-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
23-Jan-2021
ଦେଓଗାଁ, (ପ୍ରେରଣା ଖବର) :ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ବଡ଼ ବାହାଲ ଠାରେ ଶ୍ରୀମତୀ ରୀନା ମିଶ୍ରଙ୍କ ତତ୍ୱାବଧାନରେ ଭାରତୀୟ ଜନତା ପାର୍ଟି ତରଫରୁ ମହିଳା ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି।ତେବେ ସୁଧାଂଶୁ ମିଶ୍ରଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ,ସମ୍ମାନିତ ଅତିଥି ଭାବେ ଭାଜପା ର ବରିଷ୍ଠ ନେତ୍ରୀ ପଙ୍କଜିନି ପଣ୍ଡା,ତାପସ୍ୱିନୀ ସାହୁ,ଏବଂ ଦେଓଗାଁ ମଣ୍ଡଳ ପ୍ରତିନିଧି ଅମିତ ସିଂ ନିନା,ଙ୍କ ସହ ବହୁ ସଂଖ୍ୟାରେ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଉଦବୋଧନ ଦେଇଥିଲେ। ଯେଉଁଥିରେ ନାରୀ ନିର୍ଯାତନା,ନାରୀ ସଶକ୍ତିକରଣ ଓ କେନ୍ଦ୍ର ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ ହୋଇଥିଲା।ଯାହା ତୃଣମୂଳ ସ୍ଥରରେ ଯୋଜନାର ସୁ ବିନିଯୋଗ ସମ୍ବନ୍ଧରେ ମୁଖ୍ୟ ଅତିଥି ଦୃଷ୍ଟି ଆକର୍ଷଣ କରିଥିଲେ।ଯାହାକୁ ନେଇ ଦେଓଗାଁ ଅଞ୍ଚଳର ଉପସ୍ଥିତ ଥିବା ସମୂହ ଗଣମାନ୍ୟ ମଣ୍ଡଳୀ ସହଯୋଗ ସମର୍ଥନ ଜଣାଇଥିଲେ।