-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||     

HOME   ଜିଲ୍ଲା

ନୋଏଡ଼ାଠାରେ ପ୍ରଥମ ରଜ ପର୍ବ ବହୁ ଆଡ଼ମ୍ବରରେ ପାଳନ

16-Jun-2025



ନୋଏଡ଼ା/ନୂଆଦିଲ୍ଲୀ(ପ୍ରେରଣା ଖବର):ନୋଏଡ଼ାଠାରେ ପ୍ରଥମ ଥର ପାଇଁ ବହୁ ଆଡ଼ମ୍ବର ଏବଂ ଖୁବ ଜାକଜମକରେ ରଜ ପର୍ବ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ଉତ୍ସବ ସ୍ଥଳ ନୋଏଡ଼ା ଷ୍ଟାଡିୟମର ରାମଲୀଳା ମୈଦାନକୁ ଖୁବ ସୁନ୍ଦର ଭାବରେ ସଜାଯାଇ,ଏକ କ୍ଷୁଦ୍ର ଓଡ଼ିଶାର ରୂପ ପ୍ରଦାନ କରା ଯାଇଥିବା ଲକ୍ଷ୍ୟ କରାଯାଇଥିଲା। ସାମୁଦାୟିକ ବିକାଶ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ସମାରୋହରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ଯର ଭବ୍ୟ ସମାରୋହ ଘଟିଥିବା ଦେଖାଯାଇଥିଲା।

ଓଡ଼ିଶାର ସବୁଠୁ ଲୋକପ୍ରିୟ ଗଣପର୍ବ ଭାବରେ ପରିଗଣିତ ରଜ ମାତୃ ଉପାସନା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ମାଟି ମା' ଯେତେବେଳେ ମୌସୁମୀ ଆଗମନ କାଳରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହୁଏ, ସେତେବେଳେ ଏହି ପାର୍ବଣ ପାଳନ କରାଯାଇଥାଏ। ଉତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ଏଠାରେ ପ୍ରାୟ ପଚିଶ ହଜାର ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣଙ୍କର ସମାଗମ ଘଟିଥିବା ନଜରକୁ ଆସିଥିଲା। ନୋଏଡ଼ାରେ ପ୍ରଥମ ଥର ପାଇଁ ବ୍ୟାପକ ଆକାରରେ ରଜ ପର୍ବ ଅନୁଷ୍ଠିତ ହେଉଥିବାରୁ ଉଭୟ ଆୟୋଜକ ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏହାକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍କଣ୍ଠା, ଅସୀମ ଉତ୍ସାହ ଏବଂ ଅଦମ୍ୟ ଉଦ୍ଦୀପନା ପ୍ରକାଶ ପାଇଥିବା ପରିଲକ୍ଷିତ କରାଯାଇଥିଲା । 

ଉପସ୍ଥିତ ବରେଣ୍ୟ ଅତିଥି ବୃନ୍ଦ ଯଥା:- ଗୌତମ ବୁଦ୍ଧ ନଗରର ସାଂସଦ ଡଃ.  ମହେଶ ଶର୍ମା , ବିଜେପି ନେତା ବିଜୟ ପାଲ ସିଂହ ତୋମାର ଓ ମହେଶ ଚୌହାନ, ପ୍ରତିଷ୍ଠିତ ଉଦ୍ୟୋଗପତି ରାଜେଶ ସହାୟ, ଵାସ୍ତୁବିତ ଗୌତମ ରିଷି, ଜିଲ୍ଲା ମାଜିଷ୍ଟ୍ରେଟ ମନୀଷ ବର୍ମା ଓ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ପ୍ରମୁଖ ସେମାନଙ୍କର ଭାଷଣରେ ସାମୁଦାୟିକ ବିକାଶ ସମିତି ଏବଂ ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷ ବରିଷ୍ଠ ଚାଟାର୍ଡ ଏକାଉଣ୍ଟଟାଣ୍ଟ ତଥା ବିଶିଷ୍ଟ ସାମଜସେବୀ ଡଃ.  ମନୋରଞ୍ଜନ ମହାନ୍ତିଙ୍କୁ ନୋଏଡ଼ାରେ ପ୍ରଥମ ଥର ପାଇଁ ରଜ ପର୍ବର ବିଶାଳକାୟ ଆୟୋଜନ ପାଇଁ ସାଧୁବାଦ ଜଣାଇଥିଲେ। ଉତ୍ତର ପ୍ରଦେଶ ଏବଂ ଓଡ଼ିଶାର ମହାନ କଳା ସଂସ୍କୃତି ମଧ୍ୟରେ ସମ୍ପର୍କ ଓ ସାମଞ୍ଜସ୍ୟର ସେତୁ ସ୍ଥାପନା କରିବା ପାଇଁ ଡଃ.ମହାନ୍ତିଙ୍କର ମହତ ଉଦ୍ୟମକୁ ସେମାନେ ଭୂୟସୀ ପ୍ରଶଂସା କରିଥିଲେ। ସମାବେଶକୁ ସମ୍ବୋଧନ  କରି ମୁଖ୍ୟ ଆୟୋଜକ ଡଃ. ମହାନ୍ତି ରଜ ପର୍ବ ଏକ ସାଧାରଣ ଉତ୍ସବ ନୁହେଁ ବରଂ ଏହା ମାତୃଭୂମି, ମାତୃଭାଷା ଏବଂ ମାତୃତ୍ୱ ପ୍ରତି ଆମର ଶ୍ରଦ୍ଧା ସୁମନ ସମର୍ପଣର ମହାର୍ଘ ଅବସର ବୋଲି ଉଲ୍ଲେଖ କରିଥିଲେ।     

