-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
19-Jun-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ସିନ୍ଦୂରପୁର ପଞ୍ଚାୟତ ଅଧୀନ ଗଣେଶପୁର ଗ୍ରାମର ଶୁକଦେବ ପୁରୋହିତ ଓ ମାମୁନି ପୁରୋହିତଙ୍କ ପୁତ୍ର ମୁକେଶ ଚଳିତ ବର୍ଷ NEET ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯୯.୬୪ ପ୍ରତିଶତ ମାର୍କ ସହ ୭୬୫୧ ରାଙ୍କ ତଥା ସାଧାରଣ ବର୍ଗରେ ୩୫୫୮ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ସୂଚନା ଯୋଗ୍ୟ ଯେ ମୁକେଶ ପିଲା ବେଳରୁ ଜଣେ ମେଧାବୀ ଛାତ୍ର ଥିଲେ l ପୂର୍ବରୁ ମ୍ୟାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ତଥା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୮୮ ପ୍ରତିଶତ ମାର୍କ ଆଣି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ l ଏହି ସଫଳତାର ଶ୍ରେୟ ସେ ଭଗଵାନ,ନିଜର ପିତାମାତା,ଗୁରୁଜନ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି l ତାଙ୍କ ଏହି ସଫଳତାରେ ପିତାମାତା ତଥା ଅଞ୍ଚଳର ଶିକ୍ଷାପ୍ରେମି ମହଲରେ ଆନନ୍ଦର ଲହରୀ ଖେଳିଯାଇଛି l