁଶଙ୍ଗ ଟ୍ରାଇବ୍ରେକର ସଡନଡେଥରେ ରେଲୱେ ଏଫ୍‌ସି କୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ସୁଶ୍ରୀ ଆଇଟିଆଇ ଅଧ୍ୟକ୍ଷ ଇଂ ସନ୍ତୋଷ କୁମାର ବ୍ରହ୍ମା ଯୋଗ ଦେଇଥିଲେ । ଆଦିତ୍ୟ ପଟ୍ଟନାୟକ, ଲୋକନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଖେଳକୁ ସୁଧାଂଶୁ ସେଠ, ସୁରେଶ ନାଏକ, ଉମେଶ ଭୋଇ ଓ ନିଶାରକାନ୍ତ ନାଗ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ଲରମ୍ଭା ୩-୧ ଗୋଲରେ ଚୁଡାପାଲି ନବଜ୍ୟୋତି କୁ ହରାଇ ବିଜୟୀ ହେଲା । ପୂର୍ବତନ ଖେଳାଳି ଶ୍ରୀବତ୍ସ କୁମୁରା, ଅରୁଣ କୁମାର ପଟେଲ ଓ ଜଗବନ୍ଧୁ ଜୁଏଡ ଅତିଥି ଭାବେ ଯୋଗ ଦେଇଥିଲେ । ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଉପସ୍ଥିତ ଥିଲେ । ଖେଳକୁ ସଂଜିବ ମହାରଣା, ପୁରୁଷୋତ୍ତମ ବୁଡେକ, ମଣ୍ଟୁ ବେହେରା ଓ ଜଳନ୍ଧର ସାହୁ ପରିଚାଳନା କରିଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ମଣିଗାଁ ୧-୦ ଗୋଲରେ ଡାଙ୍ଗବାହାଲ ଏଫ୍‌ସି କୁ ହରାଇ ବିଜୟୀ ହେଲା । ଜୋନ ସଂଯୋଜକ ତପନ ପ୍ରଧାନୀ ଅତିଥି ଭାବେ ଯୋଗ ଦେଇଥିଲେ । ଜରାସିଂହା ମିନି ଷ୍ଟାଡିୟମ ରେ ତୁଷୁରା ୩-୦ ଗୋଲରେ ଅର୍ନ୍ତଲ୍ଲା କୁ ହରାଇ ବିଜୟୀ ହେଲା । ପୂର୍ବତନ ଖେଳାଳି ଅଶୋକ କୁମାର ଥନାପତି ଓ ଲକ୍ଷ୍ମୀଧର ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ କୁନ୍ତେ ମେହେର, ସତ୍ୟ ଦଣ୍ଡସେନା, ଡୋଳାମଣି ବଗର୍ତ୍ତି ଓ ପ୍ରଶାନ୍ତ ଥନାପତି ପରିଚାଳନା କରିଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ଏଚ୍‌ଆରଡିଏ ଖଲିଆପାଲି ୩-୨ ଗୋଲରେ ସକମା କୁ ହରାଇ ବିଜୟୀ ହେଲା । ପୂର୍ବତନ ଆର୍ମୀ ଆନନ୍ଦ ପୁଟେଲ ଓ ଚତୁର ଦଲାଇ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ କରୁଣାକର ପ୍ରଧାନ, ଅଞ୍ଜନ ଭେସ୍ରା, ଗୋପାଳ ପ୍ରଧାନ ଓ ବିଜୟ କୁମାର ରଣା ପରିଚାଳନା କରିଥିଲେ । ବଙ୍ଗୋମୁଣ୍ଡା ପଡିଆରେ କୋଷ୍ଟାଲ ଇଲେଭେନ କଣ୍ଟାବାଞ୍ଜି ୧-୦ ଗୋଲରେ ଚଟୁଅନକା ଏପ୍‌ଏ କୁ ହରାଇ ବିଜୟୀ ହେଲା । ବିରମହାରାଜ ପୁର ଏସିଷ୍ଟେଣ୍ଡ କଲେକ୍ଟର ନରେନ୍ଦ୍ର ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ଆଶିର୍ବାଦ ସା, ଅଶ୍ୱିନୀ ଭୁକ୍ତା, ବୁଲୁ ମାଝି, ଡିସାମ୍ବର ଭୋଇ, ସୁନିଶ ପ୍ରଧାନ, ଗଣେଷ ଭୋଇ ପରିଚାଳନା କରିଥିôଲେ । ଖୁଜେନପାଲି ପଡିଆରେ ଜେଏସ୍‌ସି ଖଲିଆପାଲି ୧-୦ ଗୋଲରେ ବାଗଭାଡି କୁ ହରାଇ ବିଜୟୀ ହେଲା । ଖେଳକୁ ସୁଶାନ୍ତ ନାଗ, ରାଜେନ୍ଦ୍ର ଧରୁଆ, ସୁଦର୍ଶନ ସେଠ ଓ ଜ୍ୟୋତି ରଂଜନ ମହାନନ୍ଦ ପରିଚାଳନା କରିଥିଲେ । 
