-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
07-Jun-2025
ନୂଆପଡା (ପରମେଶ୍ଵର ମେହେର): ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା l
ଇଛା ଶକ୍ତି ଥିଲେ ସବୁ ସଂଭଵ, ଖଡ଼ିଆଳ ଠାରେ ବଡ ରୁ ବଡ ଧନୀ ବ୍ୟବସାୟୀ ଅଛନ୍ତି କିଏ କାହାପାଇଁ କଣ ଦାନ ଦେଉଛି ତ କିଏ ଗରିବ ଲୋକଙ୍କ ପାଇଁ ଅର୍ଣ୍ଣ ବ୍ୟବସ୍ତା କରୁଛି ହେଲେ ଖରିଆର ଠାରେ ଜଣେ ଛୋଟ ବ୍ୟବସାୟୀ ଯିଏ ସୁଦୂର ଆନ୍ଦ୍ରପ୍ରଦେଶ ରୁ ଆସି ଖରିଆର ଠାରେ ସିମେଣ୍ଟ କାମର କାରୁକାର୍ଯ୍ୟ କାରି ନିଜର ଗୁଜୁରାଣ ମେଣ୍ଟାଉଛି, ସେ ନିଜ ପୁଅର ସୃତି ଉଦେଶ୍ୟରେ ଖରିଆର ଠାରେ ଦୁଇଟି ଥଣ୍ଡା ପାନୀୟ ଜଳ ଯନ୍ତ୍ର ବସାଇଛନ୍ତି ଯାହାଦ୍ୱାରା ରାସ୍ତା ରେ ଯାତାୟାତ ଯାତ୍ରୀ ମାନେ ଖରାରେ ଥଣ୍ଡା ପାଣି ପିଇ ଶାନ୍ତି ଲାଘବ କରୁଛନ୍ତି ଗତ ଫେବୃଆରୀ ମାସରେ ପ୍ରଥମ କରି ଏଲଆଇସି ଅଫିସ ସମ୍ମୁଖରେ ନିଜ ବ୍ୟବସାୟ ପାଖରେ ପ୍ରଥମ କରି ଥଣ୍ଡାଜଳ ଯନ୍ତ୍ର ବସାଇଥିଲେ ପରେ ଲୋକଙ୍କ ଚାହିଦା ଦେଖି ଆଜି ଖଡ଼ିଆଳ ଥାନା ସମ୍ମୁଖରେ ଆଉ ଏକ ମେସିନ ବସାଇଛନ୍ତି ଏହାଦ୍ୱାର ଥାନାକୁ ଆସୁଥିବା ଲୋକ ସହ NH 353 ରେ ଯାତାୟାତ ଯାତ୍ରୀ ଥଣ୍ଡା ପାନୀୟ ଜଳ ପିଇ ପାରିବେ ବୋଲି କହିଛନ୍ତି ଆଜି ଏହି ଥଣ୍ଡା ପାନୀୟ ଜଳ ଯନ୍ତ୍ରକୁ ଖରିଆର ଆଇଆଇସି ଦିଲ୍ଲୀପ କୁମାର ସାହୁ ନଡ଼ିଆ ବାଡ଼ି ଶୁଭ ଉଦଘାଟନ କରିଥିବା ବେଳେ ଏସଆଇ ଅଶୋକ କୁମାର ବିହାରୀ,ରାଜେଶ କୁମାର ଅଗସ୍ତି, ଦେବାର୍ଚନ ମାଝୀ, ଧନେଶ୍ୱର ମାଝୀ, ବିଶ୍ୱରଂଜନ ବେହେରା, ହବିଲଦାର ପୁଣ୍ଡରୀକାକ୍ଷ ସିନ୍ଦୁର ସହ ସାମ୍ବାଦିକ ସୁଜିତ କୁମାର ପ୍ରଧାନ, ରୁଦ୍ରରାଜ ବାଗ, ଓମପ୍ରକାଶ ଚୌଧୁରୀ, ଧନମତ ନିଆଲ, କଲିମ ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ l