-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
23-Jan-2021
ପାଟଣାଗଡ଼(ଗୋରେଖନାଥ ବରିହା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଜୟତରୁଣ ଯୁବକ ସଂଘ ପକ୍ଷରୁ ୧୨୫ ତମ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ସ୍ବେଚ୍ଛାସେବୀ ସନ୍ତୋଷ କୁମାର ଘିଭେଲା ମୂଖ୍ୟ ଅତିଥି ଭାବେ ଯୋଗଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଘିଭେଲା ନେତାଜୀ ସୁବାଷ ବୋଷ ଙ୍କ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଦେଶ ମାତୃକାର ସେବା ରେ ସମର୍ପିତ ହୋଇ ଦେଶ ପାଇଁ ଜୀବନ ଦାନ କରିଥିଲେ ତେଣୁ ଆମେ ତାଙ୍କର ଦେଶ ସେବା ରେ ଅନୁପ୍ରାଣିତ ହୋଇ ଆମେ ନିଜ ସମାଜ ସେବା ନିୟୋଜିତ କରିପାରିଲେ ଓ ସ୍ବେଛାକୃତ ଭାବରେ କାମ କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଯୁବକ ସଂଘ ସଭାପତି ଘାସିରାମ ମଲ୍ଲିକ , ସଂପାଦକ ଜଗନ୍ନାଥ ବରିହା , ସୁଦାମ ପୁଟେଲ , ନିମାଇଁ ଚରଣ ଷାଣ୍ଢ , ବିପିନ ବରିହା , ଅନିରୁଦ୍ଧ ବରିହା ନବଦୀପ ମଲ୍ଲିକ , ଉତ୍ତମ ପୁଟେଲ ,ନରେଶ ରାଉତ , ବିଶ୍ଵନାଥ ପୁଟେଲ, ସୁଶାନ୍ତ ରାଉତ , ଦୁର୍ଯୋଧନ ପୁଟେଲ , ଆଲୋକ ମଲିକ ,ଶିବାନାଏକ , ଆଜେଶ ମଲ୍ଲିକ ଙ୍କ ସହ ଯୁବକ ସଂଘ ର ଅନ୍ୟ ମାନେ ଉପସ୍ଥିତ ଥିଲେ । ସଂଘ ପକ୍ଷରୁ ଗାଁ ର ରାସ୍ତା , ନଳକୂପ , ପୋଖରୀ ଆଦି ସ୍ଥାନଗୁଡିକ ରେ ପଡିରହିଥିବା ଅଳିଆ ଆବର୍ଜ୍ଜନା ପ୍ଲାଷ୍ଟିକ , ଆଦି ସଫାକରିବାକୁ ନିଷ୍ପତ୍ତି ନିଆଯାଇଥିଲା ।