-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
27-Jun-2025
ଅତାବିରା(ଆକାଶ ମିଶ୍ର): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନସେବା ସମସ୍ତଙ୍କ ପାଇଁ ଏକ ଆହ୍ବାନ,ତାଙ୍କ ପରି ଜନସେବକ ଇତିହାସରେ ବିରଳ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ମାତୃପୁରୀ ଲାଦରପାଲିରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧବାର୍ଷିକୀରେ ଏହିପରି ବାର୍ତ୍ତା ପହଞ୍ଚାଇଛନ୍ତି ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ l ଗଣ ଅଧ୍ୟକ୍ଷ ବବ୍ରୁ ବାହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରୋଜ କୁମାର ରଥ ,ନିରଂଜନ ପସାୟତ,ସୁନୀଲ ଖମାରୀ, ରତନ ଦୀପ,ଜୟଶ୍ରୀ ନନ୍ଦ, ମିଲନିକା ନନ୍ଦ, ଗିରିଜା ସାହୁ, ଲୋପାମୁଦ୍ରା ପ୍ରଧାନ,ସୁନୀତି ଭୋଇ ପ୍ରମୁଖ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ଭାଇ, ଅପା ମାନେ ଯୋଗଦାନ କରି ଭବିଷ୍ୟତରେ ଗୋପବନ୍ଧୁଙ୍କ ପରି ଜନସେବକ ହେବା ପାଇଁ ଏବେ ଠାରୁ ପ୍ରସ୍ତୁତ ହେବାପାଇଁ ବାର୍ତ୍ତା ପ୍ରେରଣ କରିଥିଲେ।ଶେଷରେ ଉପାଧ୍ୟକ୍ଷ ଯତୀନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।