-+91-9937148622 |

prerana_bgr@rediffmail.com |

  Wednesday 22nd April 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ    (21-Apr-2026)       ||      ସୁବର୍ଣ୍ଣପୁର ଠାରେ ସି ଏମ୍ ଟ୍ରଫି ର ଉଦ୍ଘାଟନ*- *ଭାଗ ନେଲେ ୪୩ ଗୋଟି ଦଳ*-   (21-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିରର ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିବ ବିଜେଡି    (21-Apr-2026)       ||      ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ, "ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ"   (21-Apr-2026)       ||      *ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   (21-Apr-2026)       ||      *ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ*   (21-Apr-2026)       ||      ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   (21-Apr-2026)       ||      ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   (21-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (21-Apr-2026)       ||      ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ    (21-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ    (20-Apr-2026)       ||      ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   (20-Apr-2026)       ||      ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ    (20-Apr-2026)       ||      ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   (20-Apr-2026)       ||      "ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   (20-Apr-2026)       ||      *ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   (20-Apr-2026)       ||      *କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   (20-Apr-2026)       ||      ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   (20-Apr-2026)       ||      ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା   (20-Apr-2026)       ||      ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା   (20-Apr-2026)       ||     

HOME   ଜିଲ୍ଲା

ପୁଣି ପାଣିମୋରା ଇଥାନଲ୍ କାରଖାନା ବିରୋଧରେ ଆନ୍ଦୋଳନ: ସବୁ ନିୟମକୁ ମାସ୍ ବାଇଓ ଫୁଏଲ୍ ର ଫୁଃ... ମାଲିକ ଅନୀଲ କାନୋଡିଆଙ୍କ ପକେଟ୍ ରେ ସରକାର ?

26-Jun-2025



ଦୁର୍ଗନ୍ଧ ଓ ଶବ୍ଦ ପ୍ରଦୂଷଣରେ ଅତିଷ୍ଠ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

 ତରଭା/ବଲାଙ୍ଗିର (ମଳୟ ମିଶ୍ରଙ୍କ ରିପୋର୍ଟ  )ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୋରା ଗ୍ରାମରେ ଥିବା ' ମାସ୍ ବାଇଓ ଫୁଏଲ୍ ପ୍ରା. ଲିଃ.' ନାମକ ଇଥାନଲ୍ କାରଖାନା ବିରୁଦ୍ଧରେ ପୁଣି ଥରେ ସ୍ଥାନୀୟ ଗ୍ରାମବାସୀମାନଙ୍କ ପକ୍ଷରୁ ପ୍ରବଳ ଜନଅସନ୍ତୋଷ ପ୍ରକାଶ ପାଇଛି ।  କାରଖାନାରୁ ନିର୍ଗତ ଦୁର୍ଗନ୍ଧ ଓ ବିକଟାଳ ଶବ୍ଦରେ ଅତିଷ୍ଠ ହୋଇ  କାରଖାନା କର୍ତ୍ତୃପକ୍ଷ କୌଣସି କଥା ନ ଶୁଣିବାରୁ ବାଧ୍ଯ ହୋଇ ଗତ ୨୪ ତାରିଖ ଦିନ ପାଣିମୋରା ଗ୍ରାମବାସୀମାନେ ପୁଣିଥରେ  ମୁଖ୍ଯ ପ୍ରବେଶ ଦ୍ବାର ଆଗରେ ରାସ୍ତା ଖୋଳିଦେଇ କାରଖାନାକୁ ବନ୍ଦ କରିଦେଇଥିଲେ । ଖବର ପାଇ ତରଭା ଥାନାଧିକାରୀ ଅନୀତା କିଡୋ, ତରଭା ତହସିଲଦାର , ଅତିରିକ୍ତ ତହସିଲଦାର ପ୍ରମୁଖ ଅଧିକାରୀମାନେ ଯାଇ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟାକରି ବିଫଳ ହେବାରୁ ସୁବର୍ଣ୍ଣପୁର ଏସ୍ ପି ନାରାୟଣ ନାଏକ ଓ ଡିଏସ୍ ପି ପହଞ୍ଚି ସନ୍ଧ୍ୟାରେ ତରଭା ଥାନା ପରିସରରେ କାରଖାନା ପରିଚାଳକ ,ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ଆନ୍ଦୋଳନକାରୀ ଗ୍ରାମବାସୀମାନଙ୍କର ମୁଖିଆଙ୍କ ସହ ବସି ସମାଧାନ କରିଛନ୍ତି ।  ଗ୍ରାମବାସୀମାନେ  କାରଖାନାରୁ ନିର୍ଗତ ଦୂଷିତ ଜଳର ନିଷ୍କାସନର ଉପଯୁକ୍ତ ବ୍ୟବସ୍ଥା ,ଦୁର୍ଗନ୍ଧର ନିରାକରଣ , ଶବ୍ଦପ୍ରଦୂଷଣ ବନ୍ଦ , କାରଖାନା ସ୍ଥାପନ ବେଳେ ଦିଆଯାଇଥିବା ସ୍ଥାନୀୟଗ୍ରାମବାସୀଙ୍କୁ କାରଖାନାରେ ନିଯୁକ୍ତି ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଆଦି ୫ ଦଫା ଦାବିରୁ ଆଗାମୀ ୫ ଦିନ ମଧ୍ଯରେ ପୂରଣ କରାଯିବାକୁ କାରଖାନା କର୍ତ୍ତୃପକ୍ଷ ସମୟ ମାଗିଛନ୍ତି ।  ଏବେ କାରଖାନା ବନ୍ଦ ରହିଛି ଓ ଅବରୋଧ ହଟାଇ ଦିଆଯାଇଛି । ଦିଲ୍ଲୀରୁ ମାଲିକ ଅନୀଲ କାନୋଡିଆ ଓ ତାଙ୍କ ବାପା ଆସି ଦାବିପୂରଣ କରିବାକୁ ଉଦ୍ୟମ ଚଳାଇଥିବା ଜଣାଯାଇ ଥିଲେ ହେଁ , ସମସ୍ତ ଦାବି ପୂରଣ ନହେଲେ , ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । 