ସମାରୋହର ମୁଖ୍ୟ ଆକର୍ଷଣ ହାସ୍ୟ ସମ୍ରାଟ ପପୁ ପମପମ୍ , ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ, ଦେବେଶ ପତି, ପପୁ ପଣ୍ଡା, ସୁଶ୍ରୀ ଜ୍ୟୋତି, ସ୍ଵରୂପ ଭଲଓଁକର ଏବଂ ସୁପ୍ରସିଦ୍ଧ ଓଲିଉଡ ତାରକା ଅଶୃମୋଚନ ମହାନ୍ତିଙ୍କର ପ୍ରଭାବଶାଳୀ ପ୍ରସ୍ତୁତିଗୁଡ଼ିକ ଥିଲା। ରଜ ପର୍ବର ସ୍ଵତନ୍ତ୍ର ଆକର୍ଷଣ ଓଡ଼ିଆ ଖାଦ୍ୟ ଉତ୍ସବ ଥିଲା। ଏହି ଅବସରରେ ଅତିଥି ଅଭ୍ୟାଗତମାନଙ୍କୁ  ନାନା କିସମର ଖାଣ୍ଟି ଓଡ଼ିଆ ଖାଦ୍ୟ ପରସା ଯାଇଥିଲା। ଏହା ମଧ୍ୟରେ କଟକର ଦହିବରା ଆଳୁଦମ, ସାଲେପୁର ରସଗୋଲା, ପୁରୀର ଟଙ୍କ ତୋରାଣି, କୋରାପୁଟର ବାରମଜା ଏବଂ ଯାଜପୁରର ପ୍ରସିଦ୍ଧ ପାନ ଅନ୍ତର୍ଭୁକ୍ତ ଥିଲା। ଏହା ସହିତ ଓଡ଼ିଶା ପ୍ରସିଦ୍ଧ ନାନା କିସମର ପିଠା ଯଥା ଆରିସା, କାକରା,  ମଣ୍ଡା, ଛେନାପୋଡ଼ ଏବଂ ପୋଡ଼ପିଠାର ସ୍ୱାଦ ଆଗନ୍ତୁକମାନେ ଉପଭୋଗ କରିଥିଲେ। ନୋଏଡ଼ା ଷ୍ଟାଡିୟମରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ବହୁବିଧ ଷ୍ଟଲ୍ ଲଗାଯାଇଥିଲା। ଏ ମଧ୍ୟରେ ଓଡ଼ିଶାର ହସ୍ତତନ୍ତ, ହସ୍ତକଳା,ପାରମ୍ପରିକ ପୋଷାକ, ଚିତ୍ର ଉତ୍ତୋଳନ ଆଦି

ଅନ୍ତର୍ଭୁକ୍ତ ଥିଲା। ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ, ଶିଶୁ କ୍ରୀଡ଼ା, ମେହେନ୍ଦି ଓ ଚିତ୍ରାଙ୍କନ ପ୍ରତିଯୋଗିତା ତଥା ଲୋକକଳା କର୍ମଶାଳା ମଧ୍ଯ ସ୍ଥାନ ପାଇଥିଲା।    

ରଜ ପର୍ବକୁ ସକ୍ଷମତାର ସହିତ ଆୟୋଜନ ଓ ସଫଳତାର ସହିତ ସମାପନ କରିବାରେ ସାମୁଦାୟିକ ବିକାଶ ସମିତିର ସୁଯୋଗ୍ୟ ସଙ୍ଗଠନ ଟିମ୍ ଯଥା: ଅଧ୍ୟକ୍ଷ ଡଃ. ମନୋରଞ୍ଜନ ମହାନ୍ତି ଏବଂ ସଦସ୍ୟ ବୃନ୍ଦ ପ୍ରମୋଦ ଭଲ, ରୀତା ପାତ୍ର, ଧନେଶ୍ଵର ନାୟକ, ଦେବବ୍ରତ ମିଶ୍ର, ସୁବ୍ରତ ଜେନା, ଶୈଳେଶ ଆନନ୍ଦାନୀ, ରେବା ସୋଲାଙ୍କି, ଭରତ କୁମାର, ଦୀପକ ଝା, କିଶନ ସାହୁ, ବିନୁ ବିସ୍ତ ଏବଂ ପ୍ରିୟଙ୍କା ରାଠୋର ପ୍ରମୁଖ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡଃ ସରୋଜ କୁମାର ଜେନା, ମୀନକେତନ ସାମଲ, ଦୀପକ କୁମାର ରଥ,  ସୂର୍ଯ୍ୟ ନାରାୟଣ ମିଶ୍ର, ପ୍ରବୀର ମହାନ୍ତି, ଦେବରାଜ ମହାନ୍ତି, ଜ୍ଞାନପ୍ରକାଶ ଜେନା, ଜିତେନ୍ଦ୍ର ମୁଖୀ, ଗଜେନ୍ଦ୍ର ପ୍ରସାଦ ସାମନ୍ତ ଓ ଆଲୋକ ପାଢ଼ୀ ପ୍ରମୁଖ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026

You Might Also Like