-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
23-Jan-2021
କଣ୍ଟାବାଞ୍ଜି, (ପ୍ରେରଣା ଖବର) :ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱ।ଧୀନତା ଦେବି ସ୍ଳୋଗାନର ଜନ ନାୟକ ନେତାଜୀ ସୁବାଷ ବୋଷ ଓ ପଶ୍ଚିମ ଓଡ଼ିଶାର ବୀରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଚଟୁଅନକା ଗ୍ରାମ ପଞ୍ଚାୟତ ର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ କୋଭିଦ ମହାମାରୀ ର ନିୟମ କୁ ଅନୁସରଣ କରି ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ଉଭୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ କିଶୋର ବରିହା, ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି, ଅଗସ୍ତି ମାଝୀ ଓ ଛିନେ ମାଝୀ ଉପସ୍ଥିତ ଥିଲେ। ଠିକ ସେହିପରି ଚଟୁଅନକାସ୍ଥିତ ଅଙ୍ଗନବାଡ଼ି'ଖ'କେନ୍ଦ୍ରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଥିଲା।ଏହି ଅବସରରେ ଅତିଥି ଭାବରେ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ,ମାଳୀ ସମାଜ ସଭାପତି ଶ୍ରୀ କବିରାଜ ପୁଟେଲ, ଅଙ୍ଗନବାଡି କର୍ମୀ ସଙ୍ଗୀତା ବଏ ଉପସ୍ଥିତ ଥିଲେ।