ଉଲ୍ଲେଖଯୋଗ୍ଯ ଯେ , ଗତ  ୨୦୨୨ ତାରିଖରେ ତତ୍କାଳୀନ ମୁଖ୍ଯମନ୍ତ୍ରୀଙ୍କ ଦ୍ବାରା ଏହାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଗତ ୧ ମାର୍ଚ୍ଚ ୨୦୨୪ ତାରିଖରେ ଏହା ଉଦ୍ ଘାଟିତ ହୋଇଥିଲା ।  ଏହି କାରଖାନାଟି ଆରମ୍ଭରୁ ଅଦ୍ୟାବଧି ବିଭିନ୍ନ ନିୟମ ବହିର୍ଭୂତ କାମ , ଚରମ ଅବ୍ୟବସ୍ଥା ଓ ପ୍ରତିଶ୍ରୁତିର ଉଲଂଘନ କରାଯାଇ ଆସୁଥିବାର ଗ୍ରାମବାସୀଙ୍କ ଅଭିଯୋଗକୁ କାରଖାନା କର୍ତ୍ତୃପକ୍ଷ , ପ୍ରଶାସନ ଓ ସରକାର ଅଣଦେଖା କରି ଆସୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କାରଖାନା ସ୍ଥାପନ ବେଳେ ବିଧାୟକ ନିରଞ୍ଜନ ପୂଜାରୀ କାରଖାନାରେ ପାଣିମୋରା ସମେତ ଆଖପାଖ ଗ୍ରାମର ଯୁବକ ଓ ବାସିନ୍ଦାଙ୍କୁ ୫୦ ପ୍ରତିଶତ ନିଯୁକ୍ତିସୁଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାହା ପାଣିର ଗାର ହୋଇଛି ।  ରାଣ ମେଣ୍ଟାଇବା ପରି ଗ୍ରାମର ମାତ୍ର ୨/୪ ଜଣଙ୍କୁ ମୂଲିଆ ପରି କାମ ଦିଆଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ , ପ୍ରାୟ ୨୦୦ ମିଟର ଦୂରରେ ଥିବା ପାଣିମୋରା ଗ୍ରାମର ଗ୍ରାମବାସୀମାନେ ପ୍ରବଳ ଦୁର୍ଗନ୍ଧ ଯୋଗୁଁ ଓ ପ୍ରଦୂଷିତ କାରଖାନାର ନିର୍ଗତ ପାଣି ଆସି ଜଳାଶୟରେ ମିଶୁଥିବାରୁ ସେଇ ପାଣି ବ୍ୟବହାର କରି ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ପ୍ରଚଣ୍ଡ ଶବ୍ଦ ଯୋଗୁଁ ଲୋକେ ଶୋଇପାରୁ ନାହାଁନ୍ତି ।  ବୁଢାବୁଢୀ , ଶିଶୁ , ଗର୍ଭବତୀ ମହିଳା ଓ ରୋଗଗ୍ରସ୍ତଙ୍କ  ଉପରେ ବହୁତ ପ୍ରଭାବ ପଡୁଛି । କହିଲେ , ଆଜିକାଲି କହି କହି କାରଖାନା କର୍ତ୍ତୃପକ୍ଷ ବିଗତ ତିନିବର୍ଷ ହେଲା ମିଛ କହି ଟାଳିଦେଇ ଆସୁଛନ୍ତି । 

