-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ରାଜ୍ୟପାଳଙ୍କ ପ୍ରତିଶୃତି ପରେ ମଧ୍ୟ୍ୟ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ, ଜିଲ୍ଲା ପ୍ରଶାସନ ଚୁପ 

19-Jun-2025



ତରଭା(କପିଳାସ ସେଠ): ଯାତାୟତର ସୁବିଧା ଓ ସୁବର୍ଣ୍ଣପୁର ଜିଲ୍ଲା ସହ ପଡୋଶୀ ବଲାଙ୍ଗୀର ଜିଲ୍ଲା ସିଧାସଳଖ ସଂଯୋଗ ପାଇଁ ରାସ୍ତା,ପୋଲ(ସେତୁ)ନିର୍ମାଣ ପାଇଁ ତତକାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡରେ ପ୍ରତିଶୃତି ଦେଇଥିଲେ I ହେଲେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରିନାହିଁ I ରାଜ୍ୟପାଳଙ୍କ ପ୍ରତିଶୃତି ଅଧୁରା ହୋଇ ରହିଛି I ଅତାସିଂହା ନାଳ ଉପରେ ପୋଳ ନିର୍ମାଣ କାର୍ଯ୍ୟ କେଉଁ ସଂସ୍ଥା କରୁଛି, କେଉଁ ବିଭାଗ ମାଧ୍ୟମରେ କରାଯାଉଛି ତାହାର କୌଣସି ସୂଚନାଫଳକ ମଧ୍ୟ୍ୟ ନାହିଁ I ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଯୋଗାଯୋଗ କଲେ ମଧ୍ୟ ସଠିକ ସୂଚନା ମିଳିପାରୁ ନାହିଁ I ସୂଚନା ଅନୁଯାଇ ତରଭା ବ୍ଲକ ଅନ୍ତର୍ଗତ ଶିବତୁଳା ଗ୍ରାମପଞ୍ଚାୟତର ଅତାସିଂହା ସ୍ଥିତ ଏସ ସି/ଏସଟି ଛାତ୍ରୀ ମାନଙ୍କ  କସ୍ତୁରୀବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ଗତ ୧/୧୨/୧୦ମସିହା ରେ ତତକାଳୀନ ଓଡିଶା ମହାମହିମ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି  ନିର୍ମାଣକାର୍ଯ୍ୟର ଉଦଘାଟନ କରିଥିଲେ I  ଅତାସିଂହା ଗ୍ରାମକୁ ଯିବା ହେଲେ  ଶିବତୁଲା ରୁ ପୁଆ ପିଡବ୍ଲୁଡି ରାସ୍ତାଠାରୁ ପ୍ରାୟ ଦେଢ଼ କିଲୋମିଟର ପରେ ଅତାସିଂହା ଗ୍ରାମ ରହିଛି I ହେଲେ ଗମନା ଗମନ ସୁବିଧା ଓ ବଲାଙ୍ଗୀର ଜିଲ୍ଲାର ବଇରା଼ସର ଗ୍ରାମ ସହ ଖୋର୍ଦ୍ଧା ବଲାଙ୍ଗୀର ଏନ ଏଚ.୫୭ ସହିତ ସିଧାସଳଖ ରାସ୍ତା ସଂଯୋଗୀକରଣ ପାଇଁ ଏକ ବାଏପାସ ରାସ୍ତା ନିର୍ମାଣ କରିବା ପାଇଁ ରାଜ୍ୟପାଳଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀପତ୍ର ଦିଆଯିବା ସହ ଅସୁବିଧା ନେଇ ଦୃଷ୍ଟି ଆକର୍ଷଣ କରା ଯାଇ ଥିଲା I ଏହା ସଙ୍ଗେସଙ୍ଗେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ପାଇଁ ଖେଳପଡିଆ ନିର୍ମାଣ ଓ ଅନ୍ୟାନ୍ୟ ଅସୁବିଧା ମହାମହିମ ରାଜ୍ୟପାଳଙ୍କ ଠାରେ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଥିଲା I ସେ ସମୟରେ ରାଜ୍ୟପାଳ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିଲେI  ପ୍ରତିଶୃତି ମୁତାବକ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ଥିଲା