-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
14-Jun-2025
କଣ୍ଟାମାଳ (ଜୟକୁମାର ମହାରଣା): କଣ୍ଟାମାଳ ବ୍ଲକ ହାଟପଦା ଛକ ଠାରେ ଦୃଷ୍ଟିବାଧିତ କଳାକାର ମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ବସାଶଙ୍କର ଗ୍ରାମର ମା କନ୍ଧେନବୁଢୀ ଦୃଷ୍ଟିହୀନ ଭଜନ ପରିବାର ପକ୍ଷରୁ ଆୟୋଜିତ ଭଜନ ସମାରୋହରେ ଦୃଷ୍ଟି ବାଧିତ ସଂଗୀତ କଳାକାର ମାନଙ୍କ କଣ୍ଠରୁ ସୁମଧୁର ଭଜନ ଶୁଣିବାପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା l ଦୃଷ୍ଟିହୀନଙ୍କ କଣ୍ଠରୁ ପରିବେଷିତ ସୁମଧୁର ଭଜନର ମଧୁର ମୂର୍ଚ୍ଛନାରେ ଭଜନପ୍ରେମୀ ଆତ୍ମବିଭୋର ହୋଇ କରତାଳି ମଧ୍ୟରେ ଭୁୟସୀ ପ୍ରଶଂସା କରିବା ସହ ଅକୁଣ୍ଠଚିତ୍ତରେ ସାହାଯ୍ୟ ସହଯୋଗ କରିଥିଲେ l ଏଥିରେ ମାଁ କନ୍ଧେଁବୁଢି ଦୃଷ୍ଟିହୀନ ଭଜନ ପରିବାର ର ଶୁଭମ୍ କୁମ୍ଭାର, ସଙ୍ଗମ ସାହୁ, ରବି ହେର୍ଣ୍ଣା, ଖିରସିନ୍ଧୁ ମହାନନ୍ଦ, ଅସ୍ତୁବ କୁମ୍ଭାର ପ୍ରମୁଖ ଭଜନ ପରିବେଷଣ କରିଥିଲେ l