ପ୍ରକାଶଯୋଗ୍ୟ ଯେ , କେବଳ ଏଥରର ଏଭଳି ଅଭିଯୋଗରେ ଆନ୍ଦୋଳନ କରିଥିବା ପାଣିମୋରା ଗ୍ରାମବାସୀ ନୁହଁନ୍ତି , କିଛିଦିନ ତଳେ ନିକଟସ୍ଥ  ଏକ ଗ୍ରାମର ଗ୍ରାମବାସୀମାନେ ତାଙ୍କ ଗ୍ରାମର ନାଳରେ କାରଖାନାର ଦୁଷିତ ପାଣି ପଶୁଥିବାର ପ୍ରତିବାଦରେ କାରଖାନାର ଗାଡିମଟର ଭଙ୍ଗାରୁଜା କରିଥିଲେ ।  କିଛିମାସ ତଳେ ନିକଟସ୍ଥ ଅରଖପଦର ଗ୍ରାମର ଜଣେ ଯୁବକ ମେସିନରେ ପଡିଯାଇ ଖଣ୍ଡବିଖଣ୍ଡିତ ହୋଇ ମୃତ୍ୟୁବରଣ କରିବାରୁ ଗ୍ରାମବାସୀମାନେ କାରଖାନା ଉପରେ ଆକ୍ରମଣ କରି ସୁରକ୍ଷାକର୍ମୀଙ୍କୁ ନିସ୍ତୁକ ମାଡମାରିଥିଲେ । ଏପରିକି ଏହାର ନିୟନ୍ତ୍ରଣ କରିବାକୁ ପହଞ୍ଚିଥିବା ତରଭା ଥାନାର ପୁଲିସ ମଧ୍ଯ  ଲୋକଙ୍କ ଆକ୍ରମଣରୁ ବର୍ତ୍ତି ନ ଥିଲେ । ଶେଷରେ ଉକ୍ତ ମୃତଶ୍ରମିକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଥିବା କୁହାଯାଏ  । ତେବେ କେବଳ ଏଇ ଏକମାତ୍ର ଶ୍ରମିକ ବା କର୍ମଚାରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା ନୁହେଁ , ଇତିମଧ୍ୟରେ ବାହାର ରାଜ୍ୟର ବିଶେଷକରି ଏକାଧିକ ବଙ୍ଗାଳୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଓ ସେ ସବୁକୁ କାରଖାନା କର୍ତ୍ତୃପକ୍ଷ ଚପାଇ ଦେଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ  ।  ଗ୍ରାମବାସୀମାନେ ଏ ସମ୍ପର୍କରେ କହିଥିଲେ ଯେ , ଆମେ ଦେଖିଥିବା କାରଖାନାର ସେହି କର୍ମଚାରୀମାନେ ଦିନେ ହଠାତ୍  ରହସ୍ଯଜନକ ଭାବରେ ଉଭାନ୍ ହୋଇଯାଆନ୍ତି  !  ପୁଲିସ ତାହାକୁ ଟଙ୍କା ଖାଇ ଚପାଇଦେବା ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି ।

କାରଖାନାର ଶ୍ରମିକ ସୁରକ୍ଷା ବିଶୃଙ୍ଖଳିତ । ଶତାଧିକ ମହିଳା ଶ୍ରମିକଙ୍କ ସମେତ ଶ୍ରମିକଙ୍କ ପାଇଁ ପ୍ରବଳ ଦୁର୍ଗନ୍ଧ,  ଧୂଆଁ ଓ ରାଜ୍ଯ ବାହାରର ଶହଶହ ଟ୍ରକ୍ ଯାତାୟାତ କରୁଥିବା କାରଖାନାର ଭିତରବାହାରର ଆଣ୍ଠୁଏ ଧୂଆଁ ଧୂଳିକାଦୁଅରେ ଚଳପ୍ରଚଳ ହେଉଥିବାର ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ  ! 

