-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
06-Jun-2025
ବଳାଙ୍ଗିର(ପ୍ରେରଣା ଖବର): ବଲାଙ୍ଗୀରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେଏସଏମ କମର୍ସ ଡିଗ୍ରୀ କଲେଜର ଛାତ୍ର ଅର୍ଚ୍ଚିସ୍ମାନ ମିଶ୍ର + ୩ କମର୍ସ ପରୀକ୍ଷାରେ ୨୦୨୨-୨୦୨୫ ଶିକ୍ଷା ବର୍ଷରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସୂର୍ଣ୍ଣ ପଦକ ହାସଲ କରିବାର ଗୌରବ ହାସଲ କରିଛନ୍ତି।
ଏହି ସଫଳତା ଉପରେ କଲେଜ ପରିବାର, ଅଭିଭାବକ ଓ ଶିକ୍ଷକମାନେ ଗର୍ବିତ ଓ ଆନନ୍ଦିତ। ଅର୍ଚ୍ଚିସ୍ମାନଙ୍କ ଦୃଢ଼ ପ୍ରତିବଦ୍ଧତା, କଠିନ ପରିଶ୍ରମ ଓ ଶିକ୍ଷା ପ୍ରତି ଆଦର ତାଙ୍କୁ ଏହି ମହତ୍ତ୍ୱପୂର୍ଣ୍ଣ ମାନ୍ୟତା ଦେଇଛି ବୋଲି କଲେଜ ତରଫରୁ କୁହାଯାଇଛି। ତାଙ୍କ ଅଭିଭାବକମାନେ ଏବଂ କଲେଜ ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା ଏବଂ ପ୍ରଧାନ ଶିକ୍ଷୟତ୍ରୀ ଡ଼ ମନସ୍ମିତା ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆାଗାମୀ ଦିନରେ ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କଲେଜର ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା ସୂଚନା ଦେଇଛନ୍ତି।