I ଅତାସିଂହା ଓ ବଇରା଼ସର ଗ୍ରାମ ସହିତ ସଂଯୋଗ କରିବା ପାଇଁ ଉକ୍ତ ରାସ୍ତାରେ ଥିବା ନାଳ ଉପରେ ପୋଲ ନିର୍ମାଣ କାର୍ଯ୍ୟ କିଛି ବର୍ଷ ତଳେ ଆରମ୍ଭ କରାଯାଇ ଥିଲା I ତାହା କିନ୍ତୁ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି I ହେଲେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସିପ୍ରକାର ପଦକ୍ଷେପ ନିଆ ନ ଯାଇଥିବା ଅଭିଯୋଗ ହେଉଛି I ଅନ୍ୟପକ୍ଷରେ ବିଦ୍ୟାଳୟର ଖେଳ ପଡିଆ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିବାର ଅଭିଯୋଗ ରହିଛି I ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସମୟରେ ପଦକ୍ଷେପ ନେବା ପାଇଁ ଲିଖିତ ଭାବରେ ଜଣାଇ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନାହିଁ I ଅନ୍ୟପକ୍ଷରେ ଅତାସିଂହା ଗ୍ରାମସହିତ ଜାତୀୟ ରାଜପଥ ସହିତ ସଂଯୋଗ କରିବା ବଲାଙ୍ଗୀର ଜିଲ୍ଲାର ବଇରା଼ସର ଗ୍ରାମ ପଟରେ ଅତା ସିଂହା ଓ ବଇରାସରଗ୍ରାମବାସୀଙ୍କ ମିଳିତ ଉଦ୍ୟମରୁ କେତେକ ସ୍ଥାନ ରେ ରାସ୍ତା ନିର୍ମାଣ ପାଇଁ ସରକାରୀ ହେଉ କିମ୍ବା  ବେସରକାରୀସ୍ତର ରେ ଜମି ଅଧିଗ୍ରହଣ କରାଯାଇ ମାଟି ରାସ୍ତା ନିର୍ମାଣ ହୋଇଛି I ବଇରା଼ସରପଟରୁ ପୋଲ ପର୍ଯ୍ୟନ୍ତ କିଛି ପରିମାଣ ଜମି ଅଧିଗ୍ରହଣ ହୋଇପାରି ନାହିଁ I ଜମି ଅଧିଗ୍ରହଣ ନେଇ କାହାର ଅବହେଳା ରହିଛି ତାହା ଜଣା ପଡ଼ୁନାହିଁ  I ଯାହାଫଳରେ ରାଜ୍ୟପାଳଙ୍କ ପ୍ରତିଶୃତିର ରାସ୍ତା କାମ ଅଟକି ରହିଛି I ଅନ୍ୟପକ୍ଷରେ ଅତାସିଂହା ଗ୍ରାମ ପଟରେ ଥିବା ନାଳ ରେ ପୋଲ (ସେତୁ)ନିର୍ମାଣ କାର୍ଯ୍ୟ ଶେଷ ହୋଇଛି I ପୋଲ ର ଉଭୟେ ପଟ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇ ପାରି ନାହିଁ I ବଇରା଼ସର ପଟରେ ଥିବା ଚାଷଜମି ମାଲିକ ମାନଙ୍କ ସହ ବୁଝାମୁଣା ଅବା ସରକାରୀସ୍ତରରେ ଜମି ଅଧିଗ୍ରହଣ ହୋଇ ନଥିବା ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ବୋଲି କେତେକ ବ୍ୟକ୍ତି ମତରଖନ୍ତି I ରାଜ୍ୟପାଳଙ୍କ ପ୍ରତିଶୃତି ଓ ଅଞ୍ଚଳବାସୀଙ୍କ ଦାବୀ ର ୧୪ ବର୍ଷ ହୋଇ ଯାଇଥିଲେ ମଧ୍ୟ୍ୟ ପୋଲ ଓ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ I ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମ କରି ଅତାସିଂହା ଓ ବଇରା଼ସର ରାସ୍ତା ସହ ପୋଳ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଲୋକାର୍ପିତ କରିବା ପାଇଁ ଅଞ୍ଚଳବାସୀଙ୍କ ଦାବୀ ହେଉଛି I 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like