ଆହୁରିମଧ୍ୟ ଏହି ଇଥାନଲ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ଚାଉଳଖୁଦ , ମକା ଓ ଆଖୁଦୋରୁଅ ଇତ୍ୟାଦି ପାଇଁ ୟୁରିଆ ସାର ଆଖପାଖର ସରକାରଙ୍କ ଚାଷୀଙ୍କ ପାଇଁ ରିହାତିରେ ବିକାଯାଉଥିବା ଲାଇସେନ୍ସ ପ୍ରାପ୍ତ ଦୋକାନୀ ବା ଡିଲରଙ୍କୁ କାରଖାନାର କେତେକ ସ୍ଥାନୀୟ ପରିଚାଳକଙ୍କ ଜରିଆରେ କଳାବଜାରରେ କିଣାଯାଉଥିବା ଓ ଏହାକୁ ଉକ୍ତ ଅଧିକାରୀ ମଧ୍ଯ ସ୍ବୀକାର କରିଥିଲେ । 

କାରଖାନାର ଏସବୁ ଅନିୟମିତତା ସମ୍ପର୍କରେ ପଚାରିବାରୁ ପାଣିମୋରା ଗ୍ରାମ କମିଟିର ସଭାପତି ଧ୍ରୁବ ଚରଣ ନାଏକ କହନ୍ତି : କାରଖାନାରୁ ନିର୍ଗତ ଦୁଷିତ ପାଣି ଯୋଗୁଁ ଆମର ପ୍ରାୟ ୧୦ ଏକର ଚାଷଜମିରେ ଆଉ ଫସଲ ହେଉନାହିଁ । ଦେହରେ ଏହି ପାଣି ଲାଗି କୁଣ୍ଡାଇ ହେଇ ଚର୍ମରୋଗ ହେଉଛି ।  ଏହି କାରଖାନା ଆମର କୌଣସିପ୍ରକାର ଉପକାରରେ ଆସୁନାହିଁ  । ବରଂ କ୍ଷତି କରୁଛି । ଗ୍ରାମର ଅନ୍ୟତମ ମୁଖିଆ ଅକ୍ଷୟ କୁଅଁର ମଧ୍ଯ ସମାନ ଅଭିଯୋଗ ପ୍ରକାଶ କରନ୍ତି ଓ କାରଖାନା କର୍ତ୍ତୃପକ୍ଷ ପୁଲିସ ପ୍ରଶାସନ ଆଗରେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କଲେ , ଆଗକୁ ଆନ୍ଦୋଳନ ବଢିବ ବୋଲି ପ୍ରକାଶ କରିଛନ୍ତି । ଆଉଜଣେ ଗ୍ରାମର ଚାଷୀ ଦେବେନ୍ଦ୍ର ସାହୁ କହିଛନ୍ତି ଯେ , କାରଖାନା ପକ୍ଷରୁ ନଈରୁ ପାଣି ଆଣିବାକୁ ଶାଗମାଛ ମୂଲ୍ୟରେ ରାସ୍ତା ପାଇଁ  କିଛି ଜମି କିଣିନେବା ପରେ  ଏବେ ସେହି ରାସ୍ତାର ଉଭୟପଟରେ ବାଡା ନିର୍ମାଣ କରୁ ନଥିବାରୁ ମୁଁ ନିଜ ଚାଷଜମିକୁ ଯାଇପାରୁନାହିଁ । ମଝିରେ ମାତ୍ର ପ୍ରାୟ ୪ ଏକର ଖଣ୍ଡେ ଜମି କିଣିନେଇ କମ୍ପାନୀ ପାଣିମୋରା ଜଙ୍ଗଲ ନାଁ'ରେ ରହିଥିବା କେତେ କେଉଁ କିସମର ଜମିରେ କାରଖାନା ବସାଇଛି , ତରଭା ତହସିଲରେ ଅନୁସନ୍ଧାନ କରାଗଲେ , ଜଣାପଡିବ ।

