-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
23-Jan-2021
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା)- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଠାରେ ଆଜି ସଡକ ସୁରକ୍ଷା ଉପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପରିବିହନ ମନ୍ତ୍ରୀ ପଦ୍ୱନାଭ ବେହେରା ଓ ଜିଲ୍ଲାପାଲ ମନିଷା ବାନାର୍ଜୀ ଯୋଗଦେଇ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ବସଷ୍ଟାଣ୍ଡ ଠାରୁ ଏକ ବାଇକ ଶୋଭାଯାତ୍ରା ବାହାରି ବ୍ଲକଛକ, ଗଣ୍ଡାବାହଲ ଛକ, ଲକ୍ଷ୍ମିନଗର ଦେଇ କଲେଜ ପଡିଆ ଠାରେ ପହଂଚିଥିଲା । ଶୋଭାଯାତ୍ରାରେ ସୋନପୁର ଏନସିିସି ଗୃପ, ଉଲୁଣ୍ଡା ଯୁବମହାସଂଘ, ସମସ୍ତ ସରପଂଚ, ସମିତିସଭ୍ୟ, ପୋଲିସବାହିନୀ, ଦମକଲ ବାହିନୀ, ଅଟୋମାଲିକ ସଂଘ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତାଙ୍କ ସମେତ ବହୁ ଜନସାଧାରଣ ସାମିଲ ହୋଇଥିଲେ । ଏହି ଅବଶରରେ ଆରଟିଓ ରବିନ ପଟ୍ଟନାଏକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବୀରମହାରାଜପୁର ଉପଜିଲ୍ଲାପାଲ ଅଶୋକ ଭୋଇ, ଡେପୁଟୀ କମିସନର ଦୀପ୍ତି ରଂଜନ ପାତ୍ର, ଅତିରିକ୍ତ ଏସପି ରମେଶ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ମଂଚାସୀନ ହୋଇଥିଲେ । ସୋନପୁର କୋଶଲ ଅବାଶିକ ବିଦ୍ୟାଳୟର ଛାତ୍ରୀ ମାନେ ଆବାହନୀ ସଙ୍ଗୀତ ଗାନ କରିଥିବା ବେଲେ ଶୃତି ଶୁଚରିତା ପଧାନ ଏବଂ ସଂଜ୍ଞାରାଣୀ ନନ୍ଦ ମଂଚପରିଚାଲନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡିଓ ହେମସାଗର ଭୋଇ, ତହସିଲଦାର ପୁର୍ଣ୍ଣଚନ୍ଦ୍ର ନାଏକ, ଜୁନିଅର ଏଭିଆଇ ଯୋହନ ପ୍ରତାପ କୁଲୁ, ଅତିରିକ୍ତ ଆରଟିଓ ଶିବାସିସ ସାହୁ, ଡିଏସପି ଆନନ୍ଦ ବର୍ଦ୍ଧନ ଗୁରୁଙ୍କ ସମେତ ବିଭିନ୍ନ ପଦାଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।