-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
14-Jun-2025
ବଲାଙ୍ଗିର(ଦେବାଶିଷ ବହିଦାର): ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର । ଦେବାଳୟ ସୁରକ୍ଷା କମିଟି ବଲାଙ୍ଗିର ଜିଲ୍ଲାର ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଜନପ୍ରତିନିଧିମାନଙ୍କୁ ଦାବି ଜଣାଇଲେ ମଧ୍ୟ ତିଳେମାତ୍ର କାର୍ଯ୍ୟ ହୋଇଥିବାରୁ ଦାବି କରାଯାଇଛି । ଐତିହ୍ୟ ସମ୍ପନ୍ନ ବଲାଙ୍ଗିର ଜିଲ୍ଲାର ପାଟଣା ରାଜ୍ୟର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ୧କୋଟି ୧୨ଲକ୍ଷ ଟଙ୍କା, ମାଁ ସମଲେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ୩କୋଟି ୧୫ ଲକ୍ଷ ୮୦ହଜାର ଟଙ୍କା ଏବଂ ଗୋପାଳଜୀ ମନ୍ଦିର ପାଇଁ ୫କୋଟି ୭୦ଲକ୍ଷ ୭୨ହଜାର ଟଙ୍କା, କୋଶଳ କଳାମଣ୍ଡଳ ଉନ୍ନତିକରଣ ପାଇଁ ୩କୋଟି ୭୦ଲକ୍ଷ ଏବଂ ୫୦୦ ବିଶିଷ୍ଟ ଅଡିଟରିୟମ ପୂର୍ବତନ ସରକାର ଜରିଆରେ ଅର୍ଥ ଅନୁଦାନ ବିଭିନ୍ନ ଉନ୍ନତି ସକାଶେ ଅର୍ଥ ଦେଢ ବର୍ଷରୁ ଉର୍ଦ୍ଧ୍ୱ ହେବ ପଡିରହିଛି । ଆସନ୍ତା ୧୭ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଗସ୍ତ ଓ ଚାଷୀସମାବେଶ ଅବସରରେ ୪ ଗୋଟି ଦାବି ବଲାଙ୍ଗିର ଉଦ୍ଦେଶ୍ୟରେ ଆମେ ଦାବି । ଓଡିଶା ଅସ୍ମିତାକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନତିକରଣ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାର ଐତିହ୍ୟ ବହନ କରୁଥିବା ରାଣିପୁର ଝରିଏଲ ରୁ ବିରଳ ଫଟୋଚିତ୍ର ଗାୟବ । ଜାତୀୟ ସଂଗ୍ରାହଳୟରେ କିଛି ଉଦ୍ଦେଶ୍ୟ କାରଣ ରୁ ଏହାକୁ କଢାଯାଇଛି ଏହାକୁ ପୁନର୍ବାର ଲଗାଇବା ପାଇଁ ଦାବି । ବଲାଙ୍ଗିର ଲୋଇସିଂହା ନିର୍ବାଚନ ମଣ୍ଡଳ କୁଶଙ୍ଗାଇ ଦେବୀ ମନ୍ଦିର ଉନ୍ନତିକରଣ ପାଇଁ ୪ କୋଟି ଟଙ୍କା ଦାବି ଏବଂ
ପର୍ଯ୍ୟଟନ ମାନ୍ୟତା ଦାବି। ସାଉନ୍ତପୁର ସାଉନ୍ତେଶ୍ୱରୀ ଦେବିଙ୍କ ମନ୍ଦିର ଉନ୍ନତିକରଣ ପାଇଁ ଅର୍ଥ ବରାଦ କରିବା ପାଇଁ ଦାବି । ଗତ ୧୭ ତାରିଖ ଦିନ ଆୟୋଜିତ ହେଉଥିବା ଚାଷୀ ସମାବେଶରେ ଘୋଷଣା କରାଯାଉ ଯେ ପୋନି ସୁଗରକୁ ପୁନଉଦ୍ଧ୍ୱାର କରାଯାଉ କାରଣ ବଲାଙ୍ଗିରରେ ଶିଳ୍ପ ବିହିନ ଥିବାରୁ ଏହି ପୋନି ସୁଗର ଚାଲିଲେ କୃଷକମାନେ ଉପକୃତ ହେବେ । ଐତିହ୍ୟ ବହନ କରୁଥିବା ସର୍ବପୁରାଣ ଜଳଗଞ୍ଜନ ପ୍ରେସ କୁ ପୁନଉଦ୍ଧ୍ୱାରା ଦାବି ଏବଂ ୧୭ ଗୋଟି ଜଳାଶୟକୁ ପୁନଉଦ୍ଧ୍ୱାର କରିବା ପାଇଁ ଦାବି । ଦେବାଳୟ ସୁରକ୍ଷା କମିଟି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ପ୍ରଶାନ୍ତ ମହାକୁର, ଶମ୍ଭୁ ଶତପଥି, ଆଲୋକ ମିଶ୍ର, ନରେନ୍ଦ୍ର କବାଟ, ସୁରେନ୍ଦ୍ର ନେଗୀ, ଆଶୁତୋଷ ବାଗ ସାମିଲ ଥିଲେ ।