ତେବେ କାରଖାନା ମାଲିକ ଅନୀଲ କାନୋଡିଆ ସ୍ଥାନୀୟ ଗ୍ରାମବାସୀ , ସାଧାରଣ ଲୋକଙ୍କୁ ଭ୍ରୂକ୍ଷେପ କରନ୍ତି ନାହିଁ ।  ସେ ବଲାଙ୍ଗୀରରୁ ପ୍ରତିଦିନ ଏକ ବସ୍ ରେ କର୍ମଚାରୀଙ୍କ ପାଇଁ ଯାତାୟାତର ବ୍ୟବସ୍ଥା କରିଛନ୍ତି ଓ  ସେ କେଉଁଠି ରହନ୍ତି , କେହି ଜାଣନ୍ତି ନାହିଁ । କିଏ କହେ ସେ ପ୍ରାୟ ଦିଲ୍ଲୀରେ ରହନ୍ତି ଓ ମଝିରେ ମଝିରେ ଏଠିକି ଆସନ୍ତି । କେବେ ତରଭା ନିକଟସ୍ଥ ଘେଷରାମୁଣ୍ଡାରେ ବା ବଲାଙ୍ଗୀରରେ ଲୁଚି ରହନ୍ତି ।  କାରଖାନା ଭିତରକୁ ସାମ୍ବାଦିକଙ୍କୁ ଛଡାଯାଏନାହିଁ । ତାଙ୍କୁ ଫୋନ୍ କଲେ ସେ ଉଠାନ୍ତିନି । ତେବେ ସେ ଓ ତାଙ୍କ ବାପା ଆସି କାରଖାନାରେ ଥିଲେ ହେଁ ଆମ ପ୍ରତିନିଧିଙ୍କୁ ଥରେ ଅଧେ ଫୋନ୍ ଉଠାଇ ' ସାମ୍ବାଦିକ କୋ ବଲାଙ୍ଗୀର ମେ ମିଲେ ହେଁ ' କହି ଆଉ ଧରାଛୁଆଁ ଦେଇ ନ ଥିଲେ  !  ତେଣୁ କମ୍ପାନୀର ଏହି କାରଖାନା ସମ୍ପର୍କରେ ସବିଶେଷ ତଥ୍ଯ ବା ତାଙ୍କର ମତାମତ ନିଆଯାଇ ପାରିନାହିଁ । କୁହାଯାଏ ସେ ସବୁକଥା ଉପରମହଲରେ କରନ୍ତି । ପୁଲିସ, ପ୍ରଶାସନ, ବିଧାୟକ,  ସାଂସଦ,  ରାଜନେତା ସମସ୍ତେ ତାଙ୍କ ପକେଟ୍ ରେ । ପୂର୍ବତନ ସରକାରଙ୍କ ଠାରୁ ଚଳିତ ସରକାର ମଧ୍ଯ ଗଣମାଧ୍ୟମର ପ୍ରକାଶିତ ଅଭିଯୋଗ ବା ତାଙ୍କର ସବୁ ଅନିୟମିତତାକୁ ନଜରଅନ୍ଦାଜ କରି ଆସୁଛନ୍ତି । ନିକଟରେ ମୁଖ୍ଯମନ୍ତ୍ରୀଙ୍କ ସୋନପୁର ଗସ୍ତବେଳର ସୁବର୍ଣ୍ଣପୁର ଜିଲ୍ଲା ଏକନମ୍ବର ଜିଲ୍ଲାରେ ପରିଣତ ହେବ ଘୋଷଣା ଏଇଥିରୁ ସଙ୍କେତ ମିଳେ  !


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ   21-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ସି ଏମ୍ ଟ୍ରଫି ର ଉଦ୍ଘାଟନ*- *ଭାଗ ନେଲେ ୪୩ ଗୋଟି ଦଳ*-   21-Apr-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିରର ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିବ ବିଜେଡି   21-Apr-2026
  ଜିଲ୍ଲା  
ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ, "ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ"   21-Apr-2026
  ଜିଲ୍ଲା  
*ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   21-Apr-2026
  ଜିଲ୍ଲା  
*ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ*   21-Apr-2026
  ଜିଲ୍ଲା  
ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   21-Apr-2026
  ଜିଲ୍ଲା  
ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   21-Apr-2026
  ଜିଲ୍ଲା  
ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ   21-Apr-2026
  ଜିଲ୍ଲା  
ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ   21-Apr-2026
  ଜିଲ୍ଲା  
ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ   20-Apr-2026
  ଜିଲ୍ଲା  
ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   20-Apr-2026

You Might Also Like