-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
27-Jun-2025
ବରୀ(ରଞ୍ଜିତ ମହାନ୍ତି): ବରୀ ବ୍ଲକ ଶୁକଳ ଗ୍ରାମର ଯୁବରାଜ ବେହେରା (୪୦) ଜଣେ ଭିନ୍ନକ୍ଷମ। ପିତା ଶ୍ୟାମସୁନ୍ଦର ବେହେରାଙ୍କ ଦେହାନ୍ତ ପରେ ମାଆ ଶ୍ରୀମତୀ ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ । ବାତ ତଥା ଶ୍ରବ ଶ୍ରବଣ ଜନିତ ଭିନ୍ନକ୍ଷମ ବଡ ପୁଅ ଯୁବରାଜ ମାଆଙ୍କ ଦେଖା ଶୁଣା କରିଥାଏ I ଭତ୍ତା ପାଇଁ ବର୍ତମାନ ଆବଶ୍ୟକ ହେଉଥିବା ସ୍ମାର୍ଟ କାର୍ଡ ପ୍ରସ୍ତୁତିରେ ତ୍ରୁଟି ଲାଗି ଦୀର୍ଘ ୬ ମାସ ହେଲା ସେ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ବାତ ପାଇଁ ଆବଶ୍ୟକୀୟ ଔଷଧ ପତ୍ର କିଣି ଖାଇବାକୁ ସକ୍ଷମ ହୋଇପାରି ନାହାଁନ୍ତି । ଆଜି ହଠାତ୍ ଅତ୍ୟଧୂ ଅସୁସ୍ଥ ହେତୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତି କରାଯାଇଥିଲା। ସନ୍ଧ୍ୟ ସମୟକୁ ବରୀରୁ ଯାଜପୁର ଜିଲା ଚିକିତ୍ସାଳୟକୁ ପଠା ଯାଇଥିବାର ଜଣାପଡ଼ିଛି