ରାଜ୍ୟସ୍ତରୀୟ ପାଲା ଉତ୍ସବ ଉଦ୍‌ଘାଟିତ
ବଲାଙ୍ଗିର(ଦବାଶିଷ ବହିଦାର)ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଠାରେ ରଥଯାତ୍ରା ଉପଲକ୍ଷେ ୩ ଦିନିଆ ରାଜ୍ୟସ୍ତରୀୟ ପାଲା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବର ଉଦ୍ଦେଶ୍ୟ ହେଉଛି ଗ୍ରାମ୍ୟ ସ୍ତରରେ ଦିନକୁ ଦିନ ଲୋପ ପାଇଯାଉଥିବା ପାଲା ନୃତ୍ୟ କୁ ଆଧୁନିକ ଯୁଗରେ ଲୋକାଭିମୁଖ କରିବା ପାଇଁ ଓ କଳାକାରଙ୍କୁ ଉତ୍ôସାହିତ ଏବଂ ସମ୍ମାନର ସହ ଆଗକୁ ଆଣିବାକୁ ଏହା ଏକ ଅଭିନବ ପ୍ରୟାସ । ସାହିତ୍ୟ ଓ ସାରସ୍ୱତ ସାଧନା ମାଧ୍ୟମରେ ବିଭିନ୍ନ ଆଲୋଚନା ଓ ସଚେତନତା ବାର୍ତ୍ତା ଦେଉଥିଲା ପାଲା । ସାଂପ୍ରତିକ ଯୁଗରେ ମଧ୍ୟ ବିପଥଗାମୀ ସମାଜକୁ ସରସ ସୁନ୍ଦର ଓ ପରିମାର୍ଜିତ କରିବା ପାଇଁ ପାଲାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଉତ୍ସବକୁ ସାରସ୍ୱତ ସାଧକ ତଥା ସଂସ୍କୃତ ଗବେଷକ ସୁରେଶ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ସରପଂଚ ଜନ୍ମଜୟ ମେହେର, ବରିଷ୍ଠ କ୍ରୀଡାବିତ୍ ବିଜୟ କୁମାର ଜାନି, ଶିକ୍ଷାବିଦ୍ ନିମାଇଁ ପାଣିଗ୍ରାହୀ, ସମବାୟ ସଂପାଦକ ପ୍ରମୋଦ କର୍ମୀ ପ୍ରମୁଖ ମଂଚାସିନ ଥିଲେ । ଓଡିଶା ସରକାର ଙ୍କ ସଂସ୍କୃତି ବିଭାଗ ସହଯୋଗ ରେ ପ୍ରଥମ ଦିନରେ ଓମ୍ ଶ୍ରୀ ଭାରତୀ ପାଲା ଅନୁଷ୍ଠାନ, ବଡଗାଁ, ସୁନ୍ଦରଗଡ ଜିଲ୍ଲା ର ପାଲା ଗାୟକ ପଶ୍ଚିମରତ୍ନ ଫକିର ମୋହନ ବାଡା, ସନାତନ ବାଗ, ପାଲିଆ ଶରତ ବରୁଆ, ମନବୋଧ କମାର, ସଂଜୟ ନାଥ, ଦୁଃସାଶନ ନାଥ ଓ ଜୟ ମାଁ ଦନ୍ତେଶ୍ୱରୀ ପାଲା ଦଳ ଧୁମାଭଟା , ବଲାଙ୍ଗିର ଜିଲ୍ଲା ର ପାଲା ଗାୟକ ରସରାଜ ବୁଡେକ, ପାଲିଆ ଶରତ ପୁଟେଲ, କ୍ଷିରେଦ୍ର କରଣ, ଦେବ ବାଗ, ସନ୍ୟାସି ବୁଡେକ, ଘନଶ୍ୟାମ ଭାଟି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ସମସ୍ତ କଳାକାର ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଭାପତି ଜୟକୃଷ୍ଣ ମିଶ୍ର ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ସଦାନନ୍ଦ ମହଲା, ପ୍ରଶାନ୍ତ ମହାକୁର, ନରେନ୍ଦ୍ର କବାଟ, ସଂଜୟ ନାଏକ, ଲବ ନାଗ, ମଦନ ସାହୁ ଦେବାଳୟ ସୁରକ୍ଷା କମିଟି, ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ, ସଂଯୋତ କଳା କେନ୍ଦ୍ର ପ୍ରମୁଖ ଆୟୋଜନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026

You Might Also Like