-+91-9937148622 |
prerana_bgr@rediffmail.com |
Sunday 13th September 2026 |
R.N.I. Regd No. ODIODI/2010/46693
Breaking News
26-Jun-2025
ବରପାଲି (ସୁଦାମ ଦୀପ)
ବରପାଲି ମହାବିଦ୍ୟାଳୟରେ ଅଧ୍ୟକ୍ଷା ଜୟନୀ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି ।ଏହି ସଭାରେ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ସୁଶିଲ କୁମାର ଶତପଥୀ ଓ ଅଧ୍ୟାପକ ଅଶୋକ ପ୍ରଧାନ ଅତିଥି ଭାବରେ ଯୋଗଦେଇ ସମ୍ବିଧାନର ମହତ୍ତ୍ଵ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମଗ୍ର କାର୍ଯକ୍ରମକୁ ଅଧ୍ୟାପକ ଅଲେଖ ମହାନନ୍ଦ ସଂଯୋଜନା କରିଥିବା ବେଳେ ବହୁ ଛାତ୍ର ଛାତ୍ରୀ ସ୍ବରଚିତ ପ୍ରବନ୍ଧ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।