-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
22-Jun-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତ ପରିସରରେ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ଙ୍କ ତତ୍ୱାବଧାନ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ଯୋଗ ସମୟରେ ପିଇଓ ପ୍ରହଲ୍ଲାଦ ବେହେରା, ସମାଜସେବୀ ଯୁଧିଷ୍ଠିର ପଧାନ ଉପସ୍ଥିତ ଥିଲେ l ସ୍ୱାସ୍ଥ୍ୟ ହେଉଛି ସମ୍ପଦ ଏଣୁ ସୁସ୍ଥ ରହିବା ପାଇଁ ପ୍ରତ୍ୟକ ଦିନ ଯୋଗ ବା ପ୍ରାଣାୟାମ ନିତ୍ୟନ୍ତ ଆବଶ୍ୟକ l ଏଣୁ ଯୋଗ ଅଭ୍ୟାସ ପାଇଁ ଶ୍ରୀମତୀ ପଧାନ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରିଥିଲେ l ଏହି ପରିପ୍ରେକ୍ଷୀରେ ବୁଢ଼ୀପଦର ସ୍ଥିତ ଗ୍ରାମୀଣ ପାର୍କ ରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଅନେକ ସଂଖ୍ୟା ରେ ଜନସାଧାରଣ ଯୋଗ ଦେଇଥିଲେ l